Laal Singh Chaddhaର ନୈରାଶ୍ୟଜନକ ବ୍ୟବସାୟ ପରେ Aamir Khan ନେଲେ ଏହି ନିଷ୍ପତ୍ତି
Advertisement

Laal Singh Chaddhaର ନୈରାଶ୍ୟଜନକ ବ୍ୟବସାୟ ପରେ Aamir Khan ନେଲେ ଏହି ନିଷ୍ପତ୍ତି

ଯେଉଁ ଫିଲ୍ମ ପାଇଁ ଆମିର ଖାନ ଦୀର୍ଘ ତିନି ବର୍ଷ ସମୟ ଦେଇଥିଲେ, ସେହି ଫିଲ୍ମ ବକ୍ସ ଅଫିସରେ ପ୍ରଭବହୀନ ହୋଇଯାଇଛି। ଏଭଳି ପରିସ୍ଥିତିରେ ଆମୀର ନିରାଶ ହୋଇଛନ୍ତି। ଏହି ସମୟରେନୂଆ ଖବର ସାମ୍ନାକୁ ଆସିଛି ଯେ, ସେ ଦୁଇମାସ ବିରତି ନେବାପାଇଁ ଆମେରିକା ଯାଉଛନ୍ତି। 

Laal Singh Chaddhaର ନୈରାଶ୍ୟଜନକ ବ୍ୟବସାୟ ପରେ Aamir Khan ନେଲେ ଏହି ନିଷ୍ପତ୍ତି

Laal Singh Chaddha: ବକ୍ସ ଅଫିସରେ ଆମିର ଖାନଙ୍କ 'ଲାଲ ସିଂ ଚଢା'ର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଫିଲ୍ମ ଯେଉଁ ଭଳି ଆୟ କରିବ ବୋଲି ଆଶା କରାଯାଉଥିଲା, ସେଭଳି ହେଲା ନାହିଁ। Laal Singh Chaddha ବୟକଟ ଟ୍ରେଣ୍ଡର ପ୍ରଭାବ ଫିଲ୍ମ ରିଲିଜ୍ ହେବା ଦିନଠାରୁ ଦେଖିବାକୁ ମୁଳୁଛି। ୱିକେଣ୍ଡରେ ମଧ୍ୟ ଥିଏଟର ଖାଲି ରହୁଛି। ଆଉ ଏଥିରେ ନିରାଶ ହୋଇ ମିଷ୍ଟର ପ୍ରଫେସନିଷ୍ଟ ଏକ ଲମ୍ବା ବିରତି ନେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଯେଉଁ ଫିଲ୍ମ ପାଇଁ ଆମିର ଖାନ ଦୀର୍ଘ ତିନି ବର୍ଷ ସମୟ ଦେଇଥିଲେ, ସେହି ଫିଲ୍ମ ବକ୍ସ ଅଫିସରେ ପ୍ରଭବହୀନ ହୋଇଯାଇଛି। ଏଭଳି ପରିସ୍ଥିତିରେ ଆମୀର ନିରାଶ ହୋଇଛନ୍ତି। ଏହି ସମୟରେନୂଆ ଖବର ସାମ୍ନାକୁ ଆସିଛି ଯେ, ସେ ଦୁଇମାସ ବିରତି ନେବାପାଇଁ ଆମେରିକା ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ନୂଆ ପ୍ରଜେକ୍ଟରେ କାମ ଆରମ୍ଭ କରିବା ପୂର୍ବରୁ ଆମୀରଙ୍କୁ ନିଜର ମାଇଣ୍ଡ ମେକଅପ୍ କରିବାକୁ ଦୁଇମାସ ସମୟ ରହିବ।

Also Read: Sonali Phogat Passes Away: ହୃଦଘାତରେ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ

Laal Singh Chaddhaକୁ ନେଇ ଦର୍ଶକ ଯେଉଁ ପ୍ରତିକ୍ରିୟା ଆମୀରଙ୍କ ପାଇଁ ହାର୍ଟବ୍ରେକିଂ ବୋଲି କୁହାଯାଉଛି। ବର୍ତ୍ତମାନ ଏଭଳି ବାତାବରଣ ମଧ୍ୟରେ ଆମୀର ଦୁଇ ମାସ ପାଇଁ ଆମେରିକା ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ କ୍ୱାଲିଟି ସମୟ ବିତାଇବାକୁ ଏକ ସୁଯୋଗ ପାଇବେ। ଏହା ସହିତ Laal Singh Chaddhaକୁ ୱାର୍ଲ୍ଡ ୱାଇଡ ରିଲିଜ କରିବାକୁ ସେ ବିଚାର କରୁଛନ୍ତି।

Laal Singh Chaddha ହେଉଛି ହଲିଉଡର ହିଟ୍ ଫିଲ୍ମ 'forrest gump'ର ହିନ୍ଦୀ ରିମେକ୍। ଏଥିରେ ଆମୀର, କରୀନା କପୁରଙ୍କ ବ୍ୟତୀତ ସାଉଥ ଷ୍ଟାର ନାଗା ଚୈତନ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କିନ୍ତୁ ବକ୍ସ ଅଫିସରେ ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ଏହି ଫିଲ୍ମ ଧିମା ପଡିଥିଲା । ଦୁଇ ସପ୍ତାହ ମଧ୍ୟରେ ଫିଲ୍ମ ମାତ୍ର ୫୬ କୋଟି ଆୟ କରିବାରେ ସକ୍ଷମ ହୋଇଛି।

Also Read: Bigg Boss 16: ସଲମାନଙ୍କ ଫି'ରେ ହେବ ଦୁଇଟି 'RRR', ଜାଣନ୍ତୁ କେବେ ଆସିବ ସୋ'

ଆମୀର ଖାନଙ୍କ ପରବର୍ତ୍ତୀ ପ୍ରଜେକ୍ଟ ବିଷୟରେ କହିବାକୁ ଗଲେ, ସେ ଏକ ସ୍ପୋର୍ଟସ୍ ଡ୍ରାମା ଫିଲ୍ମରେ ନଜର ଆସିବେ, ଯାହାକୁ ଆର.ଏସ୍ ପ୍ରସନ୍ନ ନିର୍ଦ୍ଦେଶନା ଦେବେ। କୁହାଯାଉଛି ଯେ, ଆମୀରଙ୍କ ଆଗାମୀ ଫିଲ୍ମ ସ୍ପେନିସ୍ ମୁଭି ‘Campeone’ର ରିମେକ ହେବ। ‘Campeone’ ୨୦୧୮ରେ ରିଲିଜ ହୋଇଥିଲା। ଏହା ସେହି ବର୍ଷ ଓସ୍କାର ପାଇଁ ମନୋନୀତ ହୋଇଥିଲା। 

 

Also Read: ଜାଣନ୍ତୁ, ଗୋଟିଏ ଫିଲ୍ମ ପାଇଁ କେଉଁ ପାକିସ୍ତାନୀ ଅଭିନେତ୍ରୀ କେତେ ଟଙ୍କା ଚାର୍ଜ କରନ୍ତି?

Also Read: ପ୍ରକୃତିଙ୍କ ନୂଆ ପାର୍ଟନରଙ୍କୁ ଦେଖି ଜଳୁଛନ୍ତି କି ବାବୁସାନ? ମୌନବ୍ରତ ଭାଙ୍ଗି କହିଲେ ଏହି କଥା

Also Read: Women Beater: ସଲମାନ ଖାନଙ୍କ ଅସଲ ମୁଖା ଖୋଲିଦେଲେ ପୂର୍ବତନ ପ୍ରେମିକା!