Sandeep Reddy Vanga: ଜମି ବିକି କରିଥିଲେ ଫିଲ୍ମ, ତିନୋଟି ହିଟ୍ ଫିଲ୍ମ ଦେଲା ୧୨୬୭ କୋଟି !
Advertisement
Article Detail0/zeeodisha/odisha2019961

Sandeep Reddy Vanga: ଜମି ବିକି କରିଥିଲେ ଫିଲ୍ମ, ତିନୋଟି ହିଟ୍ ଫିଲ୍ମ ଦେଲା ୧୨୬୭ କୋଟି !

Sandeep Reddy Vanga: ସେ ଡିରେକ୍ଟର ନିଜ ଜୀବନରେ କେତେ କଷ୍ଟ ଦେଖିଛନ୍ତି । ଆକ୍ଟର ସିଦ୍ଧାନ୍ତ କର୍ଣ୍ଣିକ ହେଉଛନ୍ତି ଆନିମଲ୍ ଫିଲ୍ମରେ ଯିଏ ରଣବୀର ଙ୍କ ଭିଣୋଇ ଭାବେ ଅଭିନୟ କରିଥିଲେ। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ୱାଙ୍ଗା ଫିଲ୍ମ ନିର୍ମାଣ କରିବାକୁ ନେଇ ଅନେକ ବଳିଦାନ ଦେଇଛନ୍ତି। ୱାଙ୍ଗାଙ୍କ ପ୍ରଥମ ଫିଲ୍ମ ବେଳେ ତାଙ୍କ ପାଖରେ ଟଙ୍କା ଟିଏ ବି ନଥିଲା । 

 

Sandeep Reddy Vanga: ଜମି ବିକି କରିଥିଲେ ଫିଲ୍ମ, ତିନୋଟି ହିଟ୍ ଫିଲ୍ମ ଦେଲା ୧୨୬୭ କୋଟି !

Sandeep Reddy Vanga: ରିଲିଜ ହୋଇଛି ସାଉଥ ଡିରେକ୍ଟର ସନ୍ଦୀପ ରେଡ୍ଡି ୱାଙ୍ଗାଙ୍କ ଫିଲ୍ମ ଆନିମଲ୍ । ଏବେ ବି ଏହି ଫିଲ୍ମକ ନେଇ ଚର୍ଚ୍ଚା ଲାଗିରହିଛି। ସ୍କ୍ରିନ ପ୍ଲେ ସହ ରଣବୀର କପୁରଙ୍କ ଆକ୍ଟିଂ ଏକ ନୂଆ ମାଇଲଷ୍ଟୋନ ତିଆରି କରିଛି ଏହି ଫିଲ୍ମ । ହେଲେ ଏହି ଫିଲ୍ମ ରେକର୍ଡ କରିବା ପରେ ଅନେକ ମହଲରେ ଡାଇରେକ୍ଟର ସନ୍ଦୀପ ୱାଙ୍ଗାଙ୍କ ଉପରେ ବିଭିନ୍ନ ପ୍ରକାରର ଆରୋପ ଲଗାଇଥିଲା । ଫିଲ୍ମରେ ମହିଳାଙ୍କୁ ସମ୍ମାନର ଅଭାବ ଠୁ ଧାର୍ମିକ ଭାବନା କୁଠାରଘାତ ଦେବା ନେଇ ଅଭିଯୋଗ ହୋଇଛି। ହେଲେ ସବୁଠାରୁ ବଡ଼ କଥା ହେଲା ଏହି ଫିଲ୍ମକୁ ତିଆରି କରିଥିବା ସନ୍ଦୀପ ରେଡ୍ଡି ୱାଙ୍ଗାଙ୍କ ଲାଇଫ ଷ୍ଟୋରି ବହୁତ କଠିନ ଭାବେ କଟିଛି।

ଏକ ସାକ୍ଷାତକାରରେ ଅଭିନେତା ସିଦ୍ଧାନ୍ତ କର୍ଣ୍ଣିକ କହିଛନ୍ତି ଯେ, ଲୋକମାନେ ଡିରେକ୍ଟର Sandeep Reddy Vangaଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ହେଲେ ଲୋକମାନେ ଜାଣିନାହାଁନ୍ତି ଯେ, ସେ ଡିରେକ୍ଟର ନିଜ ଜୀବନରେ କେତେ କଷ୍ଟ ଦେଖିଛନ୍ତି । ଆକ୍ଟର ସିଦ୍ଧାନ୍ତ କର୍ଣ୍ଣିକ ହେଉଛନ୍ତି ଆନିମଲ୍ ଫିଲ୍ମରେ ଯିଏ ରଣବୀର ଙ୍କ ଭିଣୋଇ ଭାବେ ଅଭିନୟ କରିଥିଲେ। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ୱାଙ୍ଗା ଫିଲ୍ମ ନିର୍ମାଣ କରିବାକୁ ନେଇ ଅନେକ ବଳିଦାନ ଦେଇଛନ୍ତି। ୱାଙ୍ଗାଙ୍କ ପ୍ରଥମ ଫିଲ୍ମ ବେଳେ ତାଙ୍କ ପାଖରେ ଟଙ୍କା ଟିଏ ବି ନଥିଲା । ସେଥିପାଇଁ ପରିବାର ତାଙ୍କର ୩୬ ଏକର ଆମ୍ବ ବଗିଚା ଜମିକୁ ବିକି ଦେଇଥିଲେ। 

