ଜୀ ସାର୍ଥକରେ ଆସୁଛି "ଡବଲ୍ ଡେ' ଡବଲ୍ ଧମାକା" ଏଇ ମହା ରବିବାର ଓ ସ୍ପେଶାଲ ସୋମବାରରେ
Advertisement
Article Detail0/zeeodisha/odisha1863085

ଜୀ ସାର୍ଥକରେ ଆସୁଛି "ଡବଲ୍ ଡେ' ଡବଲ୍ ଧମାକା" ଏଇ ମହା ରବିବାର ଓ ସ୍ପେଶାଲ ସୋମବାରରେ

Entertainment News: ଆସନ୍ତା ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ଜୀ ସାର୍ଥକରେ ଆସୁଛି "ଡବଲ୍ ଡେ' ଡବଲ୍ ଧମାକା" ଉତ୍ସବ । 

ଜୀ ସାର୍ଥକରେ ଆସୁଛି "ଡବଲ୍ ଡେ' ଡବଲ୍ ଧମାକା" ଏଇ ମହା ରବିବାର ଓ ସ୍ପେଶାଲ ସୋମବାରରେ

Entertainment News: ସେପ୍ଟେମ୍ବର ୧୦, ମହା ରବିବାରରେ ସକାଳ ୯ଟା ରୁ ୧୨ ପର୍ଯନ୍ତ ଦେଖିବେ ସାରେଗାମାପା ହ୍ୟୁମାନ ସାଗର ସ୍ପେଶାଲର ଏକ ବିଶେଷ ପରିବେଷଣ । ଦିନ ୨ଟା ରୁ ସନ୍ଧ୍ୟା ୫ ଯାଏଁ ଦେଖିବେ ଜୀ-ସାର୍ଥକ ସଂସାର ଆୱାର୍ଡ (ZEE Sarthak Sansar Award) - ଷଷ୍ଠ ବର୍ଷର  ଟେଲିକାଷ୍ଟ । ସନ୍ଧ୍ୟା ୫ ରୁ ୬ ଯାଏଁ ଦେଖିବେ ଦିଦି ନଂ ୧ ର ଏକ ବିଶେଷ ଏପିସୋଡ (Special Episode) ଯେଉଁଥିରେ ଆପଣ ଦେଖିବେ ଜୀ-ସାର୍ଥକରେ ଆସୁଥିବା ନୂଆ ଧାରାବାହିକ ‘ଶକ୍ତି’ର ମୁଖ୍ୟ ନାୟକ ନୀଲ୍ ଓ ନାୟିକା ମିତାଲିଙ୍କୁ । ସନ୍ଧ୍ୟା ୬.୩୦ରୁ ଦେଖିବେ ‘ଖୁସିର ଛୁଙ୍କ’, ୭:୩୦ରେ ‘ତୁ ଖରା ମୁଁ ଛାଇ’ ଓ ରାତି ୮:୩୦ ରେ ‘ସୁନା ଝିଅ’ର ଏକ ଘଣ୍ଟାର ମହା ଏପିସୋଡ । ରାତି ୯:୩୦ରୁ ଆରମ୍ଭ ହେବ ସାରେଗାମାପା ଲିଟିଲ ଚାମ୍ପର ବିଶେଷ ଏପିସୋଡ ଯେଉଁଥିରେ ଆପଣ ଦେଖିବେ ଓଲିଉଡ଼ ତାରକା ଶୈଳେନ୍ଦ୍ର, ଦୀପକ ଓ ଦିବ୍ୟାଙ୍କ ପ୍ରଦର୍ଶନ ତଥା ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ସତ୍ୟଜିତ,ଅର୍ପିତା ଓ ପ୍ରଜ୍ଞାଙ୍କ ବିଶେଷ ପ୍ରଦର୍ଶନ । 

ସେପ୍ଟେମ୍ବର ୧୧, ସ୍ପେସିଆଲ ସୋମବାରରେ  ଦିନ ୨ଟା ରୁ ସନ୍ଧ୍ୟା ୫ ଯାଏଁ ଦେଖିବେ ଡାନ୍ସ ଓଡ଼ିଶା ଡାନ୍ସ ଜୀ-ସାର୍ଥକ ସଂସାର ଲିଗ୍ ଗ୍ରାଣ୍ଡ ଫିନାଲେର ଟେଲିକାଷ୍ଟ (Grand Finale telecast) । ସନ୍ଧ୍ୟା ୫ ରୁ ୬ ଯାଏଁ ଦେଖିବେ ଦିଦି ନଂ ୧ ର ଏକ ବିଶେଷ ଏପିସୋଡ ଯେଉଁଥିରେ ଆପଣ ଦେଖିବେ ଜୀ-ସାର୍ଥକରେ ଆସୁଥିବା ନୂଆ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ର ମୁଖ୍ୟ ଚରିତ୍ର ନିତୁ ସିଂ, ଦିପ୍ତିରେଖା ପାଢୀ, ହିତିଶା ଓ ପ୍ରିୟଙ୍କାଙ୍କୁ । ସନ୍ଧ୍ୟା ୬ ରୁ ରାତି ୧୦ ଯାଏଁ ଦେଖିବେ ଜୀ-ସାର୍ଥକରେ ପ୍ରଦର୍ଶିତ ସମସ୍ତ ମେଗା ଧାରବାହିକର ବିଶେଷ ଏପିସୋଡ ସବୁ ।

ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, ଆମ ଦର୍ଶକ ସର୍ବଦା ଆମ ସାଙ୍ଗରେ ଅଛନ୍ତି ତେଣୁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ ଜାରି ରଖିଛି । ନିକଟରେ ଶେଷ ହୋଇଥିବା ‘ସାଥିରେ’ ମେଗା ଧାରାବାହିକରେ ହୋଇଥିବା ଧାରା ଓ ଅମ୍ବରଙ୍କ ଶୁଭ ବିବାହକୁ ଆମ ଦର୍ଶକ ବହୁତ ଭଲପାଇବା ଦେଇଥିଲେ । ସମ୍ପୂର୍ଣ୍ଣ ୩ ଘଣ୍ଟା ୩୦ ମିନିଟର ଏହି ବିବାହ ଉତ୍ସବକୁ ଆମ ଦର୍ଶକ ବହୁତ ଉପଭୋଗ କରିଥିଲେ । ତାକୁ ଦୃଷ୍ଟି ରେ ରଖି ଜୀ-ସାର୍ଥକ ଆୟୋଜନ କରୁଛି ଆସନ୍ତା ସେପ୍ଟେମ୍ବର ୧୦ ଓ ୧୧ ତାରିଖରେ ଜୀ ସାର୍ଥକରେ ଆସୁଛି ଡବଲ୍ ଡେ ଡବଲ୍ ଧମାକା ଉତ୍ସବ ଯାହା ଆପଣ ମାନେ ମନଭରି ଉପଭୋଗ କରିବେ ବୋଲି ମୋର ଆଶା ତେଣୁ ଯୋଡି ହୋଇ ରୁହନ୍ତୁ ଆମ ସହ ସର୍ବଦା ।

Also Read- HBD Akshay Kumar: କୋଟି କୋଟିର ପ୍ୟାଲେସ ପରି ଘର, ଏମିତି ରୟାଲ ଷ୍ଟାଇଲରେ ଜୀବନ ବିତାନ୍ତି ଖିଲାଡି କୁମାର...