Pushpa The Rise: ଋଷିଆରେ ରିଲିଜ୍ ହେବ 'ପୁଷ୍ପା ଦି ରାଇଜ୍', ଏହି ଦିନ ପରଦାକୁ ଆସିବ ଫିଲ୍ମ
Advertisement

Pushpa The Rise: ଋଷିଆରେ ରିଲିଜ୍ ହେବ 'ପୁଷ୍ପା ଦି ରାଇଜ୍', ଏହି ଦିନ ପରଦାକୁ ଆସିବ ଫିଲ୍ମ

Pushpa The Rise: ସାଉଥଷ୍ଟାର ଅଲୁ ଅର୍ଜୁନ ଓ ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ  'ପୁଷ୍ପା ଦି ରାଇଦ୍' । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟ ଜିତିଥିଲା। ବକ୍ସ ଅଫିସରେ ଧମାଲ ମଚାଇଥିଲା ଏହି ଫିଲ୍ମ ।  ଏହି ଫିଲ୍ମଟି ବର୍ତ୍ତମାନ ଋଷିଆରେ ମୁକ୍ତିଲାଭ କରିବାକୁ ଯାଇଛି । ଯାହାକୁ ନେଇ ଖୁବ ଏକସାଇଟେଡ ଅଛନ୍ତି ଫିଲ୍ମର ପୁରା ଷ୍ଟାର କାଷ୍ଟ।  

 

Pushpa The Rise: ଋଷିଆରେ ରିଲିଜ୍ ହେବ 'ପୁଷ୍ପା ଦି ରାଇଜ୍', ଏହି ଦିନ ପରଦାକୁ ଆସିବ ଫିଲ୍ମ

Pushpa The Rise: ସାଉଥଷ୍ଟାର ଅଲୁ ଅର୍ଜୁନ ଓ ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ  'ପୁଷ୍ପା ଦି ରାଇଜ୍' । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟ ଜିତିଥିଲା। ବକ୍ସ ଅଫିସରେ ଧମାଲ ମଚାଇଥିଲା ଏହି ଫିଲ୍ମ ।  ଏହି ଫିଲ୍ମଟି ବର୍ତ୍ତମାନ ଋଷିଆରେ ମୁକ୍ତିଲାଭ କରିବାକୁ ଯାଇଛି । ଯାହାକୁ ନେଇ ଖୁବ ଏକସାଇଟେଡ ଅଛନ୍ତି ଫିଲ୍ମର ପୁରା ଷ୍ଟାର କାଷ୍ଟ।  

ଋଷିଆରେ ପ୍ରିମିୟର୍ ହେବ :
ଭାରତରେ ଲୋକପ୍ରିୟତା ହାସଲ କରିଥିବା  ଫିଲ୍ମ 'ପୁଷ୍ପା ଦ ରାଇଜ୍' ଏକ ବ୍ଲକବଷ୍ଟର ଚଳଚ୍ଚିତ୍ର ।  'ପୁଷ୍ପା: ଦି ରାଇଜ୍' ୮ ଡିସେମ୍ବରରେ ଋଷିଆରେ ମୁକ୍ତିଲାଭ କରିବ। ଫିଲ୍ମର ନିର୍ମାତା ସୋମବାର ଏହି ଘୋଷଣା କରିଛନ୍ତି। ଅଭିନେତା ଅଲୁ ଅର୍ଜୁନଙ୍କ ଚଳଚ୍ଚିତ୍ରରେ ଋଷିଆରେ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବର ସାମିଲ ହେବ । ଡିସେମ୍ବର ୧ ଏବଂ ଡିସେମ୍ବର ୩ ରେ ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗରେ ଏହାର ଋଷିଆ ଭାଷାରେ ପ୍ରିମିୟର୍ ହେବ ।

