Anant Radhika Wedding: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ପଙ୍କସନ୍ ରେ ୩ ଖାନଙ୍କ ସମତେ ଷ୍ଟାରଙ୍କ ଜଲୱା, ଦେଖନ୍ତୁ ଭିଡ଼ିଓ
Advertisement

Anant Radhika Wedding: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ପଙ୍କସନ୍ ରେ ୩ ଖାନଙ୍କ ସମତେ ଷ୍ଟାରଙ୍କ ଜଲୱା, ଦେଖନ୍ତୁ ଭିଡ଼ିଓ

ଖୁବଶୀଘ୍ର ହେବାକୁ ଯାଉଛି ଚଳିତ ବର୍ଷର ସବୁଠୁ ବଡ଼ ଗ୍ରାଣ୍ତ ୱେଡ଼ିଂ । ଆସନ୍ତା ଜୁଲାଇ ୧୨ ତାରିଖରେ ହାତକୁ ୨ ହାତ ହେବେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଇ ଅନନ୍ତ ଅମ୍ବାନୀ । ଏନେଇ ବିବାହର ୩ ମାସ ପୂର୍ବରୁ ଗୁଜୁରାଟ ଜାମନଗରରେ ଆରମ୍ଭ ହୋଇଛି ୩ ଦିନିଆ ପ୍ରି-ୱେଡ଼ିଂ ପଙ୍କସନ୍ । ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ନେଇ ସା

Anant Radhika Wedding: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ପଙ୍କସନ୍ ରେ ୩ ଖାନଙ୍କ ସମତେ ଷ୍ଟାରଙ୍କ ଜଲୱା, ଦେଖନ୍ତୁ ଭିଡ଼ିଓ

Anant Radhika Wedding: ଖୁବଶୀଘ୍ର ହେବାକୁ ଯାଉଛି ଚଳିତ ବର୍ଷର ସବୁଠୁ ବଡ଼ ଗ୍ରାଣ୍ତ ୱେଡ଼ିଂ । ଆସନ୍ତା ଜୁଲାଇ ୧୨ ତାରିଖରେ ହାତକୁ ୨ ହାତ ହେବେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଇ ଅନନ୍ତ ଅମ୍ବାନୀ । ଏନେଇ ବିବାହର ୩ ମାସ ପୂର୍ବରୁ ଗୁଜୁରାଟ ଜାମନଗରରେ ଆରମ୍ଭ ହୋଇଛି ୩ ଦିନିଆ ପ୍ରି-ୱେଡ଼ିଂ ପଙ୍କସନ୍ । ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ନେଇ ସାଜସଜାରେ ଝଲସୁଛି ପୂରା ଜାମନଗର । ପ୍ରଥମ ଦିନରେ ଅମ୍ବାନୀ ପରିବାର ପକ୍ଷରୁ କକଟେଲ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ପାର୍ଟରେ ଦେଶ ବିଦେଶର ବହୁ ହାଇପ୍ରୋଫାଇଲ ଅତିଥି ଯଥା- ଇଭାଙ୍କା ଟ୍ରମ୍ପ, ବିଲ ଗେଟ୍ସ, ସୁନ୍ଦର ପିଚାଇ, ମାର୍କ ଜୁକରବର୍ଗ, ଭୁଟାନ ରାଣୀ, କାତାର ପ୍ରିନ୍ସ ସାମିଲ ହୋଇଥିଲେ । ସେପଟେ ଦ୍ବିତୀୟ ଦିନର କାର୍ଯ୍ୟକ୍ରମ ପାଇଁ ଜାମନଗରରେ ପହଁଞ୍ଚିଥିଲା ପୂରା ବଲିଉଡ଼ ।

ର୍କଷଣ ସାଜିଥିଲା ୩ ଖାଁଙ୍କ ଡ୍ୟାନ୍ସ

ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡ଼ିଂ ପଙ୍କସନ୍ ର ଦ୍ବିତୀୟ ଦିନରେ ବଲିଉଡ଼ର ତିନି 'ଖାନ' ଅର୍ଥାତ୍ ଶାହାରୁଖ, ସଲମାନ ଓ ଆମୀର ଖାନଙ୍କ ଜଲୱା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଶାହାରୁଖ, ସଲମାନ ଓ ଆମୀରଙ୍କ ଧୁଆଁଧାର ଡ୍ୟାନ୍ସ ଦେଖିବାକୁ ମିଳିଛି । ବଲିଉଡ଼ର ଏହି ତିନି ଖାନ 'ଆରଆରଆର' ଫିଲ୍ମର ପ୍ରସିଦ୍ଧ ଗୀତ' ନାଟୁ-ନାଟୁ'ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି ।  

 

 

ସେପଟେ ପ୍ରଥମ ଥର ପିତାମାତା ହେବାକୁ ଯାଉଥିବା ଦୀପିକା ପାଦୁକୋନ ଓ ରଣଭୀର ସିଂଙ୍କ ଡ୍ୟାନ୍ସ ମଧ୍ଯ ଦେଖିବାକୁ ମିଳିଥିଲା । ଗର୍ଭବତୀ ଥିବା ସତ୍ତ୍ବେ ଷ୍ଟେଜ ଉପରେ ନାଚିଥିଲେ ଦୀପିକା । କେବଳ ଏତିକି ନୁହେଁ, ଉଭୟଙ୍କୁ ଗାରବା ଖେଳୁଥିବାର ମଧ୍ଯ ଦେଖିବାକୁ ମିଳିଥିଲା ।

 

 

ଅନ୍ୟପଟେ ଜାନଭୀ କପୁର, ସାରା ଅଲ୍ଲୀ ଖାନ, ଅନନ୍ୟା ପାଣ୍ଡେ, ଖୁସି କପୁର ଓ ମନୀଷ ମଲହୋତ୍ରା 'ବୋଲୋ ଚୁଁଡିୟାନ୍' ଗୀତରେ ଏକାଠି ଡ୍ୟାନ୍ସ କରିଥିଲେ ।

 

 

ଅନ୍ୟପଟେ କ୍ରୀଡା, ବ୍ୟବସାୟ, ମୁମ୍ବାଇ ପୋଲିସ, ରାଜନୀତି ଓ ବିଭିନ୍ନ କ୍ଷେତ୍ରର ଜଣାଶୁଣା ନାମୀଦାମୀ ଚେହେରା ମଧ୍ଯ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୩ ଦିନର କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଜାମନଗର କାର୍ଯ୍ୟକ୍ରମରେ ପହଁଚିଥିବା ଅତିଥିଙ୍କ ଯାତ୍ରାଠୁ ନେଇ ରହଣୀ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ଆକାଶ ଅମ୍ବାନୀ ଓ ଇଷା ଅମ୍ବାନୀଙ୍କ ବାହାଘର ମଧ୍ଯ ବେଶ୍ ଧୁମ୍ ଧାମ୍ ରେ ଆୟୋଜିତ ହୋଇଥିଲା। ଏବେ ଅନନ୍ତ ଅମ୍ବାନୀ ପ୍ରି-ୱେଡିଂ ଫଙ୍କସନ ଚର୍ଚ୍ଚାର ବିଷୟ ପାଲଟିଛି ।