Happy Birthday Virat Kohli: ବିରାଟଙ୍କ ଜନ୍ମଦିନରେ ଏଭଳି ସରପ୍ରାଇଜ୍ ଦେଲେ ଅନୁଷ୍କା, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement

Happy Birthday Virat Kohli: ବିରାଟଙ୍କ ଜନ୍ମଦିନରେ ଏଭଳି ସରପ୍ରାଇଜ୍ ଦେଲେ ଅନୁଷ୍କା, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Happy Birthday Virat Kohli: କ୍ରିକେଟର ବିରାଟ କୋହଲି ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ବିରାଟଙ୍କ ଜନ୍ମଦିନ(Happy Birthday Virat Kohli) ପାଇଁ ଚାରିଆଡେ ଚାଲିଛି ସେଲିବ୍ରେସନ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି ।

  Happy Birthday Virat Kohli: ବିରାଟଙ୍କ ଜନ୍ମଦିନରେ ଏଭଳି ସରପ୍ରାଇଜ୍ ଦେଲେ ଅନୁଷ୍କା, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Happy Birthday Virat Kohli: କ୍ରିକେଟର ବିରାଟ କୋହଲି ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ବିରାଟଙ୍କ ଜନ୍ମଦିନ(Happy Birthday Virat Kohli) ପାଇଁ ଚାରିଆଡେ ଚାଲିଛି ସେଲିବ୍ରେସନ । ବିରାଟଙ୍କ ଏହି ଜନ୍ମଦିନକୁ ଅଧିକ ସ୍ପେଶାଲ କରିଛି ପତ୍ନୀ ଅନୁଷ୍କାଙ୍କ ସୋସିଆଲ ମିଡିଆ ପୋଷ୍ଟ । ଅନୁଷ୍କା ନିଜ ଇନଷ୍ଟାରେ, ବିରାଟଙ୍କୁ ଜନ୍ମଦିନ ଶୁଭେଚ୍ଛ ଜଣାଇବା ସହ କୋହଲିଙ୍କ କିଛି ମଜାଳିଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟ  ଓ ଲାଇକ ମଧ୍ୟ ଆସିଛି । ତେବେ, ଆସନ୍ତୁ ନଜର ପକାଇବା କୋହଲିଙ୍କ କିଛି ଫଟୋ ଉପରେ ।

ମଜାଳିଆ ଫଟୋ ସେୟାର କଲେ ଅନୁଷ୍କା : 
ଅନୁଷ୍କା ଶର୍ମା ନିଜ ଇନଷ୍ଟାରେ ବିରାଟ କୋହଲିଙ୍କ ଚାରୋଟି ଚିତ୍ର ସେୟାର କରିଛନ୍ତି । ପ୍ରଥମ ଫଟୋରେ ବିରାଟ କୋହଲିଙ୍କର ଏକ କ୍ଲୋଜ ଅପ୍ ସଟ ଅଛି। ଯେଉଁ ଫଟୋଟିକି ଖୁବ୍ ମଜାଳିଆ ।ଏହା ପରେ ଦ୍ୱିତୀୟ ଫଟୋରେ ବିରାଟ କୋହଲି ଏକ ସଟ୍ସ ପିନ୍ଧିଥିବା ନଜର ଆସିଛନ୍ତି । ଏହାସହ ସେ ମୁଣ୍ଡରେ ଏକ କ୍ୟାପ୍ ଏବଂ ହାତରେ ଚପଲ ଧରିଥିବା ଦେଖିବାକୁ ମିଳିଛି । 

 

 

ଏହାବି ପଢନ୍ତୁ : Palak Muchhal Wedding: ପଲକ ମୁଚାଲଙ୍କ ବାଜିଲା ଶାହାନାଇ, କାହିଁକି ଏହି କଣ୍ଠଶିଳ୍ପୀଙ୍କୁ ଜୀବନ ସାଥି କଲେ ପଲକ ? ଜାଣନ୍ତୁ କାରଣ

ଅନୁଷ୍କାଙ୍କର ମଜାଳିଆ କ୍ୟାପସନ୍ :
ଏହା ପରେ ବିରାଟ କୋହଲିଙ୍କ ଆଉ ଏକ ଆଶ୍ଚର୍ଯ୍ୟଜନକ ଫଟୋ ମଧ୍ୟ ଅନୁଷ୍କା ସେୟାର କରିଛନ୍ତି । ସେ ଏହି ଫଟୋରେ ଶୋଇଥିବା ଦେଖିବାକୁ ମିଳୁଛି । ଶେଷ ଫଟୋଟିରେ ସେ ନିଜ ଝିଅକୁ କୋଳରେ ଧରିଥିବା ଦେଖିବାକୁ ମିଳିଛି । ଅନୁଷ୍କା ଶର୍ମା ଫଟୋରେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି।

ବିରାଟ କୋହଲିଙ୍କ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି :
ବିରାଟ କୋହଲିଙ୍କ ଜନ୍ମଦିନରେ ସାରା ବିଶ୍ୱରୁ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି । ଏଭଳି ପରିସ୍ଥିତିରେ ଅନୁଷ୍କାଙ୍କ ଏହି ପୋଷ୍ଟରେ ଜଣେ ପ୍ରଶଂସକ ଲେଖିଛନ୍ତି ଯେ 'ଭାରତର ଗର୍ବ, ଭାରତର ଗର୍ବ, ସେ କେବଳ ଜଣେ କ୍ରିକେଟର ନୁହେଁ ଆମ ଜୀବନ'। 

୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ବିରାଟ । ଏହାପରେ ସେ ଆଉ କେବେ ପଛକୁ ଫେରିନଥିଲେ । ଆଜି ବିଶ୍ବ କ୍ରିକେଟରେ ସବୁଠୁ ସଫଳ ଓ ଅନ୍ୟତମ କ୍ରିକେଟର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବିରାଟ । ୨୦୧୦ ମସିହା ଜୁନ ୧୨ ତାରିଖରେ ଜିମ୍ବାଓ୍ବେ ବିପକ୍ଷ ଟି ଟ୍ବେଣ୍ଟିରେ ଡେବ୍ୟୁ କରିଥିଲେ ଏବଂ ୨୦୧୧ ଜୁନ ୨୦ରେ ସେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ଏହାରି ଭିତରେ ୧୦୨ଟି ଟେଷ୍ଟ, ୨୬୨ ଟି ଦିନିକିଆ ଓ ୧୧୩ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିସାରିଛନ୍ତି । ଦିନିକିଆରେ ୨୬୨ଟି ମ୍ୟାଚରୁ ୧୨ ହଜାର ୩୪୪ ରନ କରିଛନ୍ତି ।