Brahmastra:ମନ୍ଦିର ସିନ୍ ରେ କାହିଁକି ଜୋତା ପିନ୍ଧିଥିଲେ ରଣବୀର, କାରଣ କହିଲେ ନିର୍ମାତା
Advertisement
Article Detail0/zeeodisha/odisha1225698

Brahmastra:ମନ୍ଦିର ସିନ୍ ରେ କାହିଁକି ଜୋତା ପିନ୍ଧିଥିଲେ ରଣବୀର, କାରଣ କହିଲେ ନିର୍ମାତା

ଶିଭ୍ ନାମକ ଏକ ଚରିତ୍ରରେ ଅଭିନୟ କରି ରଣବୀର ଜୋତା ପିନ୍ଧି ଏକ ମନ୍ଦିରର ଘଣ୍ଟି ବଜାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଏହି ବିବାଦ ମୁଣ୍ଡ ଟେକିଥିଲା। 

Brahmastra:ମନ୍ଦିର ସିନ୍ ରେ କାହିଁକି ଜୋତା ପିନ୍ଧିଥିଲେ ରଣବୀର, କାରଣ କହିଲେ ନିର୍ମାତା

ନୂଆଦିଲ୍ଲୀ: ରିଲିଜ ହୋଇଛି ନ୍ୟୁ ଷ୍ଟାର କପଲ୍ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର । ଗତ ବୁଧବାର ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ତାର ପାର୍ଟ ୱାନ  ରିଲିଜ ହୋଇଛି। ୨.୫ ମିନିଟର ଟ୍ରେଲର ଆସିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ବିବାଦ ଭିତରକୁ ଟାଣି ହୋଇଥିଲା । ଟ୍ରେଲରର ଏକ ସିନରେ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ କରାଯାଇଥିବା ସୋସିଆଲ ମିଡିଆ ୟୁଜର୍ସ ଅଭିଯୋଗ କରିଛନ୍ତି। ଏପରିକି ସେହିଦିନ ଓ ପରଦିନ ଟ୍ୱିଟରରେ  #BoycottBrahmastra ମଧ୍ୟ ଟ୍ରେଣ୍ଡ ହୋଇଥିଲା । 

ନବ ବିବାହିତ ରଣବୀର ଏବଂ ଆଲିଆ (Alia Bhatt) ଏହି ଫିଲ୍ମ ମାଧ୍ୟମରେ ସ୍କ୍ରିନ ସେୟାର କରୁଛନ୍ତି। ଟ୍ରେଲର ସକରାତ୍ମକ ପ୍ରତିକ୍ରିୟା ହାସଲ କରିଥିବାବେଳେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ହେତୁ ଫିଲ୍ମଟି ବିବାଦ ସୃଷ୍ଟି କରିଥିବା ଜଣାପଡିଛି। ଟ୍ରେଲର ଅନଲାଇନରେ ରିଲିଜ୍ ହେବାର କିଛି ସମୟ ପରେ, ସୋସିଆଲ ମିଡିଆ ୟୁଜର୍ସ ଏପରି କିଛି ଦେଖିଲେ ଯାହା ଅନେକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା କୁହାଯାଉଛି। ଶିଭ୍ ନାମକ ଏକ ଚରିତ୍ରରେ ଅଭିନୟ କରି ରଣବୀର ଜୋତା ପିନ୍ଧି ଏକ ମନ୍ଦିରର ଘଣ୍ଟି ବଜାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଏହି ବିବାଦ ମୁଣ୍ଡ ଟେକିଥିଲା। 

ଫିଲ୍ମ ଡାଇରେକ୍ଟର ଆୟାନ (Ayan Mukerji) ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ଆମ ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନେ ରଣବୀରଙ୍କ ଚରିତ୍ରର ଟ୍ରେଲରରେ ଜୋତା ପିନ୍ଧି ଘଣ୍ଟି ବଜାଇବାକୁ ନେଇ ବିରକ୍ତ ହୋଇଛନ୍ତି ସେମାନଙ୍କୁ ମୁଁ ନମ୍ରତାର ସହ ବ୍ୟାଖ୍ୟା କରିବାକୁ ଚାହେଁ? ଆମ ଚଳଚ୍ଚିତ୍ରରେ ରଣବୀର (Ranbir Kapoor) ଜୋତା ପିନ୍ଧି ମନ୍ଦିରରେ ପ୍ରବେଶ କରୁନାହାଁନ୍ତି ବରଂ ଦୁର୍ଗା ପୂଜା ମଣ୍ଡପରେ ପ୍ରବେଶ କରୁଛନ୍ତି। ମୋର ନିଜ ପରିବାର୭୫ ବର୍ଷ ଧରି ସମାନ ଦୁର୍ଗା ପୂଜା ଉତ୍ସବ ଆୟୋଜନ କରିଆସୁଛନ୍ତି! ଯାହା ମୁଁ ପିଲାଦିନରୁ ଏକ ଅଂଶ ଅଟେ । ମୋ ଅଭିଜ୍ଞତା ଅନୁଯାୟୀ, ଆମେ କେବଳ ଜୋତା ପିନ୍ଧି ମନ୍ଦିରରେ ପ୍ରବେଶ କରୁନି ହେଲେ ପେଣ୍ଡାଲରେ ସମସ୍ତେ ଜୋତା ପିନ୍ଧି ଯାଇପାରିବେ।

ଆୟାନ୍ ଆହୁରି ମଧ୍ୟ କହିଛନ୍ତି, ଏହି ଭାବମୂର୍ତ୍ତି ଯୋଗୁଁ ବିରକ୍ତ ଥିବା ସମସ୍ତ ଲୋକଙ୍କ ନିକଟରେ ପହଞ୍ଚିବା ମୋ ପାଇଁ ବ୍ୟକ୍ତିଗତ ଭାବରେ ଜରୁରୀ ଅଟେ ଯେପରି ବ୍ରହ୍ମାସ୍ତ୍ର(Brahmāstra) ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଇତିହାସକୁ ସମ୍ମାନିତ କରେ। ସେଥିପାଇଁ ମୁଁ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲି, ତେଣୁ ମୋ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ବ୍ରହ୍ମାସ୍ତ୍ର ଦେଖୁଥିବା ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଏହି ଅନୁଭବ ପହଞ୍ଚେ! 'ଉଲ୍ଲେଖନୀୟ କଥା ହେଉଛି, ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ନାଗାର୍ଜୁନ, ମୌନି ରୟ ଏବଂ ଅମିତାଭ ବଚ୍ଚନ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୯ ସେପ୍ଟେମ୍ବରରେ ସିନେମାରେ ମୁକ୍ତିଲାଭ କରିବ । 

Also Read: ଶ୍ରୀମନ୍ଦିର ଉପରେ କାହିଁକି ଉଡ଼ନ୍ତି ନାହିଁ ପକ୍ଷୀ ଓ ବିମାନ, ଜାଣନ୍ତୁ ଏହାର କାରଣ

Also Read: ପ୍ରଥମ ଥର ଲାଇଭ୍ ଆସିଲେ Sai Pallavi, କହିଲେ...