Pankaj Udhas: ଆଜି ମୁମ୍ବାଇରେ ପଙ୍କଜ ଉଧାସଙ୍କ ହେବ ଶେଷକୃତ୍ୟ
Advertisement

Pankaj Udhas: ଆଜି ମୁମ୍ବାଇରେ ପଙ୍କଜ ଉଧାସଙ୍କ ହେବ ଶେଷକୃତ୍ୟ

Pankaj Udhas: ସୋମବାର ପୂର୍ବାହ୍ନ ୧୧ଟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ତି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଏନେଇ ତାଙ୍କ ଝିଅ ନାୟାବ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ । ପଙ୍କଜ ଦୀର୍ଘ ଦିନ ଧରି ଅସୁ୍ସ୍ଥ ଥିଲେ । ମଙ୍ଗଳବାର ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବ ।

Pankaj Udhas: ଆଜି ମୁମ୍ବାଇରେ ପଙ୍କଜ ଉଧାସଙ୍କ ହେବ ଶେଷକୃତ୍ୟ

Pankaj Udhas Passed Away: ଆଉ ନାହାନ୍ତି ଭାରତୀୟ ଗଜଲ ଗାୟକ ତଥା ହିନ୍ଦୀ ଚଳଚ୍ଚିତ୍ରର ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ପଙ୍କଜ ଉଧାସ (Pankaj Udhas) । ସୋମବାର ପୂର୍ବାହ୍ନ ୧୧ଟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ତି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଏନେଇ ତାଙ୍କ ଝିଅ ନାୟାବ ସୋସିଆଲ ମିଡ଼ିଆରେ ସୂଚନା ଦେଇଥିଲେ । ପଙ୍କଜ ଦୀର୍ଘ ଦିନ ଧରି ଅସୁ୍ସ୍ଥ ଥିଲେ । ମଙ୍ଗଳବାର ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବ ।

୧୯୫୧ ମସିହା ମେ ୧୭ରେ ଗୁଜରାଟର ଜେତପୁରରେ ପଙ୍କଜଙ୍କ ଜନ୍ମ । ଖୁମ କମ୍ ବୟସରୁ ସେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ । ତାଙ୍କ ପିତା ମନୁଭାଇ ଉଧାସ ମଧ୍ଯ ଜଣେ ଖ୍ୟାତିନାମା ଗାୟକ ଥିଲେ । ସ୍ନାତକ ଡିଗ୍ରୀ ପରେ ସେ ବଲିଉଡ଼ ଫିଲ୍ମରେ ପ୍ରଚ୍ଛଦପଟ ଗାୟକ ଭାବେ ନିଜ କ୍ୟାରିୟର ଆରମ୍ଭ କରିବା ନେଇ ସେ ମୁମ୍ବାଇ ଚାଲିଯାଇଥିଲେ । ୧୯୮୦ରେ ରିଲିଜ ହୋଇଥିବା ଗଜଲ ଆଲବମ୍ ‘ଆହଟ’ ତାଙ୍କୁ ଗଜଲ ଦୁନିଆରେ ପରିଚିତ କରିଥିଲା । ପରେ ସେ ‘ମୁକାରାର’, ‘ତାରାନ୍ନମ୍’ , ‘ମେହଫିଲ୍’ ଭଳି ଅନେକ ହିଟ୍ ଆଲବମ୍ ଦର୍ଶକଙ୍କୁ ଭେଟି ଦେଇଥିଲେ । ଫିଲ୍ମ ‘ନାମ’ର ଗୀତ ‘ଚିଠି ଆଇ ହୈ’ ତାଙ୍କ ଲୋକପ୍ରିୟତାକୁ ଦ୍ବିଗୁଣିତ କରିଥିଲା । ୨୦୦୬ ମସିହାରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୯୪ରେ ସେ ସାଧନା ସରଗମଙ୍କ ସହ ଗାଇଥିବା ‘ମୋହରା’ ଫିଲ୍ମର ‘ନା କଜରେ କି ଧାର’ ଗୀତ ବେଶ ଲୋକପ୍ରିୟ ହୋଇଥିଲା । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ତାଙ୍କ ଦେହାନ୍ତ ସଙ୍ଗୀତ ଦୁନିଆରେ ଏକ ବିରାଟ ଶୂନ୍ୟସ୍ଥାନ ଛାଡ଼ିଯାଇଥିବା କହିଛନ୍ତି । ମଙ୍ଗଳବାର ଅପରାହ୍ନ ୩ଟାରୁ ୫ଟା ଭିତରେ ମୁମ୍ବାଇର ୱାର୍ଲିସ୍ଥିତ ହିନ୍ଦୁ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।