Prachi Desai Birthday Special: ଜାଣନ୍ତୁ, କେଉଁ ଫିଲ୍ମ ପାଇଁ Casting Couchର ଶିକାର ହୋଇଥିଲେ ଅଭିନେତ୍ରୀ
Advertisement
Article Detail0/zeeodisha/odisha1348378

Prachi Desai Birthday Special: ଜାଣନ୍ତୁ, କେଉଁ ଫିଲ୍ମ ପାଇଁ Casting Couchର ଶିକାର ହୋଇଥିଲେ ଅଭିନେତ୍ରୀ

Bollywood Actress Prachi Desai :ବଲିଉଡର ମୋଷ୍ଟ ବ୍ୟୁଟିଫୁଲ ଓ ଟାଲେଣ୍ଟେଡ ଅଭିନେତ୍ରୀ ହେଉଛନ୍ତି ପ୍ରାଚୀ ଦେଶାୟୀ (Prachi Desai ) ।  ଆଜି ତାଙ୍କର ଜନ୍ମଦିନ। ୩୫ ବର୍ଷରେ ପଦାର୍ପଣ କରିଛନ୍ତି ସେ। 

ଫାଇଲ ଫଟୋ

Bollywood Actress Prachi Desai :ବଲିଉଡର ମୋଷ୍ଟ ବ୍ୟୁଟିଫୁଲ ଓ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ ହେଉଛନ୍ତି ପ୍ରାଚୀ ଦେଶାୟୀ (Prachi Desai ) ।  ଆଜି ତାଙ୍କର ଜନ୍ମଦିନ। ୩୫ ବର୍ଷରେ ପଦାର୍ପଣ କରିଛନ୍ତି ସେ। ୧୯୮୮ ମସିହା  ଆଜିର ଦିନରେ ଗୁଜୁରାଟର ସୁରଟରେ ଜନ୍ମ ହୋଇଥିଲେ ସେ। ନିରଞ୍ଜନ ଦେଶାଇ ଓ  ଅମିତା ଦେଶାୟୀଙ୍କ ଝିଅ ହେଉଛନ୍ତି ପ୍ରାଚୀ । ପ୍ରାଚୀଙ୍କର ଏକ ଭଉଣୀ ମଧ୍ୟ ରହିଛି । ତାଙ୍କ ନାଁ ଇଶା ଦେଶାୟୀ। ଟେଲି ଅଭିନେତ୍ରୀ ଭାବରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାଚୀ ମହାରାଷ୍ଟ୍ରର ପାଞ୍ଚଗାନି (Panchgani) ସେଣ୍ଚ ଯୋଜେଫ୍ କନଭେଣ୍ଟ ସ୍କୁଲରେ ପାଠପଢା ଆରମ୍ଭ କରିଥିଲେ। ସୁରତରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ପୁଣେର ସିଂହାଗଡ କଲେଜରେ (Sinhagad College in Pune) ସେ ତାଙ୍କର ଉଚ୍ଚ ଶିକ୍ଷା ଲାଭ କରିଥିଲେ।   

