Odia Film : ସଫଳତା ସାଉଁଟି ଚାଲିଛି ଓଡିଆ ଫିଲ୍ମ 'ଆଡ଼ିୟୁ ଗୋଦାର୍ଡ', ଓଡିଶା , କୋଲକାତା ପରେ ଦିଲ୍ଲୀରେ ହେଲା ରିଲିଜ୍
Advertisement
Article Detail0/zeeodisha/odisha1365618

Odia Film : ସଫଳତା ସାଉଁଟି ଚାଲିଛି ଓଡିଆ ଫିଲ୍ମ 'ଆଡ଼ିୟୁ ଗୋଦାର୍ଡ', ଓଡିଶା , କୋଲକାତା ପରେ ଦିଲ୍ଲୀରେ ହେଲା ରିଲିଜ୍

Odia Film Adieu Godard : ଓଡିଆ ଫିଲ୍ମ 'ଆଡ଼ିୟୁ ଗୋଦାର୍ଡ' (Odia Film Adieu Godard) ରିଲିଜ୍ ହୋଇଛି । ଏହି ଓଡିଆ ଫିଲ୍ମକୁ ମିଳୁଛି ଦେଶବ୍ୟାପି ସଫଳତା। 

 

ସୌଜନ୍ୟ : ସୋସିଆଲ ମିଡିଆ

Odia Film Adieu Godard : ଓଡିଆ ଫିଲ୍ମ 'ଆଡ଼ିୟୁ ଗୋଦାର୍ଡ' (Odia Film Adieu Godard) ରିଲିଜ୍ ହୋଇଛି । ଏହି ଓଡିଆ ଫିଲ୍ମକୁ ମିଳୁଛି ଦେଶବ୍ୟାପି ସଫଳତା। ଚଳିତ ବର୍ଷ ସେପ୍ଟେମ୍ବର ୨ରେ ରାଜଧାନୀ ଭୁବନେଶ୍ବରରେ ଫିଲ୍ମଟି ରିଲିଜ ହୋଇଥିଲା । ଦିର୍ଘ ୪ ସପ୍ତାହ ଧରି ବିଭିନ୍ନ ପ୍ରେକ୍ଷାଳୟରେ ସଫଳତାର ସହ ଆଗେଇ ଚାଲିଛି ।  କେବେଳ ଓଡିଶା ନୁହେଁ । ଦୁଇ ସପ୍ତାହ ତଳେ ଏହି ଫିଲ୍ମଟି କୋଲକାତାରେ ମଧ୍ୟ ରିଲିଜ ହୋଇଛି । ପଶ୍ଚିମବଙ୍ଗରେ ଫିଲ୍ମଟିକୁ ଦର୍ଶକଙ୍କ ଭଲ ପାଇବା ମିଳିଛି। ଆଉ ଶୁକ୍ରବାର ଦିନ ଫିଲ୍ମଟି ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ରିଲିଜ ହୋଇଛି ।  

ସିନେମାଟିର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଜାତୀୟସ୍ତରର ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ (Amartya Bhattacharyya) । ସ୍ବସ୍ତିକ ଆର୍ଟ ହାଉସ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜନା ଦାୟିତ୍ବ ତୁଲାଇଛି । ତେବେ ସିନେମାଟିରେ ଚୌଧୁରୀ ବିକାଶ ଦାଶ ମୁଖ୍ୟ ଭୁମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଗ୍ରାମାଞ୍ଚଳର ସାମାଜିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ରଟିର କାହାଣୀ ଗତିଶୀଳ ହୁଏ । ତେବେ ସିନେମାଟି ବିଶିଷ୍ଟ ଫ୍ରାନ୍ସର ସିନେମା ନିର୍ମାତା ଜିନ-ଲୁକ ଗୋଦାର୍ଡଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଛି ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

