Nisha Maharana Wedding: ଅସ୍ତରଙ୍ଗର ବୋହୂ ହେବେ ନିଶା ମହାରଣା
Advertisement
Article Detail0/zeeodisha/odisha1947311

Nisha Maharana Wedding: ଅସ୍ତରଙ୍ଗର ବୋହୂ ହେବେ ନିଶା ମହାରଣା

Nisha Maharana: ସାରା ଓଡ଼ିଶାର ଘରେ ଘରେ ପରିଚିତ ଚେହେରା ହେଉଛି ନିଶା ମହାରଣା (Nisha Maharana) । ଅଭିନେତ୍ରୀ ନିଶା ମହାରଣାଙ୍କୁ (Actress Nisha Maharana) କିଏବା ନ ଜାଣେ । ଆଇଟମ ଗାର୍ଲ ନିଶା ମହାରଣାଙ୍କ ଆଇଟମ୍ ଡାନ୍ସ ଦେଖିବା ପାଇଁ ଦର୍ଶକ ପାଗଳ ପ୍ରାୟ। ତେବେ,ଏହାରି ଭିତରେ ନିଶାଙ୍କ ନିଜ ମନର କଥା କହିଛନ୍ତି । ତାହା ପୁଣି ନିଜ ବିବାହକୁ ନେଇ। ତେବେ, ନିଶା କାହାକୁ ବିବାହ କରିବାକୁ (Nisha Maharana Wedding)ଯାଉଛନ୍ତି । ଆଉ ସେହି ଯୁବକ ଜଣକ କିଏ? 

Nisha Maharana Wedding: ଅସ୍ତରଙ୍ଗର ବୋହୂ ହେବେ ନିଶା ମହାରଣା

Nisha Maharana: ସାରା ଓଡ଼ିଶାର ଘରେ ଘରେ ପରିଚିତ ଚେହେରା ହେଉଛି ନିଶା ମହାରଣା (Nisha Maharana) । ଅଭିନେତ୍ରୀ ନିଶା ମହାରଣାଙ୍କୁ (Actress Nisha Maharana) କିଏବା ନ ଜାଣେ । ଆଇଟମ ଗାର୍ଲ ନିଶା ମହାରଣାଙ୍କ ଆଇଟମ୍ ଡାନ୍ସ ଦେଖିବା ପାଇଁ ଦର୍ଶକ ପାଗଳ ପ୍ରାୟ। ନିଶାଙ୍କ ହଟ୍ ଜଲଓ୍ବା ଦର୍ଶକଙ୍କ ମନ କିଣେ। କେବେଳ ହଟ୍ ନେସ୍ ପାଇଁ ନୁହେଁ । ବରଂ ସେ ନିଜ ବିବାଦୀୟ ବୟାନ ପାଇଁ  ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ତେବେ,ଏହାରି ଭିତରେ ନିଶାଙ୍କ ନିଜ ମନର କଥା କହିଛନ୍ତି । ତାହା ପୁଣି ନିଜ ବିବାହକୁ ନେଇ । ଯାହା ଏବେ ସୋସିଆଲ୍ ମିଡି଼ଆରେ ବେଶ୍ ଭାଇରାଲ୍ ହେଉଛି। ତେବେ ଏହି ଖବର, ସାଧାରଣ ଲୋକଙ୍କୁ ବିବ୍ରତ କରିବା ସହିତ ଚକିତ ବି କରୁଛି । ତେବେ, ନିଶା କାହାକୁ ବିବାହ କରିବାକୁ (Nisha Maharana Wedding)ଯାଉଛନ୍ତି । ଆଉ ସେହି ଯୁବକ ଜଣକ କିଏ? 

