Janhvi Kapoor: ଜାହ୍ନବୀଙ୍କ ବେଡରୁମରେ କ'ଣ କରୁଥିଲେ ବାପା ବୋନି କପୁର, ଖୋଲିଲା ରାଜ୍
Advertisement
Article Detail0/zeeodisha/odisha1423380

Janhvi Kapoor: ଜାହ୍ନବୀଙ୍କ ବେଡରୁମରେ କ'ଣ କରୁଥିଲେ ବାପା ବୋନି କପୁର, ଖୋଲିଲା ରାଜ୍

Janhvi Kapoor: ଶ୍ରୀଦେବି ଓ ବୋନି କପୁରଙ୍କ ଲାଡଲୀ ଜାହ୍ନବୀ କପୁର । ନିଆରା ଅନ୍ଦାଜ ଓ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ   ସେ ରାଜ୍ କରନ୍ତି। ଜାହ୍ନବଙ୍କ ଆଗାମୀ ଫିଲ୍ମ'ମିଲି' ଆସନ୍ତାକାଲି ( ନଭେମ୍ବର ୪) ରେ ପରଦାକୁ ଆସିବ । ଏବେ ଫିଲ୍ମର ପ୍ରମୋସନ ପାଇଁ ସେ ବ୍ୟସ୍ତ ଅଛନ୍ତି।

Janhvi Kapoor: ଜାହ୍ନବୀଙ୍କ ବେଡରୁମରେ କ'ଣ କରୁଥିଲେ ବାପା ବୋନି କପୁର, ଖୋଲିଲା ରାଜ୍

Janhvi Kapoor: ଶ୍ରୀଦେବି ଓ ବୋନି କପୁରଙ୍କ ଲାଡଲୀ ଜାହ୍ନବୀ କପୁର । ନିଆରା ଅନ୍ଦାଜ ଓ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ   ସେ ରାଜ୍ କରନ୍ତି। ଜାହ୍ନବଙ୍କ ଆଗାମୀ ଫିଲ୍ମ'ମିଲି' ଆସନ୍ତାକାଲି ( ନଭେମ୍ବର ୪) ରେ ପରଦାକୁ ଆସିବ । ଏବେ ଫିଲ୍ମର ପ୍ରମୋସନ ପାଇଁ ସେ ବ୍ୟସ୍ତ ଅଛନ୍ତି। ନିକଟରେ ବାପା ବୋନି କପୁରଙ୍କ ସହ ଜାହ୍ନବୀ କପିଲ ଶର୍ମା ଶୋ'କୁ ଆସିଥିଲେ। ଶୋ'ରେ ଜାହ୍ନବୀ ନିଜ ଫିଲ୍ମର ପ୍ରମୋସନ ମଧ୍ୟ କରିଥିଲେ। ଏବଂ ଝିଅ ଜାହ୍ନବୀର ପୋଲ ଖୋଲିଥିଲେ ବାପା ବୋନି କପୁର  ।

ଲାଜେଇ ଗଲେ ଜାହ୍ନବୀ କପୁର : ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଛି ଦ'କପିଲ ଶର୍ମା ଶୋ'  (The Kapil Sharma Show) । ଜାହ୍ନବୀ ଏହି ଶୋ’ର ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବୋନି ଜାହ୍ନବୀଙ୍କ ପୋଲ ଖୋଲିଥିବାର ଦେଖିବାକୁ ମିଳିଛି । ବୋନି କୁହନ୍ତି, ଯେତେବେଳେ ମୁଁ ସକାଳେ ଜାହ୍ନବୀଙ୍କ ବେଡରୁମ୍ କୁ ଯାଏ, ତାର ପୋଷାକ ଭିନ୍ନ ଭିନ୍ନ ସ୍ଥାନରେ ପଡିଥାଏ । ଟୁଥପେଷ୍ଟ ଖୋଲା ଥାଏ ,ମୋତେ ଏହାକୁ ବନ୍ଦ କରିବାକୁ ପଡ଼ିଥାଏ , ବୋନିଙ୍କ କଥା ଶୁଣି, ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ହସିବା ଆରମ୍ଭ କରନ୍ତି । ଏହା ଶୁଣିବା ପରେ ଜାହ୍ନବୀ ନିଜ ପିତାଙ୍କ ଉପରେ ଉପରେ ହସି ଲାଜେଇ ଯାଆନ୍ତି ।