'ଆଡ଼ିୟୁ ଗୋଦାର୍ଡ' ଫିଲ୍ମଟି ଗ୍ରାମାଞ୍ଚଳର ସାମାଜିକ କଥାବସ୍ତୁକୁ ନେଇ ଆଧାରିତ । ଏକ ଛୋଟ ଗାଁରେ ରହୁଥିବା ଜଣେ ବୃଦ୍ଧଙ୍କ କାହାଣୀ, ଯିଏ ସାଙ୍ଗମାନଙ୍କ ସହିତ ନିଶାରେ ସବୁବେଳେ ଚୁର୍ ହୋଇ ବ୍ଲ ଫିଲ୍ମ ଦେଖିବ ତାଙ୍କର ନିତି ଦିନିଆ ଅଭ୍ୟାସ । ପରବର୍ତ୍ତୀ ସମୟରେ କ'ଣ ଘଟେ ତାହା ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି । ଏହି ଚଳଚ୍ଚିତ୍ରରେ ଓଡ଼ିଆ ଅଭିନେତା ଚୌଧୁରୀ ବିକାଶ ଦାଶ (Choudhury Bikas Das), ଦିପାନ୍ବିତା ଦାସମହାପାତ୍ର(Dipanwit Dashmohapatra) , ସୁଧାଶ୍ରୀ ମଧୁସ୍ମିତା(Sudhasri Madhusmita) , ସ୍ବସ୍ତିକ ଚୌଧୁରୀ(Swastik Choudhury), ଚୌଧୁରୀ ଜୟପ୍ରକାଶ ଦାସ(Ch Jayaprakash Das), ଶଙ୍କର ବାଶୁ ମଲ୍ଲିକ(Shankar Basu Mallick), ଅଭିଶେକ ଗିରି(Abhishek Giri), ଶ୍ବେତପଦ୍ମା ଶତପଥୀ(Swetapadma Satpathy), ସୁମିତ ପଣ୍ତା (Sumit Panda), ସୁମିତ ପଣ୍ତା (Sumit Panda), ସନ୍ଦୀପ ବଳ(Sandip Bal), ଶ୍ରୀଧର ମାର୍ଥା(Sridhar Martha) ଓ ଡକ୍ଟର ବାଣିକାନ୍ତ ମିଶ୍ର(Sridhar Martha)  ପ୍ରମୁଖ ସିନେମାଟିରେ ନିଖୁଣ ଅଭିନୟ କରିଛନ୍ତି । 

ଏହାବି ପଢନ୍ତୁ : Bollywood : ଅଜବ ଫ୍ୟାସନ୍ ପାଇଁ ଚର୍ଚ୍ଚାରେ Urfi Javed , ଖାଲି ଦେହରେ ପିନ୍ଧିଲେ Disco Ball

ବଲିଉଡ୍ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଫିଲ୍ମଟିକୁ ଖୁବ ପ୍ରଂଶସା କରିଛନ୍ତି । ଦେଶବ୍ୟାପୀ ମୁକ୍ତିଲାଭ କରିବା ପୂର୍ବ ଦିନ ଅନୁରାଗ କଶ୍ୟପ ଟ୍ବିଟ କରିଛନ୍ତି। ତାଙ୍କ ଟ୍ୱିଟର ହ୍ୟାଣ୍ତେଲରେ  ଚଳଚ୍ଚିତ୍ରର ଟ୍ରେଲର ସେୟାର କରି କଶ୍ୟପ ଲେଖିଛନ୍ତି, "ସାରା ଭାରତରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। @platoonfilms ବହୁତ ଭଲ କାମ କରିଥିବା କହିଛନ୍ତି । ଏହାକୁ ଦେଖିବା ପାଇଁ ଅପେକ୍ଷା କରିଛି"। ଏଠାରେ ଉଲ୍ଲେଖ ଯୋଗ୍ୟ, 'ଆଡ଼ିୟୁ ଗୋଦାର୍ଡ' ପୂର୍ବରୁ 27 ତମ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ 2022 ରେ ଭାରତୀୟ ଭାଷା ପ୍ରତିଯୋଗିତାରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଏବଂ ପରେ 24 ତମ ବ୍ରିଟେନ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ 'ଡେୟାର ଟୁ ଡ୍ରିମ୍' ପୁରସ୍କାର ଜିତିଥିଲା ।