Ollywood News: ଆପଣଙ୍କ ପ୍ରିୟ କୁକିଜ୍ ଆସୁଛନ୍ତି ନୂଆ ସିନେମା 'ଏ କେମିତି ବନ୍ଧନ'ରେ
Advertisement
Article Detail0/zeeodisha/odisha1842447

Ollywood News: ଆପଣଙ୍କ ପ୍ରିୟ କୁକିଜ୍ ଆସୁଛନ୍ତି ନୂଆ ସିନେମା 'ଏ କେମିତି ବନ୍ଧନ'ରେ

Ollywood News: ଅଭିନେତ୍ରୀ କୁକିଜ ସ୍ୱାଇଁ ଖୁବ କମ ଦିନରେ ନିଜର ଦମଦାର ଅଭିନୟ ପାଇଁ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ଅନେକ ମ୍ୟୁଜିକ ଭିଡିଓରେ ଦର୍ଶକଙ୍କୁ ନିଜର କରିଥିବା କୁକିଜ ବର୍ତ୍ତମାନ ନୂଆ ସିନେମାରେ ନଜର ଆସିବେ ।

Ollywood News: ଆପଣଙ୍କ ପ୍ରିୟ କୁକିଜ୍ ଆସୁଛନ୍ତି ନୂଆ ସିନେମା 'ଏ କେମିତି ବନ୍ଧନ'ରେ

Ollywood News: ଜେମ୍ସ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଛି ଏକ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର 'ଏ କେମିତି ବନ୍ଧନ' (Emiti a bandhan) । ଏହି ସିନେମାଟି ଏକ ପାରିବାରିକ କଥାବସ୍ତୁ (Family matters) ଉପରେ ଆଧାରିତ ହୋଇଥିବା ଜଣାପଡିଛି । ଜୀବନ ସଂଗ୍ରାମରେ ବଞ୍ଚିବାକୁ ହେଲେ ପରିବାରକୁ କେମିତି ବିଭିନ୍ନ ସଂଘର୍ଷର ପଥ ଦେଇ ଗତି କରିବାକୁ ପଡିଛି ତାହା ସିନେମାର ମୂଳ ବିଷୟ । କାହାଣୀର ମୁଖ୍ୟ ନାୟକ, ନାୟିକା କେମିତି ତାଙ୍କ ଭାଇ ଭାଉଜଙ୍କ ମୃତ୍ୟୁ ପରେ ତାଙ୍କ ପିଲାଙ୍କୁ ଆପଣେଇ ନେଇ ସଂଘର୍ଷର ସମ୍ମୁଖିନ ହେବାକୁ ପଡିଛି ତାହା ଏହି କାହାଣୀ ମାଧ୍ୟମରେ ସିନେପ୍ରେମୀ ଦେଖିବାକୁ ପାଇବେ । 

ଏହି କଥା ବସ୍ତୁରେ ଅଭିନେତା ଅମନ, ଅଭିନେତ୍ରୀ କୁକିଜ ସ୍ୱାଇଁ (Cookies Swain) , ଦୀପକ ମହାରଣା, ମାନସ ମିଶ୍ର , ପୂର୍ଣ୍ଣ ପାତ୍ର, ତପନ ସାହୁ, ମୁନ୍ନା ମଲ୍ଲିକ, ସ୍ମିତା ଚକ୍ରବର୍ତ୍ତୀ, କୁହୁ, ମଧୁ ବାରିକ, ସୂର୍ଣ୍ଣଲତା, ରାଜଲଷ୍ମୀ , ସତ୍ୟେନ୍ଦ୍ର , ରୁଦ୍ର , ଜ୍ୟୋତିଶ୍ରୀ ପ୍ରମୁଖ କଳାକାରଙ୍କ ଅଭିନୟ ଆପଣ ଦେଖିବାକୁ ପାଇବେ । ଚଳଚ୍ଚିତ୍ରର ନିର୍ଦ୍ଦେଶନା (Director) ଦାୟୀତ୍ୱରେ ଅଛନ୍ତି ରାକେଶ ସାମଲ । ସଙ୍ଗୀତପ୍ରେମୀଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ (Music Director) ବୈଦନାଥ ଦାଶ ଗୀତ ଗୁଡିକୁ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ସମସ୍ତ ଚେଷ୍ଟା କରିଛନ୍ତି । ସିନେମାଟିର ପ୍ରଯୋଜନା ଦାୟୀତ୍ୱ ନେଇଛନ୍ତି ଜେମ୍ସ ଓ ପ୍ରଭାତ ଅଛନ୍ତି । ସହ ପ୍ରଯୋଜକ ଅଛନ୍ତି ସ୍ମିଥ ବାରିକ, ଏ.ଆର . ହାରିସ ବାଦୀ କ୍ରିଏଟିଭ ପ୍ରଯୋଜକ ଅଛନ୍ତି। ଦେବବ୍ରତ ନାଥ ଅଛନ୍ତି ସିନେମାର ସିନେମାଟୋଗ୍ରାଫର (Cinematographer) । ପ୍ରଡକ୍ସନ କଣ୍ଟ୍ରୋଲର ଭାବେ ଚିକୁ  କାମ କରୁଛନ୍ତି । ଏ ଚଳଚ୍ଚିତ୍ରରେ ଗଣମାଧ୍ୟମ ସଂଯୋଜକ ଦାୟୀତ୍ୱରେ ଅଛନ୍ତି ଯୁବ ମିଡିଆ ପ୍ଲାନର ଭରତ ପ୍ରଧାନ । ଚଳଚ୍ଚିତ୍ରଟି ରାଜଧାନୀ ଭୁବନେଶ୍ୱର ସମେତ କଟକ, ଯାଜପୁରର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଛି ।

