ଆଉ ନାହାଁନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ସଫଳ କ୍ୟାରିୟର ପଛରେ ଥିଲା ସଂଘର୍ଷର କାହାଣୀ
Advertisement
Article Detail0/zeeodisha/odisha1360981

ଆଉ ନାହାଁନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ସଫଳ କ୍ୟାରିୟର ପଛରେ ଥିଲା ସଂଘର୍ଷର କାହାଣୀ

Raju Srivastava: ଆଉ ନାହାଁନ୍ତି ବଲିଉଡ ଅଭିନେତା ରାଜୁ ଶ୍ରୀବାସ୍ତବ। ୫୮ ବର୍ଷ ବୟସରେ ବୟସରେ ରାଜୁଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ୪୦ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିଲେ ରାଜୁ ।

ସୌଜନ୍ୟ : ସୋସିଆଲ ମିଡିଆ

Raju Srivastava: ଆଉ ନାହାଁନ୍ତି ବଲିଉଡ ଅଭିନେତା ରାଜୁ ଶ୍ରୀବାସ୍ତବ। ୫୮ ବର୍ଷ ବୟସରେ ବୟସରେ ରାଜୁଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ୪୦ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିଲେ ରାଜୁ । ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା । ଏମିତିକି ତାଙ୍କ ଚେତା ମଧ୍ୟ ଫେରୁନଥିଲା । ତାଙ୍କ ହୃଦସ୍ପନ୍ଦନ ଏବଂ ବିପି ମଧ୍ୟ କଣ୍ଟ୍ରୋଲରେ ରହୁନଥିଲା । ଆଜି ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି ।  

ତେବେ ରାଜୁଙ୍କ ସଫଳ କ୍ୟାରିୟର ପଛରେ ରହିଛି ଅନେକ ସଂଘର୍ଷର କାହାଣୀ। ଯେଉଁ ଚରିତ୍ର ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ତାହା ହେଉଛି ଗଜୋଧର ଭୟା। ରାଜୁ ଏଭଳି ଜଣେ ଚରିତ୍ର ରହିଥିଲେ, ଯାହାଙ୍କ ନିକଟରୁ ହାସ୍ୟ କଳାକାରର ଏକ ଯୁଗ ଆରମ୍ଭ ହୋଇଥିଲା। ବହୁ ଘାତ ପ୍ରତିଘାତ ପରେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ରାଜୁ। ତାଙ୍କ ସମସାମୟିକ କଳାକାର ଆଜି ବି ସଂଘର୍ଷ କରୁଥିବା ବେଳେ ରାଜୁ କିନ୍ତୁ ବେଶ ଲୋକପ୍ରିୟତା ହାସଲ କରିଥିଲେ।

ତେବେ ରାଜୁଙ୍କ ନାମରେ ପରିଚିତ ହେଉଥିବା ଏହି ଚରିତ୍ରଙ୍କର ଅସଲି ନାଁ କିଛି ଭିନ୍ନ ରହିଥିଲା। ତମାମ ଦେଶରୁ 'ରାଜୁ' ନାଁରେ ଲୋକପ୍ରିୟତା ସାଉଣ୍ଟିଥିଲେ ମଧ୍ୟ ସତ୍ୟ ପ୍ରକାଶ ଶ୍ରୀବାସ୍ତବ ରହିଥିଲା ତାଙ୍କର ଅସଲି ନାଁ। ତାଙ୍କ ଜନ୍ମିତ ଗାଁରେ ରାଜୁଙ୍କ ବାପାଙ୍କୁ ବଲାଇ କାକା ନାମରେ ମଧ୍ୟ ଜାଣନ୍ତି।

ଫିଲ୍ମ କ୍ୟାରିୟର ଓ ରାଜନୀତି: Raju Srivastava Passes Away: ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ

ରାଜୁ ଶ୍ରୀବାସ୍ତବ (Actor-comedian Raju Srivastava) ଜଣେ ଜଣାଶୁଣା ହାସ୍ୟ ଅଭିନେତା । ସେ ଅନେକ ଚଳଚ୍ଚିତ୍ର ସହ ଟିଭି ସିରିୟଲରେ ମଧ୍ୟ କାର୍ଯ୍ୟ କରିଛନ୍ତି ।  ଏହା ସହ ରାଜୁ ବିଗ୍ ବସ୍-୩, ନଚ ବଲିଏ ୬ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି। ରାଜୁ ଶ୍ରୀବାସ୍ତବ ଏକାଧିକ ଫିଲ୍ମରେ ଅଭିନୟ କରି ଅନେକ ସଫଳତା ହାସଲ କରିଛନ୍ତି।

