Emergency Release Date: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Emergency'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । କଙ୍ଗନା ସେୟାର କରିଥିବା ପୋଷ୍ଟରରେ ସେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରୂପରେ ନଜର ଆସିଛନ୍ତି । କଙ୍ଗନା ରଣାୱତ କହିଛନ୍ତି ଯେ, ସିନେମା 'Emergency' ଜୁନ୍ ମାସରେ ରିଲିଜ୍ ହେବ ।
Trending Photos
Emergency Release Date: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'Emergency' ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ କଙ୍ଗନା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିବା ପରେ କଙ୍ଗନା ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ତାଙ୍କର ଚଳଚ୍ଚିତ୍ର 'Emergency' ଚଳିତ ବର୍ଷ ଜୁନ୍ ମାସରେ ପ୍ରେକ୍ଷାଳୟକୁ ଆସିବ ବୋଲି ସେ କହିଛନ୍ତି । ଏହା ସହିତ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକରେ ନଜର ଆସିଛନ୍ତି ।
କଙ୍ଗନା ରଣାୱତ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର 'Emergency'ର ଝଲକ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି । ଫିଲ୍ମର ପୋଷ୍ଟର ସେୟାର କରିବା ସମୟରେ କଙ୍ଗନା କ୍ୟାପସନରେ ଲେଖିଛନ୍ତି ଯେ, 'ଭାରତର ଅନ୍ଧକାର ସମୟର କାହାଣୀ ଖୁଲାସା ହେବାକୁ ଯାଉଛି। ଜୁନ୍ ୧୪, ୨୦୨୪ରେ ପ୍ରେକ୍ଷାଳୟରେ 'Emergency'ରିଲିଜ୍ ହେବାକୁ ଯାଉଛି ।
ଏହି ଫିଲ୍ମଟି ଗତ ବର୍ଷ ନଭେମ୍ବରରେ ମୁକ୍ତିଲାଭ କରିଥିଲା
ନ୍ୟୁଜ୍ ଏଜେନ୍ସି ପିଟିଆଇ ଖବର ଅନୁଯାୟୀ କଙ୍ଗନା ରଣାୱତ କହିଛନ୍ତି ଯେ, 'Emergency' ହେଉଛି ମୋର ସବୁଠୁ ବଡ ପ୍ରୋଜେକ୍ଟ ଏଥିସହ ଦ୍ୱିତୀୟଥର ପାଇଁ ଏହି ସିନେମାରେ ମୁଁ ନିର୍ଦ୍ଦେଶନା ଦେଇଛି । ବଡ ବଜେଟ୍ ଏବଂ ଭଲ କାହାଣୀ ପାଇଁ ଭାରତୀୟ ତଥା ଆନ୍ତର୍ଜାତୀୟ ପ୍ରତିଭା ଏକାଠି ହୋଇ ଏହି ସିନେମାରେ କାମ କରିଛନ୍ତି । ଏହାପୂର୍ବରୁ ଏହି ଚଳଚ୍ଚିତ୍ର ଗତ ବର୍ଷ ନଭେମ୍ବର ୨୪ ରେ ରିଲିଜ୍ ହେବାର ଥିଲା, କିନ୍ତୁ କୌଣସି କାରଣରୁ ସିନେମାକୁ ରିଲିଜ୍ କରାଯିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା ।
ଏହି ସିନେମାରେ ଅନୁପମ ଖେର, ମହିମା ଚୌଧୁରୀ, ମିଲିନ୍ଦ ସୋମାନ, ଶ୍ରେୟାସ ତାଲପଡେ ଏବଂ ସ୍ୱର୍ଗତ ଅଭିନେତା ସତୀଶ କୌଶିକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ ଏବଂ ତାଙ୍କ ରାଜନୈତିକ ଯାତ୍ରା ବିଷୟରେ କହିବ। କଙ୍ଗନା ରଣାୱତ କେବଳ 'Emergency'ରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ତାହା ନୁହେଁ ବରଂ ସିନେମାର ନିର୍ଦ୍ଦେଶନାର ଭାର ମଧ୍ୟ ସମ୍ଭାଳିଛନ୍ତି । ଏହାପୂର୍ବରୁ କଙ୍ଗନା ରଣାୱତ ଫିଲ୍ମ ‘ତେଜସ୍’ରେ ନଜର ଆସିଥିଲେ। ତେବେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏତେଟା ଭଲ ପ୍ରଦର୍ଶନ କରିନଥିଲା ।
Also Read- Ayodhya Ram Mandir: ଅଯୋଧ୍ୟାରେ ରାମ ଭକ୍ତଙ୍କୁ ଲାଠିଚାର୍ଜ କଲା ପୋଲିସ
Also Read- ପ୍ରଭୁ ଶ୍ରୀରାମଙ୍କୁ ୧୧କୋଟିର ହୀରା ମୁକୁଟ ଦାନ କଲେ ଏହି ବ୍ୟବସାୟୀ