ସୂଚନାଯୋଗ୍ୟ, ସିନେମା 'ଏ କେମିତି ବନ୍ଧନ'ରେ ନାୟିକା ଭାବରେ ଦର୍ଶକଙ୍କ ସାମ୍ନାକୁ ଆସୁଥିବା ଅଭିନେତ୍ରୀ କୁକିଜ୍ ସ୍ୱାଇଁ ପୂର୍ବରୁ ଅନେକ ମ୍ୟୁଜିକ୍ ଭିଡିଓରେ କାମ କରିସାରିଛନ୍ତି । କୁକିଜଙ୍କ ଅଭିନିତ ଅନେକ ଗୀତ ବର୍ତ୍ତମାନ ଲୋକଙ୍କର ପ୍ରଥମ ପସନ୍ଦ । ନିଜର ନିଆରା ଡ୍ୟାନ୍ସ ଓ ଲୁକ ମାଧ୍ୟମରେ ଦର୍ଶକଙ୍କ ମନ କିଣିନେବାର କଳା କୁକିଜଙ୍କୁ ଖୁବ ଭଲ ଭାବରେ ଜଣା । ସୋସିଆଲ ମିଡିଆରେ କୁକିଜଙ୍କ ପ୍ରତିଟି ରିଲସ୍ ଖୁବ୍ ଭାଇରାଲ୍ ହୋଇଥାଏ । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଲୋକମାନେ କୁକିଜଙ୍କ ନୂଆ ରିଲସକୁ ଅପେକ୍ଷା କରିଥାନ୍ତି । ଖୁବ କମ ଦିନ ମଧ୍ୟରେ ନିଜ ମାଆଙ୍କ ସ୍ୱପ୍ନକୁ ପୂରା କରିବା ସହ କୁକିଜ୍ ହୋଇପାରିଛନ୍ତି ଜଣେ ସଫଳ ଅଭିନେତ୍ରୀ । 

ଓଲିଉଡ ଅଭିନେତା ଶୈଳେନ୍ଦ୍ରଙ୍କ ସହିତ କୁକିଜ ଏକାଧିକ ମ୍ୟୁଜିକ ଭିଡିଓରେ ଅଭିନୟ କରିଛନ୍ତି । ସେମଧ୍ୟରୁ 'ଟିକେ ଟିକେ ବର୍ଷା ହେଲା' ଗୀତଟି ୟୁଟୁବରେ ଖୁବ୍ ଟ୍ରେଣ୍ଡ୍ କରିଥିଲା । ଗୀତଟିକୁ ଗାଇଥିଲେ ହ୍ୟୁମାନ ସାଗର ଓ ଅସୀମା ପଣ୍ଡା । ବର୍ତ୍ତମାନ ପର୍ଯ୍ୟନ୍ତ ଗୀତଟି ୟୁଟୁବରେ ୧୯ ମିଲିୟନରୁ ଅଧିକ ଭିୟୁଜ ପାଇସାରିଛି । ସେହିପରି ସମ୍ୱଲପୁରୀ ଗୀତ 'ସୂରୁଜମୁଖୀ'ରେ କରଣଙ୍କ ସହିତ କୁକିଜଙ୍କ ଅଭିନୟକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ଗୀତଟି ୧୬ ମିଲିୟନ ଭିୟୁଜ୍ ପାଇଛି । 'ମୋ ହାତ ଲେଖା ହସ୍ତାକ୍ଷର' ଗୀତ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ନିକଟରେ ରିଲିଜ୍ ହୋଇଥିବା ଗୀତ 'ଭଲ ପାଓସି ଭଲ ପାଏମି' ମଧ୍ୟ ସୋସିଆଲ ମିଡିଆରେ ଭଲ ଟ୍ରେଣ୍ଡ୍ କରୁଛି ।

Also Read- Jio ପୁଣି ହେଲା ଏକ ନମ୍ବର ! Airtel, VI, BSNLକୁ ଦେଲା କଡା ଟକ୍କର