Mahadev Betting Scam: ବଲିଉଡ ଅଭିନେତା ରଣବୀର କପୁରଙ୍କୁ ସମନ ପଠାଇଲା ED, ଏହି ମାମଲାରେ କରିବ ପଚରାଉଚରା
Advertisement
Article Detail0/zeeodisha/odisha1900143

Mahadev Betting Scam: ବଲିଉଡ ଅଭିନେତା ରଣବୀର କପୁରଙ୍କୁ ସମନ ପଠାଇଲା ED, ଏହି ମାମଲାରେ କରିବ ପଚରାଉଚରା

Ranbir Kapoor ED Summon: ବଲିଉଡ ଅଭିନେତା ରଣବୀର କପୁରଙ୍କ ସମସ୍ୟା ବଢ଼ିପାରେ । ଅନଲାଇନ୍ ଗେମିଂ ମାମଲାରେ ତାଙ୍କୁ ଇଡି ଦ୍ୱାରା ସମନ ଜାରି କରାଯାଇଛି ।

ସୌ: ସୋସିଆଲ ମିଡିଆ (Ranbir Kapoor ED Summon)

ED summons Ranbir Kapoor: ବଲିଉଡ ଅଭିନେତା ରଣବୀର କପୁର ଇଡି ତରଫରୁ ଏକ ସମନ ପାଇଛନ୍ତି । ସୂଚନାନୁସାରେ, ସେ ମହାଦେବ ଅନ୍ଲାଇନ୍ ଗେମିଂ ମାମଲାରେ ଏହି ନୋଟିସ୍ ଗ୍ରହଣ କରିଛନ୍ତି । ତାଙ୍କୁ ୬ ଅକ୍ଟୋବରରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଏହି ସମନ ଜାରି କରାଯାଇଛି । କୁହାଯାଉଛି ଯେ ରଣବୀରଙ୍କ ବ୍ୟତୀତ ମହାଦେବ ଅନଲାଇନ୍ ଗେମିଂ ମାମଲାରେ ଅନ୍ୟ କେତେକ କଳାକାର ଓ ଗାୟକଙ୍କ ନାମରେ ମଧ୍ୟ ଇଡି ସମନ ପଠାଇପାରେ ।

ଅନଲାଇନ୍ ଗେମିଂ ମାମଲାରେ ଫସିଛନ୍ତି ଅଭିନେତା 
ବାସ୍ତବରେ, ଏହି କାରଣରୁ ରଣଭୀର କପୁରଙ୍କ ନାମ ଆସିଛି । କାରଣ ଅନଲାଇନ୍ ଗେମିଂ ଆପ୍ ମାମଲାରେ ଅଭିଯୁକ୍ତ ସୌରଭ ଚନ୍ଦ୍ରକାରଙ୍କ ବିବାହରେ ଅଭିନେତା ମହାଦେବ ଯୋଗ ଦେଇଥିଲେ । କହିରଖୁଛୁ ଯେ ସୌରଭଙ୍କ ନାମରେ ହାୱାଲା (ବେଆଇନ୍ ଅର୍ଥ କାରବାର) ମାଧ୍ୟମରେ ବଲିଉଡ୍ ତାରକାଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ଏହି ସମନ ରଣବୀର କପୁରଙ୍କୁ ପଚରାଉଚରା ପାଇଁ ପଠାଯାଇ ଛି। ତେବେ ଏହି ପରିପ୍ରେକ୍ଷୀରେ ରଣବୀର କପୁରଙ୍କ ପୂର୍ବରୁ ୧୪ ଜଣ ବଲିଉଡ ତାରକାଙ୍କ ନାମ ସାମ୍ନାକୁ ଆସିଛି । ଏହି ତାଲିକାରେ ସନ୍ନି ଲିଓନ ଠାରୁ ନେହା କକ୍କରଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା ।

କିଏ ଏହି ସୌରଭ ଚନ୍ଦ୍ରକାର?
କହିରଖୁଛୁ ଯେ ସୌରଭ ଚନ୍ଦ୍ରକର ଛତିଶଗଡର ବାସିନ୍ଦା । ସେ ଏକ ଅନଲାଇନ୍ ବେଟିଂ ଆପ୍ ଚଲାନ୍ତି । ସେ ଚଳିତ ବର୍ଷ ବିବାହ କରିଥିଲେ । ସେ ତାଙ୍କ ବିବାହ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତାଙ୍କର ବିବାହ ଦୁବାଇରେ ହୋଇଥିଲା, ଯେଉଁଥିରେ ସେ ଅନେକ ବଲିଉଡ ତାରକାଙ୍କୁ ଷ୍ଟେଜ୍ ଶୋ' କରିବାକୁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ଇଡି ମହାଦେବ ଅନ୍ଲାଇନ୍ ବେଟିଂ ଆପର ତଦନ୍ତ ଆରମ୍ଭ କଲା, ସେତେବେଳେ ୫୦୦୦ କୋଟି ଟଙ୍କା ମୂଲ୍ୟର ଦୁର୍ନୀତି ସାମ୍ନାକୁ ଆସିଥିଲା । ଏହି ଘଟଣାରେ ୧୪ ଜଣ ବଲିଉଡ ତାରକାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ବର୍ତ୍ତମାନ ସମାନ ମାମଲାରେ ରଣବୀର କପୁରଙ୍କୁ ସମନ କରାଯାଇଛି ଓ ତାଙ୍କୁ ମଧ୍ୟ ପଚରାଉଚରା କରାଯିବ ।

ଇଡି ରାଡାରରେ ଅଛନ୍ତି ଏହିସବୁ ଷ୍ଟାର୍
ଆପଣଙ୍କୁ କହିରଖୁଛୁ ଯେ ଗତ ମାସରେ ଇଡି ମୁମ୍ବାଇ, କୋଲକାତା ଓ ଭୋପାଳରେ ମିଳିତ ଚଢାଉ କରି ୪୧୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଥିଲା । ମୋଟ ୩୯ ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏହି ମାମଲାରେ ଇଡି ରାଡାରରେ ଅତିଫ୍ ଅସଲମ, ରାହତ ଫତେହ ଅଲି ଖାନ, ବିଶାଲ ଦାଦଲାନି, ଟାଇଗର ଶ୍ରଫ, ନେହା କକ୍କର, ଏଲି ଅବରାମ, ଭାରତୀ ସିଂ, ସନ୍ନି ଲିଓନି, ଭାଗ୍ୟଶ୍ରୀ, ପୁଲକିତ, କ୍ରିତି ଖରବନ୍ଦା, ନୁସରତ ଭରୁଚା, କ୍ରୀଷ୍ଣା ଅଭିଷେକ ଅଛନ୍ତି ।