Bollywood News: ୧୭ ବର୍ଷ ପରେ ପରଦାକୁ ଫେରିବେ ଏହି ଯୋଡ଼ି, ଡନ୍ -୩ କି ଯବାନ୍ କାହା ସହିତ ରହିଛି କନେକ୍ସନ୍?
Advertisement
Article Detail0/zeeodisha/odisha1842843

Bollywood News: ୧୭ ବର୍ଷ ପରେ ପରଦାକୁ ଫେରିବେ ଏହି ଯୋଡ଼ି, ଡନ୍ -୩ କି ଯବାନ୍ କାହା ସହିତ ରହିଛି କନେକ୍ସନ୍?

Bollywood News: ବିଗ୍ ବି ଅମିତାଭ ବଚ୍ଚନଙ୍କ ସହିତ ପୁଣି ଥରେ ନଜର ଆସିବେ କି କିଙ୍ଗ୍ ଖାନ୍ ? ଜାଣନ୍ତୁ କଣ ମିଳିଲା ସୂଚନା ...

Bollywood News: ୧୭ ବର୍ଷ ପରେ ପରଦାକୁ ଫେରିବେ ଏହି ଯୋଡ଼ି, ଡନ୍ -୩ କି ଯବାନ୍ କାହା ସହିତ ରହିଛି କନେକ୍ସନ୍?

Bollywood News: ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ବଡ଼ ସୁପରଷ୍ଟାର ଶାହରୁଖ ଖାନ (shahrukh khan) ଓ ଅମିତାଭ ବଚ୍ଚନ (amitabh bachchan) ଖୁବ୍ ଶୀଘ୍ର ଏକ ପ୍ରୋଜେକ୍ଟ ପାଇଁ ଏକାଠି ହୋଇପାରନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ବିବରଣୀ ପ୍ରକାଶ କରାଯାଇ ନାହିଁ। ଅଗଷ୍ଟ ୨୬ ରେ ଇନଷ୍ଟାଣ୍ଟ ବଲିଉଡ ଶାହରୁଖ ଓ ବିଗବିଙ୍କର ଏକ ଫଟୋ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ (Instagram handle)ରେ ସେୟାର କରି କ୍ୟାପସନରେ ଲେଖିଥିଲା, "ଡନ୍ ୧ ଓ ୨ ଏକାଠି ହେଉଛନ୍ତି । ୧୭ ବର୍ଷ ପରେ" ଏକ ଗୁପ୍ତ ସୂତ୍ରରୁ ପ୍ରକାଶ ଯେ, ଏବେ ପ୍ରୋଜେକ୍ଟ ଚାଲିଛି ଯେଉଁଥିରେ ଅମିତାଭ ବଚ୍ଚନ ଓ ଶାହରୁଖ ଖାନ ପୁଣି ଥରେ ପରଦା ସେୟାର କରିବେ।

ଏହି ସମୟରେ ଅମିତାଭ ବଚ୍ଚନ ଓ ଶାହାରୁଖ ଖାନ ଡନ୍- ୩ (Don 3) ରେ କମ୍ ବ୍ୟାକ୍ କରିବାକୁ ଯାଉଛନ୍ତି କି ନାହିଁ ତାହା ମଧ୍ୟ କୁହାଯାଉଛି। ଏହି ପୋଷ୍ଟରେ କମେଣ୍ଟ ଦେଇ ଜଣେ ପ୍ରଶଂସକ (fans) ଲେଖିଛନ୍ତି ଯେ ଯଦି 'ଡନ୍-୩'ରେ  ୩ଟି ଡନ୍ ଥାଆନ୍ତି ତେବେ କଣ ହେବ?' ଜଣେ ଉପଭୋକ୍ତା ପଚାରିଛନ୍ତି କି କରଣ ଜୋହର କଭି ଖୁସି କଭି ଗମର ସିକ୍ୱେଲ ଯୋଜନା କରୁଛନ୍ତି କି? ଅନ୍ୟମାନେ ମଧ୍ୟ ପ୍ରଶ୍ନ କରିଛନ୍ତି କି କିଙ୍ଗ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଯବାନର ପ୍ରମୋଶନ ପାଇଁ କୌନ ବନେଗା କରୋଡ଼ପତିରେ ଆସିବାର ଅଛନ୍ତି କି?

