Happy Birthday Anushka Shetty: କେତେ ସମ୍ପତ୍ତିର ମାଲିକାଣୀ 'ମହାରାଣୀ ଦେବସେନା' ?
Advertisement
Article Detail0/zeeodisha/odisha1429298

Happy Birthday Anushka Shetty: କେତେ ସମ୍ପତ୍ତିର ମାଲିକାଣୀ 'ମହାରାଣୀ ଦେବସେନା' ?

Happy Birthday Anushka Shetty: 'ବାହୁବଳୀ' ଏବଂ 'ବାହୁବଳୀ ୨'ରେ ମହାରାଣୀ ଦେବସେନା ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଟ୍ଟୀ । ଅନୁଷ୍କା ୧୯୮୧ ମସିହା, ଆଜିର ଦିନରେ ମାଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ । ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ ।

Happy Birthday Anushka Shetty: କେତେ ସମ୍ପତ୍ତିର ମାଲିକାଣୀ 'ମହାରାଣୀ ଦେବସେନା' ?

Happy Birthday Anushka Shetty: 'ବାହୁବଳୀ' ଏବଂ 'ବାହୁବଳୀ ୨'ରେ ମହାରାଣୀ ଦେବସେନା ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଟ୍ଟୀ । ଅନୁଷ୍କା ୧୯୮୧ ମସିହା, ଆଜିର ଦିନରେ ମାଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ । ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ । ଅନୁଷ୍କାଙ୍କ ପ୍ରକୃତ ନାଁ ହେଉଛି ସୁଇଟି ଶେଟ୍ଟୀ ( Sweety Shetty) । ଏହି ଅଭିନେତ୍ରୀ ଜଣକ ଅନେକ ସାଉଥ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଚଳଚ୍ଚିତ୍ର 'ରୁଦ୍ରମାଦେବୀ', 'ମିର୍ଚି' ଏବଂ 'ଅରୁନ୍ଧତୀ' ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ଏକ ସମୟ ଥିଲା, ଯେତେବେଳେ ଅଭିନେତ୍ରୀ ଜଣକ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ଟ୍ୟୁସନ କରୁଥିଲେ, କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ମାଲିକାଣୀ ।  ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା । 
 
ଅନୁଷ୍କା ଶେଟ୍ଟିଙ୍କ ସମ୍ପତ୍ତି ମୂଲ୍ୟ :

ଅଭିନେତ୍ରୀ ଅନୁଷ୍କାଙ୍କ ସମ୍ପତ୍ତି ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ୧୪୩ କୋଟି ଟଙ୍କାର ମାଲିକାଣୀ । ଅନୁଷ୍କା ଶେଟ୍ଟୀଙ୍କ ବାର୍ଷିକ ଆୟ ପ୍ରାୟ ୫ ରୁ ୬ କୋଟି ଟଙ୍କା ଅଟେ। ଅନୁଷ୍କା ଶେଟ୍ଟୀ ହାଇଦ୍ରାବାଦର ଜୁବୁଲି ହିଲ୍ସ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ଷଷ୍ଠ ମହଲାରେ ରୁହନ୍ତି। ତେବେ, ଅଭିନେତ୍ରୀଙ୍କ ଘରର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ । ଅନୁଷ୍କା ଶେଟ୍ଟୀ ସାଉଥ ଇଣ୍ତଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ମିଡିଆ ରିପୋର୍ଟ ଅନୁଯାୟୀ ଅନୁଷ୍କା ଏକ ଚଳଚ୍ଚିତ୍ର ପାଇଁ ପାଞ୍ଚ କୋଟି ଟଙ୍କା ନିଅନ୍ତି । 

ଏହାବି ପଢନ୍ତୁ : Adipurush Update: ବିବାଦ ଭିତରେ 'ଆଦିପୁରୁଷ' ନିର୍ମାତା ନେଲେ ଏମିତି ନିଷ୍ପତ୍ତି

ଅନୁଷ୍କା ଶେଟ୍ଟିଙ୍କ କାର କଲେକସନ୍ : 

ଅନୁଷ୍କା ଲକଜୁରିୟର୍ସ କାରୁକୁ ଅଧିକ ପସନ୍ଦ କରନ୍ତି । ତାଙ୍କର ପାଖରେ ଅନେକ ବଡ ବ୍ରାଣ୍ଡର କାର୍ ଅଛି । ଅନୁଷ୍କା ଶେଟ୍ଟି ବିଏମଡବ୍ଲୁ ୬, ଅଡି ଏ ୬, ଅଡି Q୫ ଏବଂ ଟୟୋଟା କରୋଲା ପରି ଲକଜୁରିୟର୍ସ କାର ମଧ୍ୟ ରହିଛି । ଅନୁଷ୍କା ଶେଟ୍ଟୀଙ୍କ ବିଏମଡବ୍ଲୁ ୬ର ମୂଲ୍ୟ ୬୬.୫୦ ଲକ୍ଷ ଟଙ୍କା , ଅଡି A୬ ର ମୂଲ୍ୟ ୫୫.୮୬ ଲକ୍ଷ ଥିବାବେଳେ ଅଡି Q୫ ର ମୂଲ୍ୟ ପାଖାପାଖି ୬୧.୫୨ ଲକ୍ଷ ଏବଂ ଟୟୋଟା କରୋଲା ଆଟଲିସ୍ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ । 

କଳା ଜଗତରେ ପାଦ ଦେବା ପୂର୍ବରୁ ପିଲାମାନଙ୍କୁ ଟ୍ୟୁସନ କରୁଥିଲେ ଅଭିନେତ୍ରୀ :

ଅଭିନେତ୍ରୀ ହେବାକୁ ଅନୁଷ୍କାଙ୍କ ଇଚ୍ଛା ନ ଥିଲା । ଅନୁଷ୍କା କଲେଜ ପାଠପଢା ଶେଷ କରିବା ପରେ (meditation workshops) ଧ୍ୟାନ କର୍ମଶାଳା ପ୍ରଶିକ୍ଷଣ ନେଇଥିଲେ।  ସେ ଜଣେ ଯୋଗ ପ୍ରଶିକ୍ଷକ ହେବକୁ ଚାହଁଥିଲେ । ଏବଂ ମୁମ୍ବାଇରେ ଯୋଗ କ୍ଲାସ ମଧ୍ୟ ଆରମ୍ଭ କରିଥିଲେ । ସ୍ନାତକୋତ୍ତର ସମାପ୍ତ କରିବା ପରେ ଅନୁଷ୍କା କିଛି ଦିନ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ଟ୍ୟୁସନ ମଧ୍ୟ କରୁଥିଲେ। ଯଦି ଆମେ ଅନୁଷ୍କାଙ୍କ ବୃତ୍ତିଗତ ଜୀବନ ବିଷୟ କହିବା । ତେବେ,ଅନୁଷ୍କା ୨୦୦୫ରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର 'ସୁପର'(Super)ରେ ଡେବ୍ୟୁ କରିଥିଲେ। 'ବାହୁବଳୀ' ବ୍ୟତୀତ ଅନୁଷ୍କା ଅରୁନ୍ଧତୀ (୨୦୦୯), ବେଦମ୍ (୨୦୧୦), ରୁଦ୍ରମାଦେବୀ (୨୦୧୫) ଏବଂ ସିଙ୍ଗହମ୍ ସିରିଜ୍ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।