 

ଏହାବି ପଢନ୍ତୁ : Sidharth Malhotra Kiara Advani Wedding: ବଦଳିଲା ଭେନ୍ୟୁ, ଗୋଆ କି ମୁମ୍ବାଇ ନୁହେଁ ଏହି ସହରରେ ହେବ ଗ୍ରାଣ୍ତ ଓ୍ବେଡିଂ

ସାଉଥ ଫୁଡ୍ ଖାଇବାକୁ ଅଧିକ ପସନ୍ଦ କରନ୍ତି ବୋନି କପୁର : ସେହିପରି ଏହି ଶୋ'ରେ ବୋନି କପୁରଙ୍କ ପୋଲ ଖୋଲିଛନ୍ତି ଝିଅ ଜାହ୍ନବୀ ।  ଜାହ୍ନବୀ କହିଛନ୍ତି ଯେ ତାଙ୍କ ପିତା ଦକ୍ଷିଣ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି। ଏହା ଉପରେ କପିଲ କୁହନ୍ତି, ପ୍ରେମ ମଧ୍ୟ ଏପରି ଏକ ଜିନିଷ, ଯାହା ପାରାଠା ଠାରୁ ଇଡଲିକୁ ପରିବର୍ତ୍ତନ ହୋଇଛି। ଆମେ ଏଠାରେ, ଆପଣଙ୍କୁ କହି ରଖୁଛୁ ଯେ, ବୋନି ସାଉଥର ଶ୍ରୀଦେବୀଙ୍କୁ ବିବାହ କରିଥିଲେ । 

ଶ୍ରୀଦେବୀଙ୍କୁ ମନେ ପକାଇ ବୋନି ହୋଇଗଲେ ଭାବପ୍ରବଣ :

ଦି କପିଲ ଶର୍ମା ଶୋ’ର ପୁରା ଟିମ୍ କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଏକ ଅଦ୍ଭୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମସ୍ତେ ତାଙ୍କର ପ୍ରସିଦ୍ଧ ଗୀତରେ ନୃତ୍ୟ ମଧ୍ୟ କରିଥିଲେ।  ଏହି ନୃତ୍ୟ ପ୍ରଦର୍ଶନରେ ଜାହ୍ନବୀ ମଧ୍ୟ ଭାଗ ନେଇଥିଲେ। ଏଥିସହିତ ବୋନି କପୁର ଭାବପ୍ରବଣ ହୋଇପଡିଥିଲେ, ଆଉ କହିଥିଲେ ଯେ, ଶ୍ରୀଦେବୀଙ୍କ ପରି ଆଉ କେହି ହୋଇ ପାରିବେ ନାହିଁ।

ଯଦି ଜାହ୍ନବୀଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା, ତେବେ ବର୍ତ୍ତମାନ ଜାହ୍ନବୀଙ୍କ ପାଖରେ ଏକାଧିକ ପ୍ରୋଜେକ୍ଟ ରହିଛି। ଜାହ୍ନବୀଙ୍କ ଆଗାମୀ ଫିଲ୍ମ 'ମିଲି' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟିକୁ ନେଇ ଅଭିନେତ୍ରୀ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ନଭେମ୍ବର ୪ରେ ରିଲିଜ୍‌ ହେବ । ଏଥିରେ ଜାହ୍ନବୀଙ୍କ ସହିତ ସନ୍ନି କୌଶଲ ମଧ୍ୟ ନଜର ଆସିବେ । ଏହାସହ ଫିଲ୍ମ ‘ବାୱାଲ’(Bawaal)ରେ ମଧ୍ୟ ଜାହ୍ନବୀଙ୍କୁ ଦେଖିବାକୁ ମିଳିବ । ଏହା ବ୍ୟତିତ ଜାହ୍ନବୀଙ୍କୁ ଅଭିନେତା ରାଜକୁମାର ରାଓଙ୍କ ସହ ‘ମିଷ୍ଟର ଆଣ୍ତ ମିସେସ୍ ମାହି’(Mr and Mrs. Mahi)ରେ ମଧ୍ୟ ଦେଖିବାକୁ ମିଳିବ।