Sunny Deol: ନିଲାମୀ ହେବନି ସନ୍ନିଙ୍କ ବଙ୍ଗଳା! ଜାଣନ୍ତୁ କାହିଁକି ନିଷ୍ପତି ବଦଳାଇଲା ବ୍ୟାଙ୍କ
Advertisement
Article Detail0/zeeodisha/odisha1834335

Sunny Deol: ନିଲାମୀ ହେବନି ସନ୍ନିଙ୍କ ବଙ୍ଗଳା! ଜାଣନ୍ତୁ କାହିଁକି ନିଷ୍ପତି ବଦଳାଇଲା ବ୍ୟାଙ୍କ

Sunny Deol Bunglow: ଗୋଟେ ପଟେ ତାଙ୍କ ଅଭିନୀତ ଫିଲ୍ମ 'ଗଦର ୨' (Gadar-2) କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ଋଣ ପରଶୋଧ ନେଇ ଅଭିନେତାଙ୍କ ପାଖରେ ୫୬ କୋଟି ଟଙ୍କା ନଥିବା ସମସ୍ତଙ୍କୁ ଆର୍ଶ୍ଚଯ୍ୟ କରିଥିଲା । ଚଳିତ ମାସ ୨୫ ତାରିଖରେ ସନ୍ନିଙ୍କ ବଙ୍ଗଳା ନିଲାମୀ ହେବା ନେଇ କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ବ୍ୟାଙ୍କ ଅଫ୍ ବରୋଦା (Bank of baroda) ଏନେଇ ଏକ ନୂତନ ବିବୃତ୍ତି ଜାରି କରିଛି ନିଲାମୀକୁ ବନ୍ଦ କରିଛି ।

ସୌ(ସୋସିଆଲ ମିଡିଆ)

Sunny Deol Bunglow Auction Matter: ବଲିଉଡ଼ ସୁପରଷ୍ଟାର ସନ୍ନି ଦେଓଲଙ୍କ (Sunny Deol) ଫିଲ୍ମ 'ଗଦର ୨'କୁ ନେଇ ଗତ କିଛି ହେବ ଚର୍ଚ୍ଚା ଜୋର ଧରିଛି । ଗତ ସପ୍ତାହରେ ମୁକ୍ତିଲାଭ କରିଥିବା 'ଗଦର ୨' ବକ୍ସ ଅଫିସରେ କମାଲ କରୁଥିବା ବେଳେ ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗିବାରେ ଲାଗିଛି । ଫିଲ୍ମର ସଫଳତାରେ ଅଭିନେତା ସନ୍ନି ଦେଓଲ ବେଶ ଖୁସି ଥିବା ଜଣାପଡ଼ିଛି । କିନ୍ତୁ ସେତେବେଳେ ଅଭିନେତାଙ୍କ ଖୁସି ପାଣି ଫୋଟକା ପରି ମିଳାଇ ଯାଇଥିଲା ଯେତେବେଳେ ବ୍ୟାଙ୍କ ଅଫ୍ ବରୋଦା ତାଙ୍କ ଜୁହୁ ସ୍ଥିତ ବଙ୍ଗଳାର ନିଲାମୀ ନେଇ ଖବରକାଗଜରେ ଏକ ବିଜ୍ଞାପନ ବାହାର କରିଥିଲା । ଏହି ଖବର ସନ୍ନିଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଥିଲା । ଗୋଟେ ପଟେ ତାଙ୍କ ଅଭିନୀତ ଫିଲ୍ମ 'ଗଦର ୨' (Gadar-2) କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ଋଣ ପରଶୋଧ ନେଇ ଅଭିନେତାଙ୍କ ପାଖରେ ୫୬ କୋଟି ଟଙ୍କା ନଥିବା ସମସ୍ତଙ୍କୁ ଆର୍ଶ୍ଚଯ୍ୟ କରିଥିଲା । ଚଳିତ ମାସ ୨୫ ତାରିଖରେ ସନ୍ନିଙ୍କ ବଙ୍ଗଳା ନିଲାମୀ ହେବା ନେଇ କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ବ୍ୟାଙ୍କ ଅଫ୍ ବରୋଦା (Bank of baroda) ଏନେଇ ଏକ ନୂତନ ବିବୃତ୍ତି ଜାରି କରିଛି ନିଲାମୀକୁ ବନ୍ଦ କରିଛି ।

