Dadasaheb Phalke Award 2023: ଆଲିଆ ଓ ରଣବୀର ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ଜାଣନ୍ତୁ କେଉଁ ଫିଲ୍ମ ହାତେଇଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର
Advertisement
Article Detail0/zeeodisha/odisha1580579

Dadasaheb Phalke Award 2023: ଆଲିଆ ଓ ରଣବୀର ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ଜାଣନ୍ତୁ କେଉଁ ଫିଲ୍ମ ହାତେଇଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

Dadasaheb Phalke Award 2023: ସୋମବାର ସନ୍ଧ୍ୟାରେ ମୁମ୍ବାଇଠାରେ ଆୟୋଜିତ ହୋଇଥିଲା ଦାଦାସାହେବ ଫାଲକେ ଆୱାର୍ଡ଼ କାର୍ଯ୍ୟକ୍ରମ। ତେବେ ଅନେକ ବିବାଦ ପରେ ବିବେକ ଅଗ୍ନିହୋତ୍ରୀଙ୍କୁ ‘ଦି କାଶ୍ମୀର ଫାଇଲ’ ପାଇଁ ମିଳିଛି ଆୱାର୍ଡ଼ । ତେବେ ଚାଲନ୍ତୁ ନଜର ପକାଇବା କାହାକୁ ମିଳିଛି କେଉଁ ଆୱାର୍ଡ଼ ।

ସୌ(ସୋସିଆଲ ମିଡିଆ)

Dadasaheb Phalke Award 2023: ସୋମବାର ସନ୍ଧ୍ୟାରେ ମୁମ୍ବାଇଠାରେ ଆୟୋଜିତ ହୋଇଥିଲା ଦାଦାସାହେବ ଫାଲକେ ଆୱାର୍ଡ଼ କାର୍ଯ୍ୟକ୍ରମ। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ ନେଇ କଳାକାରଙ୍କୁ ଦିଆଯାଇଥିଲା ଆୱାର୍ଡ଼ । ଏଥିରେ ଆଲିଆ ଭଟ୍ଟଙ୍କଠାରୁ(Alia Bhatt) ଆରମ୍ଭ କରି ଅନୁପମ ଖେର,(Anupam Kher) ବିଦ୍ୟା ବାଲନ, ବିବେକ ଅଗ୍ନିହୋତ୍ରୀ ବହୁ ସେଲିବ୍ରେଟି ଯୋଗଦେଇଥିଲେ । ତେବେ ଚାଲନ୍ତୁ ନଜର ପକାଇବା କାହାକୁ ମିଳିଛି କେଉଁ ଆୱାର୍ଡ଼ ।

ଦି କାଶ୍ମୀର ଫାଇଲ ଶ୍ରେଷ୍ଠ ଚଳଚ୍ଚିତ୍ର-

ରିଲିଜ ବେଳେ ବିବାଦ ଘେରରେ ଥିବା ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦି କାଶ୍ମୀର ଫାଇଲ’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର । ଏହି ଆୱାର୍ଡ଼ ପାଇବା ପରେ ଟ୍ବଟ କରି ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଲେଖିଛନ୍ତି ଯେ, ଏହି ପୁରସ୍କାର ମୁଁ ଆତଙ୍କବାଦ ପୀଡ଼ିତ ତଥା ଭାରତର ସମସ୍ତ ଲୋକଙ୍କୁ ଉତ୍ସର୍ଗ କରୁଛି । ଏହି ଫିଲ୍ମ ପାଇଁ ଅଭିନେତା ଅନୁପମ ଖେରଙ୍କୁ ମୋଷ୍ଟ ଭର୍ସାଟାଇଲ ଅଭିନେତା ଭାବେ ମନୋନୀତ କରାଯାଇଛି ।

ରଣବୀର ଓ ଆଲିଆ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ

ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’ ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଅୟାନ ମୁର୍ଖାଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ରଣବୀର କପୁରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ସେହିପରି ଶ୍ରେଷ୍ଠ ପ୍ରୋମିସିଙ୍ଗ ଅଭିନେତା ଭାବେ ‘କାନ୍ତାରା’ ଷ୍ଟାର ରିଷଭ ସେଟ୍ଟୀଙ୍କୁ ମନୋନୀତ କରାଯାଇଥିବା ବେଳେ ‘ଭେଡ଼ିଆଁ’ ପାଇଁ ବରୁଣ ଧାୱନଙ୍କୁ ବେଷ୍ଟ କ୍ରିଟିକସ୍ ଆୱାର୍ଡ଼ ପ୍ରଦାନ କରାଯାଇଛି ।

କାହାକୁ କେଉଁ ଆୱାର୍ଡ଼, ଦେଖନ୍ତୁ ତାଲିକା

 1-ଶ୍ରେଷ୍ଠ ଚଳଚ୍ଚିତ୍ର – ‘ଦି କାଶ୍ମୀର ଫାଇଲ’

2-  ଶ୍ରେଷ୍ଠ ନିର୍ଦ୍ଦେଶକ- ଆର. ବାଲ୍କି (ଚୁପ୍: Revenge of the Artist)

3- ଶ୍ରେଷ୍ଠ ଅଭିନେତା - ରଣବୀର କପୁର(‘ବ୍ରହ୍ମାସ୍ତ୍ର’)

4- ଶ୍ରେଷ୍ଠ ଅଭିନେତ୍ରୀ- ଆଲିଆ ଭଟ୍ଟ (‘ଗଙ୍ଗୁବାଇ କାଠିଆୱାଡ଼ି’)

5-ମୋଷ୍ଟ ପ୍ରୋମେସିଙ୍ଗ ଆକ୍ଟର- ରିଷଭ ସେଟ୍ଟୀ (‘କାନ୍ତାରା’)

6-ବେଷ୍ଟ ଆକ୍ଟର ଇନ ସପୋଟିଭ ରୋଲ- ମନୀଷ ପଲ୍ ( ‘ଯୁବ ଯୁଗ ଜିୟୋ’)

7- ଶ୍ରେଷ୍ଠ ୱେବ ସିରିଜ୍- ରୁଦ୍ର (Rudra- the edge of darkness)

8- ଶ୍ରେଷ୍ଠ ଆକ୍ଟର ଇନ କ୍ରିଟିକସ୍- ବରୁଣ ଧାୱନ( ‘ଭେଡ଼ିଆଁ’)

9- ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର- ଆରଆରଆର( ‘RRR’)

10- ଶ୍ରେଷ୍ଠ ଗାୟକ- ସଚେତ ଟଣ୍ତନ( ମାୟା ମିନୁ)

11- ଶ୍ରେଷ୍ଠ ଗାୟିକା- ନୀତି ମୋହନ( ମୋରି ଜାନ)