ଜିଟିଭିରେ ପ୍ରସାରିତ ହେଉଥିବା କଶମ ସେ (TV drama Kasam Se on Zee TV)ରେ ଲିଡ କ୍ୟାରେକ୍ଟରରେ ନଜର ଆସିଥିଲେ।  ପରେ ୨୦୦୮ ରକ୍ ଅନ୍ ( 2008 film Rock On) ମୁଭିରେ ସେ ଡେବ୍ୟୁ କରିଥିଲେ । ପରେ ୨୦୦୯ରେ ଲାଇଫ ପାର୍ଟନର (Life Partner), ୨୦୧୦ରେ ଓ୍ବାନ୍ସ ଅପନ ଏ ଟାଇମ ଇନ୍ ମୁମ୍ବାଇ (Once Upon a Time in Mumbaai,) ପରେ ୨୦୧୨ରେ ବୋଲ ଚଚ୍ଚନ, ୨୦୧୩ରେ ଆଇ ମି ଔର ମେଁ ( I, Me Aur Main)ରେ ନଜର ଆସିଥିଲେ। ଏହା ସହ କିଛି ଘରୋଇ ପ୍ରଡକ୍ଟର ବ୍ରାଣ୍ତ ଆମ୍ବାସେଡର ଭାବେ କାର୍ଯ୍ୟ କରିଛନ୍ତି। ପ୍ରାଚୀ କେତେକ ଫିଲ୍ମରେ ଆଇଟମ ଡ୍ୟାନସର ଭାବରେ ମଧ୍ୟ ନଜର ଆସିଛନ୍ତି ।  ୨୦୨୧ ରେ ପ୍ରାଚୀ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଏକ ବଡ ଫିଲ୍ମ ପାଇଁ କାଷ୍ଟିଂ କାଉଚ (casting couch) ର ଶିକାର ହୋଇଥିଲେ। 

ଏହା ବି ପଢନ୍ତୁ  : IAS ଆଶାୟୀଙ୍କୁ ବୃତ୍ତି ଯୋଗାଇବେ ସୋନୁସୁଦ

ଏହା ପରେ ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ। ଏଲଓସି କାର୍ଗିଲ (LOC Kargil), ଦୋବାରା (Dobara) , ସେହେର (Sehar), କୁଚ୍ଛ ମିଠା ହୋ ଯାଏ (Kuchh Meetha Ho Jaye), ଫିଲ୍ମଷ୍ଟାର (Film Star), ଦି ଫିଲ୍ମ (The Film), ହୋମ୍ ଡେଲିଭରି (Home Delivery), ଭାଗମାତି (Bhagmati), ସାଣ୍ତଓ୍ବିଚ (Sandwich), ମିଷ୍ଟର ୧୦୦, ହୋପ୍ ଆଣ୍ତ ଏ ଲିଟିଲ ସୁଗାର (Hope and a Little Sugar) , ପୋଲିସ ଗିରି ( Policegiri) ଓ ଏକ ଭିଲାନ୍ ( Ek Villain ) ଭଳି ମୁଭିରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ସେ।

ସେହିଭଳି ଟେଲି ଅଭିନେତ୍ରୀ ଭାବେ ଏକାଧିକ ସିରିଏଲରେ କାମ କରିଛନ୍ତି ପ୍ରାଚୀ। ୨୦୦୬ରୁ ୨୦୦୯  ପର୍ଯ୍ୟନ୍ତ କମସରେ କାମ କରିଥିଲେ । ପରେ  ୨୦୦୬ରେ  କସୋଟି ଜିନ୍ଦେଗୀ କି (Kasautii Zindagii Kay), ଝଲକ ଦିଖଲାଜ ୨ (Jhalak Dikhhla Jaa 2)ରେ ପ୍ରତିଯୋଗୀ ରହିଥିଲେ। ତାରାକ୍ ମେହଟ୍ଟା କା ଉଲଟା ଚଷମା,ନାଗିନ୍ ଟେଲିଧାରାବାହିକରେ ଅଭିନୟ କରିଛନ୍ତି । ସେ ନିଜର ଚମକ୍କାର ଅଭିନୟ ପାଇଁ ୨୦୦୬ରେ ଇଣ୍ତିଆନ୍ ଟେଲି ଆଓ୍ବାର୍ଡରେ (Best Fresh New Face ,Female) ବେଷ୍ଟ ଫ୍ରେସ୍ ନ୍ୟୁ ଫେସ ଫିମେଲ କାଟାଗୋରୀରେ ସେ ପୁରସ୍କୃତ ହୋଇଥିଲେ। କେବଳ ସେତିକି ନୁହେଁ, ନିଜର ଅଭିନୟ ପାଇଁ ଫିଲ୍ମଫେୟାର ଆଓ୍ବାର୍ଡ ମଧ୍ୟ ସେ ପାଇଛନ୍ତି।