Casting Couse Case: ଜସ୍ମିନ୍ ରଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ରୂପଶ୍ରୀ
Advertisement

Casting Couse Case: ଜସ୍ମିନ୍ ରଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ରୂପଶ୍ରୀ

ଓଲିଉଡରେ ଦିନକୁ ଦିନ ବଢିବାରେ ଲାଗିଛି କାଷ୍ଟିଂ କାଉଚ ମାମଲା । ପୂର୍ବରୁ ଅନେକ କେସ୍ ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଅଭିନେତ୍ରୀ ପ୍ରକୃତି ମିଶ୍ର, (Actress prakruti mishra) ଜସ୍ମିନ ରଥଙ୍କ ଅଭିଯୋଗ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଆ ଚଳଚ୍ଚିତ୍ର (Odia film) ନିର୍ଦ୍ଦେଶକ ଓ ପ୍ରଯୋଜକ ସଞ୍ଜୟ ନାୟକ (Sanja

Casting Couse Case: ଜସ୍ମିନ୍ ରଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ରୂପଶ୍ରୀ

 

Casting Couse Case: ଓଲିଉଡରେ ଦିନକୁ ଦିନ ବଢିବାରେ ଲାଗିଛି କାଷ୍ଟିଂ କାଉଚ ମାମଲା । ପୂର୍ବରୁ ଅନେକ କେସ୍ ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଅଭିନେତ୍ରୀ ପ୍ରକୃତି ମିଶ୍ର, (Actress prakruti mishra) ଜସ୍ମିନ ରଥଙ୍କ ଅଭିଯୋଗ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଆ ଚଳଚ୍ଚିତ୍ର (Odia film) ନିର୍ଦ୍ଦେଶକ ଓ ପ୍ରଯୋଜକ ସଞ୍ଜୟ ନାୟକ (Sanjay nayak) (ଟୁଟୁ ଭାଇ)ଙ୍କ ନାମରେ ଏପରି ସାଂଘାତିକ ଅଭିଯୋଗ ଆସିବା ପରେ ଓଲିଉଡ (Ollywood) ସମେତ ସାରା ରାଜ୍ୟରେ ବର୍ତ୍ତମାନ ଆଲୋଡନ ଖେଳିଯାଇଛି । ଟୁଟୁ ନାୟକଙ୍କ ନାମରେ ପ୍ରକୃତି ଓ ଜସ୍ମିନ ସାଂଘାତିକ ପ୍ରତିକ୍ରିୟା (Reaction) ଦେବାପରେ ପ୍ରଯୋଜକ ଟୁଟୁ ନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରକୃତି କିପରି ଓ ମୁଁ କିପରି ତାହା ସାରା ଓଡ଼ିଶାବାସୀ ଜାଣିଛନ୍ତି । ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ । ଭାଇରାଲ୍ (Viral) ହେଉଥିବା ହ୍ୱାଟସଆପ ଚାଟ୍ (Whatsapp chat) କୌଣସି ବ୍ୟକ୍ତିଗତ ଚାଟ୍ ନୁହେଁ ବରଂ ଏକ ହ୍ୱାଟସଆପ ଗ୍ରୁପର । ମୋ ନାମରେ ଷଡଯନ୍ତ୍ର କରାଯାଇଛି । ସେହି ଷଡଯନ୍ତ୍ରର ମୋହରା ସାଜିଥିବା ଅଭିନେତ୍ରୀ (Actress) ଜଣକ ମୋ ନାମରେ ଏପରି କଥା କହୁଛନ୍ତି ।