ରାଜୁ ତାଙ୍କର ନିଷ୍ଠା ଓ ପରିଶ୍ରମ ବଳରେ ଚଳଚ୍ଚିତ୍ର ଜଗତରେ ସ୍ୱତନ୍ତ୍ର ସ୍ଥାନ ପାଇଥିଲେ। ଯଦି ଦେଖାଯାଏ, ଗଜୋଧର ଚାଚା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୨ ଡର୍ଜନରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି। ରାଜୁଙ୍କ ହିଟ ଫିଲ୍ମ ମଧ୍ୟରେ ମେନେ ପ୍ୟାର କିୟା(Maine Pyar Kiya) , ବାଜିଗର(Baazigar) ,ବମ୍ବେ ଟୁ ଗୋଆ(Bombay to Goa) , ଆମଦାନି ଆଥାନି ଖର୍ଚ୍ଚାରୁପେୟା(Aamdani Atthani Kharcha Rupaiya) ଭଳି ଅନେକ ହିଟ ଫିଲ୍ମରେ ସେ ନିଜର ଦମଦାର ଅଭିନୟ ଦେଖାଇଛନ୍ତି । ରାଜୁଙ୍କ କମେଡିର ରାଜନେତାମାନେ ମଧ୍ୟ ପାଗଳ ଥିଲେ।

ଏହା ବ୍ୟତିତ ରାଜୁ ଉତ୍ତରପ୍ରଦେଶ ଫିଲ୍ମ ଡେଭଲପମେଣ୍ଟ କାଉନସିଲର ଚେୟାରମେନ (Film Development Council in Uttar Pradesh) ପଦରେ ମଧ୍ୟ ରହିଥିଲେ। ରାଜୁ ଉତ୍ତରପ୍ରଦେଶ କାନପୁରରେ ୧୯୬୩ ମସିହା ୨୫ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ। ରାଜୁ ଶ୍ରୀବାସ୍ତବଙ୍କ ପୁରା ପ୍ରକୃତ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ହେଲେ ତାଙ୍କୁ ଲୋକେ ତାଙ୍କ ଷ୍ଟେଜ୍ ନାଁରେ ଅଧିକ ଜାଣନ୍ତି। ରାଜୁ କେବଳ ଜଣେ ହାସ୍ୟ ଅଭିନେତା ନୁହଁନ୍ତି ରାଜନୀତିରେ ମଧ୍ୟ ତାଙ୍କର ବେଶ ଦବଦବା ରହିଛି ।

ସେ ୨୦୧୪ରେ ପ୍ରଥମେ  (Samajwadi Party) ସମାଜବାଦୀ ପାର୍ଟରେ ଯୋଗ ଦେଇଥିଲେ । କାନପୁରରୁ ନିର୍ବାଚନ ଲଢିବା ପାଇଁ ତାଙ୍କୁ ଦଳ ଟିକେଟ ମଧ୍ୟ ଦେଇଥିଲା । ହେଲେ ସ୍ଥାନୀୟ ଲୋକଙ୍କ ସମର୍ଥନ ନ ମିଳିବାରୁ ସେ ଟିକେଟ୍ ଫେରାଇ ଦେଇଥିଲେ । ପରେ ରାଜୁ ୨୦୧୪ ମସିହା, ୧୯ ମାର୍ଚ୍ଚରେ ବିଜେପିରେ ଯୋଗ ଦେଇଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜୁଙ୍କୁ ସ୍ବଚ୍ଛ ଭାରତ ଅଭିଯାନ (Swachh Bharat Abhiyan)ର ମଙ୍ଗ ଧରାଇଥିଲେ । ପରେ ସେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ସ୍ବଚ୍ଛତା ଉପରେ ଜନସଚେତନତା ସୃଷ୍ଟି କରିଥିଲେ।

ବୈବାହିକ ଜୀବନ :

ରାଜୁ ଶ୍ରୀବାସ୍ତବ ରିଲ୍ ଲାଇଫରେ ଯେମିତି ଜଣେ ମଜାଦାର ମଣିଷ ରିଅଲ୍ ଲାଇଫରେ ବି ସେ ଖୁବ ଭଲ । ରାଜୁ  ୧୯୯୩ ଜୁଲାଇ ୧ରେ ଶିଖା ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ। ରାଜୁଙ୍କର ଦୁଇଟି ସନ୍ତାନ ଅଛନ୍ତି। ୨୦୧୦ ମସିହାରେ ରାଜୁଙ୍କ ପାଇଁ ଧମକପୂର୍ଣ୍ଣ କଲ୍ ପାକିସ୍ତାନରୁ ଆସିଥିଲା। ଦାଉଦ ଇବ୍ରାହିମ୍ ଓ ପାକିସ୍ତାନକୁ ନେଇ କୌଣସି କମେଡି ଶୋ ନ କରିବାକୁ ଚେତାବନୀ ଦିଆଯାଇଥିଲା ।

ସୂଚନା ଅନୁସାରେ, ଅଗଷ୍ଟ ୧୦ରେ ଜିମରେ ବ୍ୟାୟାମ କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସୁଧୁରି ନଥିବା ବେଳେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଖବର ଆସିଥିଲା ​​କିନ୍ତୁ ଏବେ ତାଙ୍କର ମୃତ୍ୟୁ ଘଟିଛି।