Bollywood News: ନାୟକରୁ ଗାୟକ ବନିଲେ ବଲିଉଡ ଖିଲାଡି ଅକ୍ଷୟ କୁମାର
Advertisement
Article Detail0/zeeodisha/odisha2093140

Bollywood News: ନାୟକରୁ ଗାୟକ ବନିଲେ ବଲିଉଡ ଖିଲାଡି ଅକ୍ଷୟ କୁମାର

Akshay Kumar New Song Shambhu: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏକ ଆଧ୍ୟାତ୍ମିକ ଗୀତ 'ଶମ୍ଭୁ'ରେ କଣ୍ଠଦାନ କରିଛନ୍ତି । ଗୀତଟି ଫେବୃଆରୀ ୫ରେ ରିଲିଜ୍ ହେବାକୁ ଯାଉଛି ।

Bollywood News: ନାୟକରୁ ଗାୟକ ବନିଲେ ବଲିଉଡ ଖିଲାଡି ଅକ୍ଷୟ କୁମାର

Akshay Kumar New Song Shambhu: ବର୍ତ୍ତମାନ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନେଇ ଖୁବ୍ ଚର୍ଚ୍ଚା ଆଲୋଚନା ଚାଲିଛି । କାରଣ ଅକ୍ଷୟ ଏକ ଆଧ୍ୟାତ୍ମିକ ଗୀତ 'ଶମ୍ଭୁ'ରେ କଣ୍ଠଦାନ କରିଛନ୍ତି । କେବଳ ସେତିକି ନୁହେଁ ଗୀତଟି କେବେ ରିଲିଜ୍ ହେବ ସେନେଇ ମଧ୍ୟ ଦର୍ଶକଙ୍କ ଉତ୍କଣ୍ଠା ବଢିଯାଇଛି । ଗୀତର ରିଲିଜ୍ ତାରିଖକୁ ଏକ ମୋସନ ପୋଷ୍ଟର ମାଧ୍ୟମରେ ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆ ପେଜ୍ ରେ ସେୟାର କରିଛନ୍ତି। ଗୀତଟିରେ ଅଭିନେତାଙ୍କୁ ଜଣେ ଆଧ୍ୟାତ୍ମିକ ଭାବନାର ବ୍ୟକ୍ତି ଭାବେ ଚିତ୍ରଣ କରାଯାଇଛି । ବର୍ତ୍ତମାନ ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ଗୀତର ରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି।

Post-

ଏହି ଗୀତଟି ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାର ଏହି ଗୀତଟିରେ କଣ୍ଠଦାନ କରିଥିବାବେଳେ ଅଭିନେତା ସୁଧୀର ଯାଦୁଭାନ୍ସି ଏବଂ ବିକ୍ରମ ମଣ୍ଟ୍ରୋଜ୍ଙ୍କଙ୍କ ଭୂମିକା ଗୀତକୁ ଅଧିକ ଚର୍ଚ୍ଚା ପରିସରକୁ ଆଣିଛି । ଗୀତଟି ଫେବୃଆରୀ ୫ରେ ମୁକ୍ତିଲାଭ କରିବାକୁ ଯାଉଛି । ଯାହାକୁ ନେଇ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି। ମୋସନ ପୋଷ୍ଟରରେ ଅକ୍ଷୟ ଭଗବାନ ଶିବଙ୍କ ବେଶ ଧାରଣ କରିଥିବା ଦେଖିବାକୁ ମିଳିଛି । ଅକ୍ଷୟ ଏହି ଗୀତ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ କିଛି ଭିନ୍ନ ଆନନ୍ଦ ଦେବାକୁ ଚେଷ୍ଟା କରିଛନ୍ତି ।

Post- 

ଗୀତର ମୋସନ ପୋଷ୍ଟର ସହିତ ସୋସିଆଲ ମିଡିଆରେ କ୍ୟାପସନରେ ଲେଖାଯାଇଥିଲା ଯେ, 'ଜୟ ମହାକାଳ,' ଶମ୍ଭୁ 'ଗୀତଟିର ଭିଡିଓ ଫେବୃଆରୀ ୫, ୨୦୨୪ ରେ  ଟାଇମ୍ସ ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ ହେବ । ଏଥି ସହିତ ଫେବୃଆରୀ ୩ ରେ ପୋଷ୍ଟ ହୋଇଥିବା ପୋଷ୍ଟରରେ ଅକ୍ଷୟ ପାରମ୍ପାରିକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ଶିବ ଭକ୍ତଙ୍କୁ ଏହି ଗୀତଟି ଅଧିକ ପସନ୍ଦ ଆସିବ ବୋଲି କୁହାଯାଉଛି । ପୋଷ୍ଟରରେ ଅକ୍ଷୟଙ୍କ ମଥାରେ ତିଳକ ବେକରେ ରୁଦ୍ରାକ୍ଷମାଳା ଏବଂ ଦେହରେ ସାଙ୍କେତିକ ଟାଟୁ ଦେଖିବାକୁ ମିଳିଛି ।

Also Read- Airtel Recharge Plan: ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ବଡ଼ ଲାଭ

Also Read- Shani-Guru Gochar 2024: ଶନି ଏବଂ ବୃହସ୍ପତିଙ୍କ ଚଳନ ଫିଟାଇବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