ଅମିତାଭ ବଚ୍ଚନ ନିଜ ଅତୀତକୁ ନେଇ କଲେ ବଡ ଖୁଲାସା, ଆପଣ ବି ଜାଣି ହୋଇଯିବେ ଚକିତ
Advertisement
Article Detail0/zeeodisha/odisha1299971

ଅମିତାଭ ବଚ୍ଚନ ନିଜ ଅତୀତକୁ ନେଇ କଲେ ବଡ ଖୁଲାସା, ଆପଣ ବି ଜାଣି ହୋଇଯିବେ ଚକିତ

Amitabh Bachchan KBC: ଭାରତୀୟ ସିନେମା ଜଗତକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଅଭିନେତା ଅମିତାଭ ବଚ୍ଚନ(Amitabh Bachchan) ତାଙ୍କ ଜୀବନର ଆଉ ଏକ ରୋଚକ କଥା କହିଛନ୍ତି। ସେ ଅଭିନୟକୁ ଆସିବା ପୂର୍ବରୁ ସିଭିଲ ସର୍ଭିସରେ ଯୋଗ ଦେବା ପାଇଁ ଇଚ୍ଛା କରିଥିଲେ। ଆଉ ସେଥିପାଇଁ ଅନେକ ଥର ପରୀକ୍ଷା ମଧ୍ୟ ଦେଇଛନ୍ତି।

ଅମିତାଭ ବଚନ(ଫାଇଲ ଫଟୋ)

Amitabh Bachan KBC: ଭାରତୀୟ ସିନେମା ଜଗତକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଅଭିନେତା ହେଉଛନ୍ତି ଅମିତାଭ ବଚ୍ଚନ(Amitabh Bachchan)। ବଲିଉଡର ସପରଷ୍ଟାର ଅମିତାଭ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ସିନେମା। ସେ କେବଳ ଯେ, ସିନେମାରେ ସିମିତ ରହିଥିଲେ ତାହା ନୁହେଁ ବରଂ ବିଭିନ୍ନ ଟିଭି କାର୍ଯ୍ୟକ୍ରମରେ ମଧ୍ୟ ଦେଖାଇଛନ୍ତି ନିଜର ଜଲଓ୍ବା। ତାଙ୍କର ବେଶ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ହେଉଛି କେବିସି। ଆଜିକାଲି ସେ କୋନ୍ ବନେଗା କୋରୋଡ ପତି(KBC) ଆୟୋଜନ କରୁଛନ୍ତି। ଶୋ'ର ହୋଷ୍ଟ ସମୟରେ ଅମିତାଭ ବଚ୍ଚନ ତାଙ୍କ ଜୀବନ କିମ୍ବା ଅନ୍ୟ ବିଷୟରେ କିଛି କିଛି ରୋଚକ କଥା ପ୍ରକାଶ କରିଥାନ୍ତି। ବିଭିନ୍ନ ସମୟରେ ଏହି କାର୍ଯ୍ୟକ୍ରମ ଜରିଆରେ ଅଗଣିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଥିବା ଅମିତାଭ ବର୍ତ୍ତମାନ ଏକ ରୋଚକ ବୟାନ ଦେଇଛନ୍ତି। ସମ୍ପ୍ରତି ଏକ ଏପିସୋଡରେ ଅଭିନେତା କହିଛନ୍ତି ଯେ, ସେ କଲେଜ ସମୟରେ ଅନେକ ଥର ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ ହେଲେ, ସେ କଦାପି ପାସ୍ କରିପାରି ନାହାନ୍ତି। 