 

 
 
 
 

 
 
 
 
 
 
 
 
 
 
 

A post shared by Alixya (@maharana_nisha)

ସୂଚନା ଅନୁସାରେ, ପୁରୀ ଜିଲ୍ଲା ଅସ୍ତରଙ୍ଗର ଲକ୍ଷ୍ମୀ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଡକାଯାଇଥିଲା । ଆଉ ନିଶା ମଧ୍ୟ କ୍ଲବ୍ ସଦସ୍ୟଙ୍କ ଅନୁରୋଧକୁ ରକ୍ଷା କରି ସେଠାରେ ପହଞ୍ଚିଥିଲେ। ନିଶାଙ୍କୁ ସବୁବେଳେ ଦର୍ଶକମାନେ ହଟ ଲୁକରେ ଦେଖିବାକୁ ପାଇଥାନ୍ତି । କିନ୍ତୁ ଅସ୍ତରଙ୍ଗ ଲକ୍ଷ୍ମୀପୂଜା ପେଣ୍ଡାଲରେ ନିଶା ପ୍ଲାଜୋ ଏବଂ ସାଲୁଆର ପିନ୍ଧିଥିବାର ନଜର ଆସିଥିଲେ। ନିଶାଙ୍କ ଏଭଳି ଶାଳିନତା ଲୁକକୁ ଦର୍ଶକମାନେ ସେଠାକାର ଲୋକମାନେ ପସନ୍ଦ କରିଥିଲେ। ନିଶାଙ୍କୁ ସେଠାରେ ଦେଖିବା ପାଇଁ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। ନିଜ ଫ୍ୟାନ୍ସଙ୍କ ପାଖରେ ପାଇ ନିଶା ବି ବହୁତ୍ ଖୁସି ହୋଇଯାଇଥିଲେ। ଆଉ ସେଠାରେ ସେ କୌଣସି ବିବାଦୀୟ ମନ୍ତବ୍ୟ ନ ଦେଇ ନିଜ ମନର କଥା କହିଥିଲେ ନିଶା । ତାହା ପୁଣି ତାଙ୍କ ବିବାହକୁ ନେଇ ।  ନିଶା କହିଲେ ଯେ ତାଙ୍କୁ ଅସ୍ତରଙ୍ଗ ଓ କାକଟପୁର ଲୋକେ ଖୁବ୍ ପସନ୍ଦ । ସେ ଯଦି ବିବାହ କରିବେ ତେବେ ଅସ୍ତରଙ୍ଗ ଓ କାକଟପୁରଙ୍କୁ ବିବାହ କରିବେ । ତାଙ୍କର ଶାଶୂ ଘର ଅସ୍ତରଙ୍ଗ- କାକଟପୁର ଅଞ୍ଚଳରେ ହେବ ପାଇଁ ସେ ଚାହୁଁଛନ୍ତି । ମନପସନ୍ଦର ପୁଅ ମିଳିଲେ ସେ ଅସ୍ତରଙ୍ଗ ଅଞ୍ଚଳର ଜଣେ ଯୁବକକୁ ବିବାହ କରିବେ ବୋଲି କହିଥିଲେ। ତେବେ, ନିଶାଠାରୁ ଏଭଳି କଥା ଶୁଣିବା ପରେ ସେଠାକାର ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସେ କାହାକୁ ବିବାହ କରିବେ ସେ ନେଇ କୌଣସି ସୂଚନା ଦେଇନାହାଁନ୍ତି। 

ନିକଟରେ ନିଶା ଆଉ ଏକ ବିବାଦିୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଥିଲେ। ବିଧାୟକଙ୍କ ପୁଅକୁ ବିବାହ କରିବେ ବୋଲି କହୁଥିଲେ। ତେବେ, ଏହା ପୂର୍ବରୁ ଓଲିଉଡ଼ର ଅଭିନେତା ବବି ମିଶ୍ର (Ollywood Actor Bobby Mishra)ଙ୍କୁ ବିବାହ କରିବାକୁ ଚାହୁଛନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ ନିଶା। କିନ୍ତୁ ବବି ମିଶ୍ର ନିଶାଙ୍କ ବିବାହ ପ୍ରସ୍ତାବକ ଉତ୍ତର ଦେଇ ନଥିଲେ।