Anushka Shetty Marriage: ହାତକୁ ଦି ହାତ ହେବେ ଅନୁଷ୍କା, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଲାଇଫ ପାର୍ଟନର ?
Advertisement
Article Detail0/zeeodisha/odisha1496086

Anushka Shetty Marriage: ହାତକୁ ଦି ହାତ ହେବେ ଅନୁଷ୍କା, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଲାଇଫ ପାର୍ଟନର ?

Anushka Shetty Marriage: ବାହୁବଳୀ ଫେମ୍‌ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ । ପୁଣିଥରେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ ଜଣକ ଜଣେ ଜଣାଶୁଣା ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ, ଏହି ବିବାହରେ କେବଳ ତାଙ୍କର ପରିବାର ସଦସ୍ୟ ,ନିକଟ ସମ୍ପର୍କୀୟ ଏବଂ ବନ୍ଧୁ ଯୋଗଦେବ ବୋଲି କୁହାଯାଉଛି ।

ସୌଜନ୍ୟ-ସୋସିଆଲ ମିଡିଆ

Anushka Shetty Marriage: ବାହୁବଳୀ ଫେମ୍‌ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ । ପୁଣିଥରେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ ଜଣକ ଜଣେ ଜଣାଶୁଣା ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ, ଏହି ବିବାହରେ କେବଳ ତାଙ୍କର ପରିବାର ସଦସ୍ୟ  ,ନିକଟ ସମ୍ପର୍କୀୟ ଏବଂ ବନ୍ଧୁ ଯୋଗଦେବ ବୋଲି କୁହାଯାଉଛି । ତେବେ, ଏନେଇ କୌଣସି ଅଫିସିଆଲ ଘୋଷଣା ଅନୁଷ୍କା କରି ନାହାନ୍ତି । 
 

ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା :  

ମିଡିଆ ରିପୋର୍ଟ ଅନୁଯାୟୀ ଅନୁଷ୍କା ସେଟ୍ଟୀ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକଙ୍କୁ ବିବାହ କରିବେ। ୩୯ ବର୍ଷିୟା ଅନୁଷ୍କା ଜଣେ ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି, ଯାହାଙ୍କ ସହ ସେ ଦୁଇଟି ହିଟ ଫିଲ୍ମ କରିଛନ୍ତି। ତେବେ ଏହି ସାଉଥ ସୁନ୍ଦରୀଙ୍କ ନାମ 'ବାହୁବଳୀ' ଫିଲ୍ମ ଅଭିନେତା ପ୍ରଭାସଙ୍କ ସହ ମଧ୍ୟ ଯୋଡା ଯାଇଥିଲା। ଏପରିକି ଏମିତି ଖବର ଶୁଣିବାକୁ ମିଳିଥିଲା ଯେ, ପ୍ରଭାସ ଅନୁଷ୍କାଙ୍କୁ ଡେଟ କରୁଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଛି । ଏବଂ ଖୁବଶିଘ୍ର ଏହି ଯୋଡିଙ୍କ ବିବାହ ମଧ୍ୟ ହୋଇପାରେ। ତେବେ, ଏନେଇ ମୁଁହ ଖୋଲିଛନ୍ତି ଅଭିନେତ୍ରୀ ,ସେ କହିଛନ୍ତି ଯେ, ମୁଁ ପ୍ରଭାସଙ୍କୁ ୧୫ ବର୍ଷରୁ ଅଧିକ ସମୟରୁ ଜାଣିଛି। ସେ ମୋର ଭଲ ବନ୍ଧୁ। କିନ୍ତୁ ଏହି ସମ୍ପର୍କକୁ ଅନ୍ୟ କୌଣସି ଦୃଷ୍ଟିରେ ଦେଖିବା ଉଚିତ୍‌ ନୁହେଁ।ଏହା ପୂର୍ବରୁ କିଛି ରିପୋର୍ଟରେ କୁହାଯାଇଥିଲା ଅନୁଷ୍କା ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏହି କଥାକୁ ଅସ୍ବୀକାର କରି ସେ କହିଥିଲେ, ମୁଁ ଯେତେବେଳେ ବିବାହ କରିବି, ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ କହିବି। କିନ୍ତୁ ତେଲଗୁ ନିର୍ଦ୍ଦେଶକଙ୍କୁ ବିବାହ ଖବରକୁ ସେ ଏପର୍ଯ୍ୟନ୍ତ ଏଡାଇ ନାହାନ୍ତି।