ସିଭିଲ ସର୍ଭିସ୍(Civil Service) ଦେଶର ସବୁଠାରୁ କଠିନ ପରୀକ୍ଷା ଭାବେ ବିବେଚନା କରାଯାଏ। ନିକଟରେ ଅମିତାଭ ବଚ୍ଚନ ''କୋନ୍ ବନେଗା କୋରୋଡ ପତି'' ୧୪ରେ ପ୍ରକାଶ କରିଛନ୍ତି ଯେ, ସିଭିଲ ସର୍ଭିସ୍ ପରୀକ୍ଷା ବହୁତ କଷ୍ଟସାଧ୍ୟ। କେତେକ ପରୀକ୍ଷା ଫେସ କରିବା ପରେ ଲୋକମାନେ ଏହାକୁ ଅଧାରୁ ଛାଡିଦିଅନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଲେଜ ସମୟରେ ମୁଁ ଅନେକ ଥର ସିଭିଲ ସର୍ଭିସ ପରୀକ୍ଷା ମଧ୍ୟ ଦେଇଥିଲି, କିନ୍ତୁ ମୁଁ ପାସ୍ କରିପାରି ନଥିଲି ସବୁଥକର ଫେଲ ହୋଇଛି। ''କୋନ୍ ବନେଗା କୋରୋଡପତି''(Kaun Banega Korodpati) ୧୪ର ହୋଷ୍ଟ ଅମିତାଭ ଅନେକ ସମୟରେ କିଛି ନା କିଛି ରୋଚକ ତଥ୍ୟ ସେୟାର କରନ୍ତି। ସେହିଭଳି ଏକ କଥା ହେଉଛି ଯେ, ଅଭିନୟ ବ୍ୟତୀତ ଅମିତାଭ ବଚ୍ଚନ ବ୍ଲଗ୍ ମଧ୍ୟ ଲେଖନ୍ତି। ''କୋନ୍ ବନେଗା କୋରୋଡ ପତି'' ୧୪ର ଶୋ ହୋଷ୍ଟ ସମୟରେ ଅଭିନେତା କହିଥିଲେ ଯେ, ଯେତେବେଳେ ସେ ସମୟ ପାଆନ୍ତି ସେ ବ୍ଲଗ୍ ଲେଖନ୍ତି।

ଅମିତାଭ ବଚ୍ଚନ ବି-ଟାଉନର ସୁପରଷ୍ଟାର। ସେ ହିନ୍ଦୀ ସିନେମା(Bollywood Film)ରେ ଏକ ବିଶେଷ ଅବଦାନ ରଖିଛନ୍ତି। ତାଙ୍କର ଚଳଚ୍ଚିତ୍ର ଗୁଡିକ କେବଳ ଲୋକ ମାନଙ୍କୁ ଯେ ମନୋରଞ୍ଜର ଖୋରାକ ଯୋଗାଏ ତାହା ନୁହେଁ ବରଂ କିଛି ନିର୍ଦ୍ଦିଷ୍ଟ ବିଷୟ ଉପରେ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଯୋଗାଇଥାଏ। ଯଦି ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ପରବର୍ତ୍ତୀ ପ୍ରୋଜେକ୍ଟର କଥା କହିବା ତେବେ ଖୁବ୍ ଶୀଘ୍ର ବ୍ରହ୍ମାସ୍ତ୍ର ପାର୍ଟ-୧ ରେ ନଜର ଆସିବେ। ଏହା ବ୍ୟତିତ ସେ ଉଚ୍ଚାଇ, ଗୁଡବାୟ, ଗଣପତ, ଘୁମର ଓ ବଟରଫ୍ଲାଏ ପରି ସିନେମାରେ ନଜର ଆସିବେ। ତେବେ ପୂର୍ବରୁ ବକ୍ସ ଅଫିସ(Box Office)ରେ ଧୂମ ମଚାଇଥିବା ଦମଦାର ଅଭିନେତା ଅମିତାଭଙ୍କ ପରବର୍ତ୍ତି ସିନେମା ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଦର୍ଶକଙ୍କ ମନରେ କେଉଁ ଛାପ ଛାଡୁଛି ତାହା ଦେଖିବା ବାକି ରହିଲା।