Ameesha Patel: ଅମିଷା ପଟେଲଙ୍କ ବିରୋଧରେ ରାଞ୍ଚି କୋର୍ଟରେ ୱାରେଣ୍ଟ ଜାରି, ଜାଣନ୍ତୁ କ’ଣ ରହିଛି ମାମଲା
Advertisement

Ameesha Patel: ଅମିଷା ପଟେଲଙ୍କ ବିରୋଧରେ ରାଞ୍ଚି କୋର୍ଟରେ ୱାରେଣ୍ଟ ଜାରି, ଜାଣନ୍ତୁ କ’ଣ ରହିଛି ମାମଲା

Ameesha patel: ଅଡୁଆରେ ବଲିଉଡ଼ ଅଭିନେତ୍ରୀ ଅମିଷା ପଟେଲ । ଠକେଇ ଓ ଚେକ୍ ବାଉନ୍ସ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ବଲିଉଡ଼ର ଏହି ସୁନ୍ଦରୀ ଅଭିନେତ୍ରୀ ।

ସୌ(ସୋସିଆଲ ମିଡିଆ)

Ameesha patel: ବଲିଉଡ଼ ଅଭିନେତ୍ରୀ ଅମିଷା ପଟେଲ(Ameesha patel) ବହୁ ଜଲଦି ସନ୍ନି ଦେଓଲଙ୍କ(sunny deol) ସହ “ଗଦର-୨”( Gadar 2: The Katha Continues) ରେ ନଜର ଆସିବାକୁ ଯାଉଛନ୍ତି । ଏହି ହିଟ୍ ଫିଲ୍ମର ସିକ୍ବେଲ ଦେଖିବା ଲାଗି ଫ୍ୟାନ୍ସ ବହୁ ଦିନରୁ ଅପେକ୍ଷା କରିଛନ୍ତି । ତେବେ ଫିଲ୍ମ ରିଲିଜ ହେବା ଆଗରୁ ଅଡୁଆରେ ପଡ଼ିଛନ୍ତି ଅଭିନେତ୍ରୀ । ନିକଟରେ ଠକେଇ(fraud) ଓ ଚେକ୍ ବାଉନ୍ସ(cheque bounce) ମାମଲାରେ ବଲିଉଡ଼ ଅଭିନେତ୍ରୀ ଅମିଶା ପଟେଲ(Ameesha patel)  ଓ ତାଙ୍କ ବିଜନେସ ପାର୍ଟନର(Business Partner) କ୍ରୁନାଲଙ୍କ ବିରୋଧରେ ରାଞ୍ଚିର ଏକ ସିଭିଲ କୋର୍ଟ ୱାରେଣ୍ଟ(Court warrant) ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୋଗକାରୀ ଅଜୟ କୁମାର ସିଂ ଝାଡ଼ଖଣ୍ଡର ଜଣେ ଚଳଚ୍ଚିତ୍ର ନିର୍ମାତା ଅଟନ୍ତି। ଏହି ବ୍ୟକ୍ତି ଜଣଙ୍କ ଅମିଷା ପଟେଲ(Ameesha patel) ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଠକେଇ ଓ ଚେକ୍ ବାଉନ୍ସ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରୀ ଅଜୟ କୁମାର ସିଂ ରାଞ୍ଚିର ହରମୁ ବାସିନ୍ଦା ଅଟନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଅମିଷା ‘ଦେଶୀ ମ୍ୟାଜିକ୍’ ନାମକ ଏକ ଚଳଚ୍ଚିତ୍ରରେ ଟଙ୍କା ବିନିଯୋଗ କରିବାକୁ କହିଥିଲେ, ଯେଉଁଥିପାଇଁ ସେ ଅଭିନେତ୍ରୀଙ୍କୁ ୨.୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ସେ ଆଉ ମଧ୍ଯ କହିଛନ୍ତି ଯେ, ଚଳଚ୍ଚିତ୍ରର ସୁଟିଂ ୨୦୧୩ରେ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ଯ ଏ ଏପର୍ଯ୍ୟନ୍ତ ସୁଟିଂ ଶେଷ ହୋଇନାହିଁ। ଅଜୟ ଆଉ ମଧ୍ଯ ଅଭିଯୋଗ କରିଛନ୍ତି ଯେ, ଅମିଷା ଓ ସହଯୋଗୀ ତାଙ୍କୁ ଆଶ୍ବସନା ଦେଇଥିଲେ ଯେ ଫିଲ୍ମ(flim) ସୁଟିଂ(shooting) ଶେଷ ହେବା ପରେ ସେମାନେ ସୁଧ ସହିତ ତାଙ୍କର ସମସ୍ତ ଟଙ୍କା ଫେରସ୍ତ କରିବେ, କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ଯ ନାଁ ଫିଲ୍ମ କାମ ସରୁଛି ନା ସେମାନେ ଟଙ୍କା ଫେରସ୍ତ କରୁଛନ୍ତି ।  

ଏହା ବି ପଢନ୍ତୁ-Akanksha Dubey Death: ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଗାୟକ ସମର ସିଂଙ୍କୁ ବାନ୍ଧିଲା ପୋଲିସ

ଯଦିଓ, ଆମିଷା ୨୦୧୮ ମସିହାରେ ତାଙ୍କୁ ୨.୫ କୋଟି ଟଙ୍କା ଓ ୫୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ, କିନ୍ତୁ ପରବର୍ତ୍ତି ସମୟରେ ସେ ବାଉନ୍ସ ହୋଇଯାଇଥିଲା। ଏହି କାରଣରୁ ଅଭିନେତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତେବେ ଅଭିଯୋଗ ପରେ ଅଭିନେତ୍ରୀ ଅମେଷା ପଟେଲ(Ameesha patel) କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିନଥିଲେ । ଏନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, କୋର୍ଟ ପକ୍ଷରୁ ସମନ ଜାରି ହେବା ସତ୍ତ୍ୱେ ଅମିଷା କିମ୍ବା ତାଙ୍କ ଓକିଲ କୋର୍ଟରେ(Court) ହାଜର ହୋଇନଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫ ତାରିଖ ପାଇଁ ସ୍ଥିର କରାଯାଇଛି । ଅଭିନେତ୍ରୀଙ୍କ ବିରୋଧରେ ଧାରା ୪୨୦ ଓ ୧୨୦ ମାମଲା ରୁଜୁ ହୋଇଛି। ପ୍ରକାଶ ଥାଉ କି, ଅମିଷା ପଟେଲ ସନ୍ନି ଦେଓଲଙ୍କ ସହ ଫିଲ୍ମ 'ଗଦର ୨'(Gadar 2: The Katha Continues) ପାଇଁ ସୁଟିଂ କରୁଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ ନିଜର ବୋଲ୍ଡ ଓ ହଟ୍ ଫଟୋସୁଟ ଯୋଗୁଁ ମଧ୍ୟ ଲାଇମଲାଇଟରେ ରହିଛନ୍ତି ।

ଏହା ବି ପଢନ୍ତୁ-ShahRukh Khan: କିଙ୍ଗ ଖାନଙ୍କୁ ଆଉ ଏକ ସଫଳତା, ଜିତିଲେ ୨୦୨୩ ଟାଇମ୍ସ ୧୦୦ ରିଡର ପୋଲ

ଏହା ବି ପଢନ୍ତୁ-Priyanka Chopra: ପ୍ରଥମ ପୂଜ୍ୟଙ୍କ ମନ୍ଦିରରେ ଦେଶୀଗାର୍ଲ, ଝିଅ 'ମାଲତୀ' ପାଇଁ ବାବାଙ୍କ ନିକଟରେ...