ଅନ୍ୟପଟେ ଏହି ଖବର ପ୍ରଚାରିତ ହେବାପରେ ଓଲିଉଡର ଅନ୍ୟ କଳାକାରମାନେ ମଧ୍ୟ ମତାମତ ଦେବା ଆରମ୍ଭ କରିଛନ୍ତି । ଅଭିନେତ୍ରୀ ରୂପଶ୍ରୀ ପଣ୍ଡା (Actress Rupashree Panda) ନିଜ ସୋସିଆଲ ମିଡିଆ ମାଧ୍ୟମରେ ଏକ ପୋଷ୍ଟ୍ କରିଛନ୍ତି । ସେ ନିଜେ ମଧ୍ୟ ଏପରି ପରିସ୍ଥିତିର କିପରି ସାମ୍ନା କରିଥିଲେ ତାହା ବର୍ଣ୍ଣନା କରିଛନ୍ତି । ରୂପଶ୍ରୀଙ୍କ କହିବା କଥା ହେଉଛି, ଜସ୍ମିନ ରଥ ଯେଉଁ ଷ୍ଟେଟମେଣ୍ଟ୍ (Statement) ଦେଇଛନ୍ତି ଯେ, ତାଙ୍କୁ କାଷ୍ଟିଂ କାଉଚ ପାଇଁ ଅଫର କରାଯାଇଥିଲା ସେ ରାଜି ହେଲେନି ବୋଲି ତାଙ୍କୁ ରିପ୍ଲେସ୍ (Replace) କରାଗଲା । ୨୦୧୯ରେ ସମାନ କାଷ୍ଟିଂ କାଉଚ୍ ପାଇଁ ମତେ ଏକ ସିରିଏଲରୁ ବାହାର କରାଯାଇଥିଲା । ଏଗ୍ରିମେଣ୍ଟ୍ (Agreement) ସହ ଫାଇନାଲ ହେବା ପରେ ୨ ଦିନ ସୁଟିଂ (Shooting) ଥିଲା । ଆଉ ଜସ୍ମିନ ରଥ (Jasmin rath) ମତେ ରିପ୍ଲେସ କରିଥିଲେ କାଷ୍ଟିଂ କାଉଚର ସାହାରା ନେଇ । ଏହା ହେଉଛି କର୍ମର ଫଳ । ଏହାକୁ ନେଇ ଏତେ ଇସ୍ୟୁ (issue) କରିବାର କିଛି ନାହିଁ । ଏହା ଲେଖିବା ସହ ରୂପଶ୍ରୀ ଶେଷରେ ଲେଖିଛନ୍ତି ଜୟ ଜଗନ୍ନାଥ ମହାପ୍ରଭୁ ।

ରୂପଶ୍ରୀଙ୍କ ଏପରି ଲେଖା ପ୍ରମାଣ କରୁଛି ଯେ, ଓଡ଼ିଆ ସିନେମା ଓ ସିରିଏଲ ଜଗତରେ କିପରି କାଷ୍ଟିଂ କାଉଚ୍ ହେଉଛି । ତେଣୁ ଅଭିଯୋଗର ସଠିକ ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିବା ସହ ସିନେମା ଓ ସିରିଏଲରେ (Cinema and serial) ନୂଆ କରି କ୍ୟାରିୟର ଗଢିବାକୁ ଚାହୁଁଥିବା ନବାଗତଙ୍କୁ ମଧ୍ୟ ଆଉ ଏପରି ସମସ୍ୟାର ସମ୍ମୁଖିନ ହେବାକୁ ପଡିବନି ବୋଲି ସିନେପ୍ରେମୀ ମତ ଦେଇଛନ୍ତି ।

କିଛି ବୁଦ୍ଧିଜୀବୀଙ୍କ କହିବା କଥା ହେଉଛି, ଅନେକ ପ୍ରତିଭାଧାରୀ ଯୁବକ ଯୁବତୀମାନେ ଓଡ଼ିଆ ସିନେମା ଓ ସିରିଏଲରେ କାମ କରିବାର ସ୍ୱପ୍ନ ନେଇ ଆଗକୁ ବଢିଥାନ୍ତି । କିନ୍ତୁ କିଛି ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଦ୍ୱାରା ସେ ଶୋଷଣର ଶିକାର ହେଉଥିଲେ ମଧ୍ୟ ସମ୍ମାନହାନୀ ଓ କ୍ୟାରିୟର ପାଇଁ ସେମାନେ ଚୁପ୍ ରହିବାକୁ ବାଧ୍ୟ ହୁଅନ୍ତି । କେହି କେହି ମୁହଁ ଖୋଲୁଥିବାବେଳେ ଅନେକ ଚୁପ୍ ହୋଇଯାଆନ୍ତି । ଏହି କାରଣରୁ ବଣମଲ୍ଲୀଟିଏ ବଣରେ ଫୁଟି ମୌଳି ପଡେ । ତେଣୁ ସିନେମା ଓ ସିରିଏଲ ଜଗତ କାଷ୍ଟିଂ କାଉଚରୁ ମୁକ୍ତି ହେବା ନିହାତି ଆବଶ୍ୟକ ।

Also read- ମୁଁ ଲିଗାଲ୍ ଆକ୍ସନ ନେବି; ଟୁଟୁ ନାୟକ