ଅନୁଷ୍କାଙ୍କ ଓ୍ବାର୍କଫ୍ରଣ୍ଟ :
ଅନୁଷ୍କା ସେଟ୍ଟୀ ସାଉଥ୍ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ସେ 'ବାହୁବଳୀ' ଚଳଚ୍ଚିତ୍ରରୁ ସେ ଏକ ସ୍ବତନ୍ତ୍ର ପରିଚୟ ପାଇଛନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ଖୁବ୍ ଶୀଘ୍ର ରାଘବ ଲରେନ୍ସଙ୍କ ଫିଲ୍ମ ’ଚନ୍ଦ୍ରମୁଖୀ ୨’ରେ ନଜର ଆସିବେ।

ଏହି ଅଭିନେତାଙ୍କ ନାଁ ସହ ଜଡିତ ଥିଲା ଅଭିନେତ୍ରୀଙ୍କ ଲଭ୍ ଲାଇଫ୍ : 

ଗୋପୀଚାନ୍ଦ : ଏମିତି ଏକ ସମୟ ଥିଲା ଅନୁଷ୍କାଙ୍କ ନାମ ମଧ୍ୟ ସାଉଥ ଷ୍ଟାର ଗୋପୀଚାନ୍ଦଙ୍କ ନାଁ ସହ ଯୋଡି ହୋଇ ରହିଥିଲା । ଉଭୟ ଏକାଠି ଅନେକ ଫିଲ୍ମରେ ନଜର ଆସିଛନ୍ତି। ଉଭୟ ନିଜ ସମ୍ପର୍କ ଉପରେ କୌଣସି ପ୍ରତିକ୍ରିୟା କେବେବି ଦେଇନାହାଁନ୍ତି । 

ନାଗା ଚୌତନ୍ୟ :  ସାମନ୍ଥାଙ୍କ ପୂର୍ବତନ ସ୍ବାମୀ ତଥା ଅଭିନେତା ନାଗା ଚୌତନ୍ୟ । ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ଲଭ ଲାଇଫକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ଅଭିନେତ୍ରୀ  ଅନୁଷ୍କା ସେଟ୍ଟୀଙ୍କୁ ନାଗା ଡେଟ କରୁଥିବାର ଖବର ମଧ୍ୟ ନିକଟରେ ଆସିଥିଲା। ହେଲେ ଉଭୟଙ୍କ ସମ୍ପର୍କକୁ ନେଇ ଅଭିନେତ୍ରୀ ମୁହଁ ଖୋଲିଥିଲେ। ଏବଂ କହିଥିଲେ ସେଭଳି କୌଣସି ପ୍ରେମ ସମ୍ପର୍କ ଆମ ମଧ୍ୟରେ ନାହିଁ । 

କୃଷ୍ଣ :  ଫିଲ୍ମ ନିର୍ଦ୍ଦେଶକ କୃଷ୍ଣ ଓ ଅନୁଷ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନେଇ ମଧ୍ୟ ଗତ କିଛି ଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା। ଉଭୟ 'ସିଙ୍ଗହମ୍ ୩' , 'ବେଦମ୍ ଏବଂ ଭାନମ୍' ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟଙ୍କ ପ୍ରେମ ସମ୍ପର୍କ ସେହି ସମୟରେ ଲାଇମ ଲାଇଟରେ ରହିଥିଲା। କିଛି ଦିନ ପରେ ଉଭୟଙ୍କ ରାସ୍ତା ଅଲଗା ହୋଇ ଯାଇଥିଲା।