Diwali 2022: ଦିଓ୍ବାଲି ସେଲିବ୍ରେସନରେ ମସଗୁଲ ଖିଲାଡି କୁମାର
Advertisement
Article Detail0/zeeodisha/odisha1409263

Diwali 2022: ଦିଓ୍ବାଲି ସେଲିବ୍ରେସନରେ ମସଗୁଲ ଖିଲାଡି କୁମାର

Diwali 2022: ଦୀପାବଳୀ ପାଇଁ ସବୁଠି ଉତ୍ସବର ମାହୋଲ । ଘରେ ଘରେ ଚାଲିଛି ଲଷ୍ମୀଙ୍କ ପୂଜା । ଆଉ ଦିଓ୍ବାଲି ସେଲିବ୍ରସନ ଓ ପୂଜାରୁ ନିଜକୁ ଦୂରେଇ ରଖିପାରି ନାହାଁନ୍ତି ଖିଲାଡି କୁମାର । ନିଜକୁ ସବୁବେଳେ ଫିଟେ ରଖୁଥିବା ଅକ୍ଷୟ ନିଜ ମୁମ୍ବାଇ ସ୍ଥିତ ଅଫିସ ପରିସରରେ ଥିବା ମନ୍ଦିରରେ ଦେବୀ ମାଆଙ୍କ ପୂଜା କରିବା ସହ ଆରତୀ ମଧ୍ୟ କରିଛନ୍ତି ।

Diwali 2022: ଦିଓ୍ବାଲି ସେଲିବ୍ରେସନରେ ମସଗୁଲ ଖିଲାଡି କୁମାର

Diwali 2022: ଦୀପାବଳୀ ପାଇଁ ସବୁଠି ଉତ୍ସବର ମାହୋଲ । ଘରେ ଘରେ ଚାଲିଛି ଲଷ୍ମୀଙ୍କ ପୂଜା ।  ଆଉ ଦିଓ୍ବାଲି ସେଲିବ୍ରସନ ଓ ପୂଜାରୁ ନିଜକୁ ଦୂରେଇ ରଖିପାରି ନାହାଁନ୍ତି ଖିଲାଡି କୁମାର । ନିଜକୁ ସବୁବେଳେ ଫିଟେ ରଖୁଥିବା ଅକ୍ଷୟ ନିଜ ମୁମ୍ବାଇ ସ୍ଥିତ ଅଫିସ ପରିସରରେ ଥିବା ମନ୍ଦିରରେ ଦେବୀ ମାଆଙ୍କ ପୂଜା କରିବା ସହ ଆରତୀ ମଧ୍ୟ କରିଛନ୍ତି । ଏହି ଭିଡିଓକୁ ଅକ୍ଷୟ ତାଙ୍କର ଇନଷ୍ଟାରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଟ୍ରେଡିସନାଲ ଗେଟଅପରେ ଅକ୍ଷୟ ହାତରେ ଏକ ଆରତୀ ଥାଳି ଧରି ଦେବୀଙ୍କ ଆଳତୀ କରୁଛନ୍ତି । ଆଉ ସେଠାରେ ତାଙ୍କ ପତ୍ନୀ ଟ୍ବିଙ୍କିଲ ଖାନ୍ନା ମଧ୍ୟ ଉପସ୍ଥିତ ଅଛନ୍ତି । ସେ ମଧ୍ୟ ଲାଇଟ ପିଙ୍କ କର୍ଲର ସାଲଓ୍ବାର ସୁଟ ପିନ୍ଧିଛନ୍ତି । 

ଯଦି ଆମେ ଅକ୍ଷୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲି(Rakul Preet Singh)ରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା । ସେହିପରି ଚଳିତ ମାସରେ ଅକ୍ଷୟଙ୍କ ବିଗ୍ ପ୍ରଯୋକ୍ଟ ଫିଲ୍ମ ରାମସେତୁ(Ram Setu) ରିଲିଜ ହେବ । ସେ ଏ ଫିଲ୍ମରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଙ୍କ ସହ ନଜର ଆସିବେ।  ଦିଓ୍ବାଲୀ ସମୟରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ବକ୍ସ ଅଫିସରେ ଭଲ ରୋଜଗାର କରିବ ବୋଲି ଆଶା କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ଅଭିଶେକ ଶର୍ମା ଦେଇଥିବା ବେଳେ ନିର୍ମାତା ରହିଛନ୍ତି ଅରୁଣ ଭାଟିଆ ଓ ବିକ୍ରମ ମଲହୋତ୍ରା ।  ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ ଜ୍ୟାକଲିନ୍ ,ନୁସରତ ଭାରୁଚା,ସତ୍ୟଦେବ ଓ ଅଜୟ ଲାବୋ ମଧ୍ୟ ନଜର ଆସିବେ। ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଅଛି । ରାମସେତୁ ବ୍ୟତିତ ସେ ସେଲଭି, ସୋରାରାଇ,ପୋଟରୁ ରିମେକ୍, ଓମାଇଗଡ ୨(OMG 2), ଜଲିଏଲଏଲବି ୩,ସ୍କାଏଫୋର୍ଟ, ଖେଲ ଖେଲ ମେଁ ଓ ହେରାଫେରି ୩ରେ ନଜର ଆସିବେ । 

ଏହାବି ପଢନ୍ତୁ :Prabhas: ପ୍ରଭାସଙ୍କ ଜନ୍ମଦିନରେ ବଡ ଉପହାର ଦେଲେ 'ସାଲାର' ନିର୍ମାତା, ଜାଣନ୍ତୁ କଣ

ଏହାବି ପଢନ୍ତୁ :Urfi Javed : ସୀମା ଟପିଗଲେ ଉର୍ଫି,ପୁଣି ହେଲେ ଟପଲେସ

ଚଳିତ ବର୍ଷ ତାଙ୍କ ଫିଲ୍ମ(Samrat Prithviraj) ସମ୍ରାଟ ପୃଥ୍ବୀରାଜ୍  ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୨ରେ ପରଦାକୁ ଆସିଥିଲା।  ଫିଲ୍ମର ବଜେଟ ୧୫୦ ୩୦୦ କୋଟି ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ୯୦.୩୨ କୋଟି ରୋଜଗାର କରିଥିଲା। ଫିଲ୍ମରେ ଅକ୍ଷୟଙ୍କ ସହ ନାୟିକା ଭୂମିକାରେ ନଜର ଆସିଥିଲେ ୨୦୧୭ର ମିସ୍ ୱାଲର୍ଡ ମାନୁସୀ ଚ୍ଛିଲ୍ଲର୍ (Manushi Chhillar) । ଯାହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥିଲା ।