Bipasha Basu Baby Shower : ବ୍ଲାକ୍ ବିୟୁଟିଙ୍କ ଗୋଦଭରାଇ , ସାମିଲ୍ ହେଲେ ବିଟାଉନର ଏହି ସେଲିବ୍ରେଟି
Advertisement

Bipasha Basu Baby Shower : ବ୍ଲାକ୍ ବିୟୁଟିଙ୍କ ଗୋଦଭରାଇ , ସାମିଲ୍ ହେଲେ ବିଟାଉନର ଏହି ସେଲିବ୍ରେଟି

Bipasha Basu Baby Shower : ପିତାମାତା ହେବାକୁ ଯାଉଛନ୍ତି ବିପାଶା ବସୁ (Bipasha Basu) ଓ କରନ ସିଂ ଗ୍ରୋଭର (Karan Singh Grover) । ଯାହାକୁ ନେଇ ଖୁବ୍ ଏକସାଇଟେଡ ଅଛନ୍ତି ଏହି ଦମ୍ପତି । ବିବାହର ୬ ବର୍ଷ ପରେ ପ୍ରଥମ ଥର ବାପା ମା ହେବାକୁ ଯାଉଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Bipasha Basu Baby Shower : ପିତାମାତା ହେବାକୁ ଯାଉଛନ୍ତି ବିପାଶା ବସୁ (Bipasha Basu) ଓ କରନ ସିଂ ଗ୍ରୋଭର (Karan Singh Grover) । ଯାହାକୁ ନେଇ ଖୁବ୍ ଏକସାଇଟେଡ ଅଛନ୍ତି ଏହି ଦମ୍ପତି । ବିବାହର ୬ ବର୍ଷ ପରେ ପ୍ରଥମ ଥର ବାପା ମା ହେବାକୁ ଯାଉଛନ୍ତି। ଏନେଇ ଶୁକ୍ରବାର ଦିନ ବିପାଶାଙ୍କ ଗୋଦଭରାଇ କରାଯାଇଥିଲା । ଏହି ଗୋଦଭରାଇରେ ପାର୍ଟିରେ ବିଟାଉନର ଅନେକ ସେଲିବ୍ରେଟି ସାମିଲ ହୋଇଥିଲେ। ସମିତା ସେଟ୍ଟୀ ଙ୍କ ଠାରୁ ଭିଜେ ଅନୁସା ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଥର ବିପାଶାଙ୍କ ଗୋଦଭରାଇ ବେଙ୍ଗଲି ପରମ୍ପରାରେ ଅନୁସାରେ କରାଯାଇଥିଲା । ଯାହା ବିପାଶା ମାଆଙ୍କ ପକ୍ଷରୁ ହୋଇଥିଲା । ତେବେ, ଶୁକ୍ରବାର ଦିନ ହୋଇଥିବା ଗୋଦଭରାଇ ପାର୍ଟିରେ ଦେଖିବାକୁ ମିଳିଥିଲା ଯେ, ବିପାଶା ଓ କରଣ ପ୍ରଥମେ କେକ୍ କାଟି ଥିଲେ । ପରେ ପରପ୍ପରକୁ କେକ୍ ଖୁଆଇ ଆଲିଙ୍ଗନ କରି କିସ୍ କରିଥିଲା। ତେବେ, ଷ୍ଟାର ଦମ୍ପତିଙ୍କ ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । 

ପାର୍ଟିରେ ବିପାଶା ଏକ ଲାଇଟ ପିଙ୍କ୍ କର୍ଲର ଏକ ଗାଉନ ପିନ୍ଧିଥିବା ବେଳେ  କରନ ଏକ ବ୍ଲୁ କର୍ଲରର ସୁଟ୍ ପିନ୍ଧିଥିଲେ। ଯେଉଁଥିରେ ବିପାଶା ବହୁତ ସୁନ୍ଦର ଦେଖାଯାଉଥିଲେ। ଗତ ଅଗଷ୍ଟରେ ବିପାଶା ନିଜ ମାଆ ହେବାର ଖବର ପ୍ରଥମେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କୁ ଦେଇଥିଲେ। ସୋସିଆଲ ମିଡିଆରେ ନିଜ ବେବି ବମ୍ପର ଏକ ମଜାଦାର ଭିଡିଓ ମଧ୍ୟ ସେୟାର କରିଥିଲେ । ଭିଡିଓରେ ବିପାଶା ଏକ ବ୍ଲାକ କର୍ଲର ଡ୍ରସ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୧୫ ମସିହାରେ ଆଲୋନ୍ ହରର୍ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ର ପରେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଥିଲା । ଏହାପରେ କରଣ ଏବଂ ବିପାଶା ଅନେକ ଫିଲ୍ମରେ ନଜର ଆସିଥିଲେ । ଗୋଟିଏ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। 

ଏହାବି ପଢନ୍ତୁ : Salon ବାହାରେ ବେବି ବମ୍ପ ସହ ନଜର ଆସିଲେ ବ୍ଲାକ୍ ବିୟୁଟି, ଭାଇରାଲ ହେଲା ଭିଡିଓ

 

 

ପୂର୍ବରୁ କରନ ସିଂ ଗ୍ରୋଭର ପ୍ରଥମେ ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ ।  ହେଲେ ବିବାହର ୧୦ ମାସ ପରେ ଉଭୟଙ୍କର ଡିଭୋରର୍ସ ହୋଇଥିଲା । ପରେ ଟେଲି ଅଭିନେତ୍ରୀ ଜେନିଫର (Jennifer Winget)ଙ୍କୁ  ୨୦୧୨ ମସିହା ଏପ୍ରିଲ ୯ରେ ବିବାହ କରିଥିଲେ। ଏହି ବିବାହ ମଧ୍ୟ ବେଶି ଦିନ ତିଷ୍ଠି ନ ଥିଲା । ପରେ ୨୦୧୪ରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା।  ଏହାପରେ କରନଙ୍କ ଜୀବନକୁ ଆସିଥିଲେ ବିପାଶା ।ପ୍ରେଗନେନ୍ସି ପାଇଁ ବିପାଶା ଏବେ ବଲିଉଡରୁ ଦୂରେଇ ରହିଛନ୍ତି । କିନ୍ତୁ କରନଙ୍କୁ ଶେଷଥର ପାଇଁ କବୁଲ ହେ ୨.୦ (Qubool Hai 2.0)ରେ ଦେଖିବାକୁ ମିଳିଥିଲା।