ଏହି ଉତ୍ସବରେ ଜଣେ ଓଡ଼ିଆ ପୁଅ ତଥା ସୁଦକ୍ଷ ନିର୍ଦ୍ଦେଶକ ଦେବ ମେହେରଙ୍କ ନିର୍ଦ୍ଦେଶନାରେ ତିନିଟି ଗୀତର ନୃତ୍ୟ ପରିବେଷଣ ହୋଇଛି । ଗୀତ ଗୁଡିକୁ ସୁପରିଚିତା ଗାୟିକା ସୁସ୍ମିତା ଦାସ କଣ୍ଠଦାନ କରିଛନ୍ତି ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ ।
Trending Photos
ଭୁବନେଶ୍ୱର: ଆଜାଦି କା ଅମ୍ରିତ୍ ମହୋତ୍ସବ ଅବସରରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ହରିଦ୍ୱାର ଚାନ୍ଦି ଘାଟରେ ନ୍ୟାଶନାଲ ମିଶନ ଫର କ୍ଲିନ ଗଙ୍ଗା ଦ୍ୱାରା "ଗଙ୍ଗା ଉତ୍ସବ ୨୦୨୪" ଆୟୋଜିତ ହୋଇଛି । ଏହି ଉତ୍ସବରେ ଜଣେ ଓଡ଼ିଆ ପୁଅ ତଥା ସୁଦକ୍ଷ ନିର୍ଦ୍ଦେଶକ ଦେବ ମେହେରଙ୍କ ନିର୍ଦ୍ଦେଶନାରେ ତିନିଟି ଗୀତର ନୃତ୍ୟ ପରିବେଷଣ ହୋଇଛି । ଗୀତ ଗୁଡିକୁ ସୁପରିଚିତା ଗାୟିକା ସୁସ୍ମିତା ଦାସ କଣ୍ଠଦାନ କରିଛନ୍ତି ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ ।
ପ୍ରଥମ ଅର୍ଘ୍ୟ "ହମ୍ ୟହିଁ ଜିଏଙ୍ଗେ..." ଯାହା ପରିବେଶ ଉପରେ ଆଧାରିତ ଏକ ସୁନ୍ଦର ପରିବେଷଣ ଥିଲା । ଉପସ୍ଥିତ ଲକ୍ଷ ଲକ୍ଷ ଦର୍ଶକଙ୍କୁ ବିମୋହିତ କରିଥିଲା । ଦ୍ଵିତୀୟ ଅର୍ଘ୍ୟ "ହମ୍ ଅଗର ନେହିଁ.. "ଆଦ୍ରଭୂମି ସରଂକ୍ଷଣର ୨୫ ବର୍ଷକୁ ସ୍ମରଣୀୟ କରିଥିଲା । ଶେଷ ଅର୍ଥାତ ତୃତୀୟ ଅର୍ଘ୍ୟ ଥିଲା "ପ୍ରିଥ୍ଵୀ ମନ୍ଥନ..." ଯାହା ଜଳବାୟୁ ପରିବର୍ତ୍ତନ ଉପରେ ପାରିବେଶିତ ହୋଇଥିଲା ଯେଉଁ ଗୀତଟି ଭାରତର ସର୍ବାଧିକ ସ୍ଥାନରେ ପୁରସ୍କୃତ ହୋଇଛି ଏବଂ ବର୍ତ୍ତମାନ ଆୟୁସିଏନ ୱେବସାଇଟରେ ସ୍ଥାନ ପାଇଛି । ଏ ସମସ୍ତ ଗୀତର ନିର୍ଦ୍ଦେଶନା ଦେଇଥିଲେ ଯୁବ ନିର୍ଦ୍ଦେଶକ ଦେବ ମେହେର । ସେ ଜଣେ ସୁଦକ୍ଷ ମ୍ୟୁଜିକାଲ ସର୍ଟ ଫିଲ୍ମ ନିର୍ମାତା ଭାବରେ ବେଶ ଜଣାଶୁଣା । ପୂର୍ବରୁ ଅନେକ ମ୍ୟୁଜିକାଲ ସର୍ଟ ଫିଲ୍ମ ଏବଂ ମ୍ୟୁଜିକାଲ ଡ୍ୟାନ୍ସ ଡ୍ରାମା ନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ ଅଛନ୍ତି । ଓଡ଼ିଆ ନିର୍ଦ୍ଦେଶକ, ଓଡ଼ିଆ କଣ୍ଠଶିଳ୍ପୀ ତଥା ଓଡ଼ିଆ କଳାକାରଙ୍କ ପରିବେଷଣ ଦେଖି ଦର୍ଶକ ଭୁୟସୀ ପ୍ରଶଂସା କରିଥିଲେ ।
Also Read- Grah Gochar 2024: ସୂର୍ଯ୍ୟ ସହ ଚନ୍ଦ୍ରଙ୍କ ପ୍ରଭାବ, ୩ ରାଶିରେ ହେବ...