ସୂଚନା ଅନୁଯାୟୀ, ପୂର୍ବରୁ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ କୁହାଯାଇଥିଲା ଯେ, ସନ୍ନି ଦେଓଲ ତାଙ୍କ ଜୁହୁ ବଙ୍ଗଳା ଉପରେ ପ୍ରାୟ ୫୬ କୋଟି ଟଙ୍କା ଋଣ ନେଇଥିଲେ । ଯାହା ସେ ସଠିକ୍ ସମୟ ମଧ୍ଯରେ ସୁଝି ପାରିନାହାଁନ୍ତି । ଏହାପରେ ବ୍ୟାଙ୍କ ତାଙ୍କ ନିକଟକୁ ଏନେଇ ଏକ ନୋଟିସ ଜାରି କରିବା ସହ ବଙ୍ଗଳା ନିଲାମ ହେବା ନେଇ ସୂଚନା ଦେଇଥିଲା । କିନ୍ତୁ ମାତ୍ର ୨୪ ଘଣ୍ଟା ମଧ୍ଯରେ ବ୍ୟାଙ୍କ ନିଜର ନିଷ୍ପତି ବଦଳାଇ ନିଲାମ ଉପରେ ପ୍ରତିବନ୍ଧକ ଲଗାଇଛି । ବ୍ୟାଙ୍କ ନିଲାମ ମାଧ୍ୟମରେ ୫୬ କୋଟି ଟଙ୍କା ଫେରସ୍ତ ନେଇ ସନ୍ନିଙ୍କ ସମ୍ପତ୍ତିକୁ ଅବରୋଧ କରିଛି । ଗତବର୍ଷ ଡିସେମ୍ବର ମାସରୁ ସନ୍ନି ଋଣ ପରିଶୋଧ କରିବାରେ ବିଫଳ ହୋଇଥିଲେ। କିନ୍ତୁ ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ସନ୍ନଙ୍କ ପାଇଁ ଏକ ଆଶ୍ବସ୍ତି ଘର ସାମ୍ନାକୁ ଆସିଛି । ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଏବେ ସନ୍ନଙ୍କ ବଙ୍ଗଳା ନିଲାମ ହେବନାହିଁ ।

ଏହା ବି ପଢନ୍ତୁ-Parineeti-Raghav Wedding: ସାମ୍ନାକୁ ଆସିଲା ତାରିଖ! ଏହି ଦିନ ବିବାହ କରିବେ ପରିଣୀତି ଓ ରାଘବ ଚଢା

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୌଷୟିକ ତ୍ରୁଟି କାରଣରୁ ସନ୍ନି ଦେଓଲଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ଇ-ନିଲାମ ନୋଟିସକୁ ବ୍ୟାଙ୍କ ଆଜି ପ୍ରତ୍ୟାହାର କରିନେଇଛି । ବ୍ୟାଙ୍କ ନିଜର ପ୍ରତ୍ୟାହାର ବିଜ୍ଞାପନରେ କହିଛି ଯେ, 'ସନ୍ନି ଭିଲ୍ଲା' (sunny villa juhu) ନାମରେ ଜଣାଶୁଣା ଜୁହୁ ସମ୍ପତ୍ତିର ନିଲାମ ୫୧.୪୩ କୋଟି ଟଙ୍କାରୁ ଆରମ୍ଭ ହେବ। ଏନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ସନ୍ନି ଦେଓଲଙ୍କ ଉପରେ ୫୫.୯୯ କୋଟି ଟଙ୍କାର ଋଣ ରହିଛି। ଏହି ଋଣ ନିଲାମ ମାଧ୍ୟମରେ ପୁନରୁଦ୍ଧାର ହେବ। ସନ୍ନି ଦେଓଲଙ୍କ ପିତା ଧର୍ମେନ୍ଦ୍ର ଏହି ଋଣର ବ୍ୟକ୍ତିଗତ ଗ୍ୟାରେଣ୍ଟି ଅଟନ୍ତି। ସନ୍ନି ୮୦ ଦଶକର ଶେଷ ଭାଗରେ ଏହି ବଙ୍ଗଳା କିଣିଥିଲେ । ସେ ଏହି ବଙ୍ଗଳା ନିଜର ବ୍ୟବସାୟ ଚଳାଉଛନ୍ତି । ଏଥିରେ ଏକ ପ୍ରିଭ୍ୟୁ ଥିଏଟର ଓ ୨ଟି ପୋଷ୍ଟ ପ୍ରଡକ୍ସନ୍ ସୁଟ୍ ମଧ୍ୟ ରହିଛି । ଖବର ଅନୁଯାୟୀ, ଫିଲ୍ମ 'ଘାୟଲ ୱାନସ ଏଗେନ୍' ର ନିର୍ଦ୍ଦେଶନା ଦେବା ଲାଗି ସନ୍ନି ଦେଓଲ ବ୍ୟାଙ୍କରୁ ଋଣ ନେଇଥିଲେ। ଏଥିପାଇଁ ସେ ନିଜ ସମ୍ପତ୍ତି ଓ ଷ୍ଟୁଡିଓକୁ ବନ୍ଧା ରଖିଥିଲେ। ସନ୍ନି ବ୍ୟାଙ୍କରୁ ଋଣ ନେଇ ସମସ୍ତ ଟଙ୍କା ସୁଜିଥିଲେ ।