ଗାଲାର ପଞ୍ଚମ ସଂସ୍କରଣ ଡିସେମ୍ବର ୧ ରେ 'ପୁଷ୍ପା: ଦି ରାଇଜ୍' ସହିତ ପରଦାକୁ ଆସିବ। ମସ୍କୋର ଓସେନିଆ ସପିଂ ସେଣ୍ଟରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନା, ନିର୍ଦ୍ଦେଶକ ସୁକୁମାର ବ୍ୟାଣ୍ଡ୍ରେଡି (Sukumar Bandreddi) ଏବଂ ନିର୍ମାତା ରବି ଶଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ଏହି ଦିନ ଫିଲ୍ମ ମୁକ୍ତିଲାଭ କରିବ :
ଡିସେମ୍ବର ୬ ପର୍ଯ୍ୟନ୍ତ ଚାଲିଥିବା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ଋଷିର ୨୪ ଟି ସହରରେ ଆୟୋଜିତ ହେବ । ଛଅ ଦିନିଆ ଉତ୍ସବରେ 'ଆରଆରଆର'(RRR), 'ମାଇଁ ନେମ ଇଜ୍ ଖାନ୍'(My Name is Khan) 'ଦଙ୍ଗଲ '(Dangal), ' ଓ୍ବାର' (War)ଏବଂ 'ଡିସ୍କୋ ଡାନ୍ସର୍' (Disco Dancer) ଭଳି ଅନ୍ୟ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବ। 

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ପାର୍ଟ ୧' ତାଙ୍କୁ ଦେଇଛି ଅନେକ ସଫଳତା । ଫିଲ୍ମର ପ୍ରଥମ ପାର୍ଟ ସୁପରହିଟ୍ ହେଲା ପରେ ଦର୍ଶକଙ୍କ ଉତ୍ସାହ ଦେଖି ନିର୍ମାତା ପାର୍ଟ ୨ ର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ନେଇ ସୋସିଆଲ ମିଡିଆରେ  ନିକଟରେ ଏକ ଫଟୋ ସାମ୍ନାକୁ ଆସିଥିଲା। ଏକ ଇଭେଣ୍ଟ ସମୟରେ ଅଲୁ ଅର୍ଜୁନ ତାଙ୍କ ଫିଲ୍ମ ବିଷୟରେ ଏପରି କିଛି ବଡ ତଥ୍ୟ ଦେଇଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ଉତ୍ସାହ ବଢାଇ ଦେଇଛି ।  ନିକଟରେ ଅଲୁ ଏକ ଇଭେଣ୍ଟରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୁଷ୍ପା ୨ ଚଳଚ୍ଚିତ୍ରର ଅପଡେଟ୍ ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି। କେବଳ ଏତିକି ନୁହେଁ, ଅଭିନେତା ଫିଲ୍ମରୁ ତାଙ୍କର ନୂଆ କ୍ୟାଚଫ୍ରେଜ୍ ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଥିଲେ।  ଏକ ଇଭେଣ୍ଟ ସମୟରେ ଅଲୁ ଅର୍ଜୁନ କହିଛନ୍ତି ଯେ, 'ଆପଣ ସମସ୍ତେ ପୁଷ୍ପା ବିଷୟରେ ଅଧିକ ଅପଡେଟ ବିଷୟରେ ଜାଣିବାକୁ ଆଗ୍ରହୀ ଅଛନ୍ତି । ଏଥିପାଇଁ ଆପଣା ମାନଙ୍କୁ ମୁଁ ଏଠାରେ କହି ରଖୁଛି ଯେ, ଫିଲ୍ମର  ସୁଟିଂ ଆରମ୍ଭ ହୋଇଛି । ପ୍ରଥମ ପାର୍ଟ ଅପେକ୍ଷା ଦ୍ବିତୀୟ ପାର୍ଟଟି ଅଧିକ ଭଲ ହେବ। ମୁଁ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛି ଏବଂ ଆଶା କରୁଛି ଆପଣ ମାନେ ମଧ୍ୟ ଫିଲ୍ମକୁ ଅଧିକ ଭଲପାଇବା ଦେବେ' ।