ସନ୍ଦୀପ ରେଡ୍ଡି ୱାଙ୍ଗାଙ୍କ ବିଷୟରେ ସିଦ୍ଧାନ୍ତ କର୍ଣ୍ଣିକ କହିଛନ୍ତି, 'ତାଙ୍କ ଭାଇ କହିଥିଲେ ଯେ ଯେତେବେଳେ ସେ ଚଳଚ୍ଚିତ୍ର ନିର୍ମାଣରେ କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ ସେ ନିର୍ଦ୍ଦେଶକ ଭାବରେ ଚାକିରି ପାଇନଥିଲେ। ସେ ସାଙ୍ଗମାନଙ୍କ ସହିତ ଏକ କମ୍ପାନୀ ଗଠନ କରିଥିଲେ, କିନ୍ତୁ ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ ଆର୍ଥିକ ସହାୟତା ଲୋଡିଥିଲେ। ତାଙ୍କ ପାଖେ ୧.୬ କୋଟି ଟଙ୍ କମ୍ ଥିଲା। ସନ୍ଦୀପଙ୍କ ପରିବାର ଏକତ୍ରିତ ହୋଇ ୩୬ ଏକରରୁ ଅଧିକ ଜମି ଅର୍ଥାତ୍ ପୈତୃକ ଜମିକୁ ବିକ୍ରୟ କରି ପାଣ୍ଠି ଯୋଗାଉଥିଲେ। ସନ୍ଦୀପ ତାଙ୍କ ପରିବାରର ସାହାଯ୍ୟରେ ଡେବ୍ୟୁ ତେଲୁଗୁ ଫିଲ୍ମ 'ଅର୍ଜୁନ ରେଡ୍ଡୀ' କରିବାରେ ସଫଳ ହୋଇଥିଲେ। 

ଏହି ଚଳଚ୍ଚିତ୍ରଟି ଜବରଦସ୍ତ ହିଟ୍ ହୋଇଥିଲା, ଯାହାର ୱାର୍ଲଡ ୱାଇଡ୍ କଲେକ୍ସନ ପ୍ରାୟ ୫୧ କୋଟି ଟଙ୍କା ହୋଇଥିଲା। ଏହା ପରେ ସନ୍ଦୀପ ରେଡ୍ଡି ୱାଙ୍ଗା ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ଅର୍ଜୁନ ରେଡ୍ଡୀ'(Arjun Reddy) ର ରିମେକ୍ ବଲିଉଡର'କବୀର ସିଂ' (Kabir Singh)ନିର୍ମାଣ କରିଥିଲେ, ଯାହା ସହିଦ କପୁରଙ୍କ କ୍ୟାରିୟରର ସର୍ବୋତ୍ତମ ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଥିଲା। ୫୫କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ର ୱାର୍ଲଡ ୱାଇଡ୍ ବକ୍ସ ଅଫିସରୁ ୩୭୭କୋଟି ଟଙ୍କାର ବ୍ୟବସାୟ କରିଥିଲା। ସେହିପରି ରଣବୀର କପୁରଙ୍କ ଅଭିନୀତ 'Animal' ହେଉଛି ତାଙ୍କର ତୃତୀୟ ଚଳଚ୍ଚିତ୍ର, ଯାହାକି ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି ।

ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ମୁକ୍ତିଲାଭ କରିଥିଲା, ଯାହାକି ୧୯ ଦିନ ମଧ୍ୟରେ ୱାର୍ଲଡ ୱାଇଡ୍ ବକ୍ସ ଅଫିସରୁ ୮୩୫ କୋଟିରୁ ଅଧିକ ବ୍ୟବସାୟ କରିଛି । ସନ୍ଦୀପ ରେଡ୍ଡି ୱାଙ୍ଗାଙ୍କର ପ୍ରଥମ ଫିଲ୍ମଟି ସଫଳ ହୋଇଥିଲା । ଏହି ତିନୋଟି ଫିଲ୍ମ ବକ୍ସ ଅଫିସରୁ ୧୨୬୭ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି। ସିଦ୍ଧନ୍ତ କର୍ଣ୍ଣିକ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ କହିଥିଲେ, ଯେ 'ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପ୍ରଭାସଙ୍କ ସହ ଅଛି। 

Also Read: 2023 ର Villain: ବର୍ଷ ୨୦୨୩ ରେ ଭିଲେନ ଭାବେ ମନ କିଣିଲେ ଏହି ୭ ଆକ୍ଟର, ଦେଖନ୍ତୁ ଫଟୋ