କୌତୁହଳର ବିଷୟ ହେଉଛି ଯେ, କିଛି ଦିନ ପୂର୍ବରୁ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଶୋ 'କେବିସି ୧୩' (KBC 13)ରେ ଶାହରୁଖ ଖାନଙ୍କ ସହ କାମ କରିବାକୁ ଇଙ୍ଗିତ କରିଥିଲେ। ଯେତେବେଳେ ସେ କହିଥିଲେ, “ମୁଁ ଭିତରର ଡିଜାଇନ୍ କାମ ଦେଖିଲି।  ମୁଁ ଶାହାରୁଖଙ୍କ ସହ ସୁଟିଂ କରୁଥିଲି ଓ କଥା ହେଉ ହେଉ ତାଙ୍କ ଭ୍ୟାନ୍ (Van) ଭିତରକୁ ଚାଲି ଯାଇଥିଲି । ଏହାକୁ ଖୁବ୍ ସୁନ୍ଦର ଭାବରେ ଡିଜାଇନ୍ କରାଯାଇଛି । ସେଠାରେ ଏକ ଟିଭି, ସ୍ଲାଇଡିଂ ସୋଫା, ରୋଷେଇ ଘର ଏବଂ ଅନ୍ୟାନ୍ୟ ଜିନିଷ ଅଛି । ସେ କହିଛନ୍ତି ଯେ, ଏହାକୁ ଗୌରୀ ଡିଜାଇନ୍ କରିଛନ୍ତି। ଯଦି ଶାହରୁଖ ଖାନ ଓ ଅମିତାଭ ବଚ୍ଚନ ଶୀଘ୍ର ଏକ ଫିଲ୍ମ ପାଇଁ ଏକାଠି ହୁଅନ୍ତି, ତେବେ ଏହା ଫିଲ୍ମ ଇଣ୍ଡଷ୍ଟ୍ରି (Film industry) ପାଇଁ ସବୁଠାରୁ ବଡ ଖବର ହେବ । ଏହାପୂର୍ବରୁ ଦୁହେଁ ମହିବତେଁ, କଭି ଖୁସୀ କଭି ଗମ୍ ଓ କଭି ଅଲଭିଦା ନା କେହନା ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ବର୍ତ୍ତମାନ ଶାହାରୁଖ ଖାନ ତାଙ୍କ ଚଳଚ୍ଚିତ୍ର ଯବାନକୁ ନେଇ ବେଶ୍ ଖୁସି ଥିବା ସୂଚନା ମିଳିଛି । ଏଥିରେ ନୟନତାରା, ବିଜୟ ସେତୁପତୀ ଓ ଦୀପିକା ପାଦୁକୋନ (deepika padukone) ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ସେପ୍ଟେମ୍ବର ୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

 

 
 
 
 

 
 
 
 
 
 
 
 
 
 
 

A post shared by Instant Bollywood (@instantbollywood)

ଶାହରୁଖ-ଅମିତାଭ ଏକାଠି ଅନେକ ହିଟ୍ ପ୍ରୋଜେକ୍ଟ ଦେଇଛନ୍ତି 

ବଲିଉଡର ଦୁଇ ବଡ ସୁପରଷ୍ଟାର ଶାହରୁଖ ଖାନ ଓ ଅମିତାଭ ବଚ୍ଚନଙ୍କ ଯୋଡି ୧୭ ବର୍ଷ ପରେ ପୁଣି ଥରେ ବଡ଼ ସ୍କ୍ରିନ (Big screen)ରେ ଦେଖିବା ପ୍ରଶଂସକଙ୍କ ପାଇଁ କିଛି ଟ୍ରିଟଠାରୁ କମ୍ ନୁହେଁ । ଯଦି ଶାହରୁଖ ଖାନ ଓ ଅମିତାଭ ବଚ୍ଚନଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ତ କିଙ୍ଗ ଖାନ ଫିଲ୍ମ 'ଯବାନ'ରେ ଏକାଠି ନଜର ଆସୁଥିବାବେଳେ ଅମିତାଭ ବଚ୍ଚନ ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ସହ' ପ୍ରୋଜେକ୍ଟ'ରେ ନଜର ଆସିବେ।

Also Read- ଭୂମିରୁ ଉଠାଇ ଆକାଶରେ ପହଞ୍ଚାଇ ଦେବେ ଶନି ମହାରାଜ, ଏହି ଉପାୟରେ ଶନିଦେବଙ୍କୁ କରନ୍ତୁ ପ୍ରସନ୍ନ !