ଆମେ ଦୁଃଖୀ ଥିବା ସମୟରେ କାହିଁକି SAD SONG ଶୁଣିଥାଉ? ଜାଣନ୍ତୁ ଏହାର ସଠିକ୍ ଉତ୍ତର
Advertisement

ଆମେ ଦୁଃଖୀ ଥିବା ସମୟରେ କାହିଁକି SAD SONG ଶୁଣିଥାଉ? ଜାଣନ୍ତୁ ଏହାର ସଠିକ୍ ଉତ୍ତର

Sad Song: ଆମ ଦେଶର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏହାର ଉତ୍ତର ଜାଣିବା ପାଇଁ ଗବେଷଣା କରିଥିଲା । ଏକ ଗବେଷଣାରେ ପ୍ରାୟ ୨୦ ଜଣ ବ୍ୟକ୍ତିଙ୍କୁ ୩ ପ୍ରକାରର ଗୀତ ଶୁଣା ଯାଇଥିଲା । ଏଥିରୁ ଗବେଷଣାକାରୀମାନେ ଜାଣିବାକୁ ପାଇଲେ ଯେ ଯେତେବେଳେ ୨୦ ଜଣଙ୍କୁ ସେଡ୍ ସଙ୍ଗ୍ ଶୁଣା ଯାଉଥିଲା, ସେତେବେଳେ ଇଲେକ୍ଟ୍ରୋଏନ୍ସଫେଲୋଗ୍ରାଫିରେ ସେମାନଙ୍କ ମସ୍ତିଷ୍କ ଭିତରେ ଅଧିକ ଆକ୍ଟିଭିଟି ରେକର୍ଡ ହୋଇଥିଲା ।

 

ସୌ: ସୋସିଆଲ ମିଡିଆ

IIT Mandi On Sad Music: ଆପଣ ନିଶ୍ଚିତ ଭାବରେ ଦେଖିଥିବେ ଯେ ଯଦି କୌଣସି ବ୍ୟକ୍ତି ଦୁଃଖ ସମୟ ଦେଇ ଗତି କରୁଥାନ୍ତି କିମ୍ବା ଦୁଃଖୀ ଥାନ୍ତି ସେତେବେଳେ ସେ ସେଡ୍ ସଙ୍ଗ୍ (SAD SONG) ଶୁଣିଥାନ୍ତି । ଅର୍ଥାତ ଆପଣ ଏହାବି ଲକ୍ଷ୍ୟ କରିଥିବେ ଯେଉଁମାନଙ୍କର ତାଜା ତାଜା ବ୍ରେକ୍ଅପ୍ ହୋଇଥିବ ସେ ମଧ୍ୟ ବ୍ରେକ୍ଅପ୍ ସଙ୍ଗ୍ (Breakup Song) ଶୁଣିଥାନ୍ତି, କେବେଳ ଏତିକି ନୁହେଁ ଏହା ମଧ୍ୟ ଦେଖିବାକୁ ମିଳେ ଯେ ଯେତେବେଳେ ମଣିଷ ଏକାଥାଏ କିମ୍ୱା ବିବ୍ରତ ଥାଏ ସେତବେଳେ ମଧ୍ୟ ସେ ସେଡ୍ ସଙ୍ଗ୍ ଶୁଣିଥାଏ । କିନ୍ତୁ ଆପଣ କେବେ ଏହା ଭାବିଛନ୍ତି ଏପରି ଆମେ କାହିଁକି କରୁ ? ଯେତେବେଳେ ଆମେ ଦୁଃଖୀ ଥାଉ ଆମ ମସ୍ତିଷ୍କ କାହିଁକି କହିଥାଏ ଯେ ଆମେ ଦୁଃଖ ଗୀତ ଶୁଣିବା ଉଚିତ୍ । ଆମ ଦେଶର ପ୍ରତିଷ୍ଠିତ ଅନୁଷ୍ଠାନ ଏହାର ଉତ୍ତର ଜାଣିବା ପାଇଁ ଏକ ଗବେଷଣା କରିଥିଲା । ଆସନ୍ତୁ ଜାଣିବା ଗବେଷଣାରୁ ଏହାକୁ ନେଇ କ'ଣ ଫଳାଫଳ ଆସିଛି ।

ଆଇଆଇଟି ମଣ୍ଡି (IIT Mandi) ୨୦ ଜଣଙ୍କ ଉପରେ ଏକ ଗବେଷଣା କରିଥିଲା । ଏହି ଗବେଷଣା ସମୟରେ, ଗବେଷକମାନେ ଏହି ଲୋକଙ୍କର ମାନସିକ ସ୍ଥିତି ଓ ସେମାନଙ୍କ ମସ୍ତିଷ୍କରେ ଚାଲିଥିବା କାର୍ଯ୍ୟକଳାପକୁ ମାପିବା ପାଇଁ ଇଲେକ୍ଟ୍ରୋଏନ୍ସଫେଲୋଗ୍ରାଫିର ବ୍ୟବହାର କରିଥିଲେ । ସବୁଠୁ ବଡ କଥା ହେଉଛି ଏହି ସମସ୍ତ ୨୦ ଜଣଙ୍କର ପୂର୍ବରୁ କୌଣସି ପ୍ରକାରର ସଂଗୀତ ସହିତ ସଂଶ୍ଲିଷ୍ଟ ନଥିଲା । ଏପରି ଲୋକମାନଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା, ଯାହାଦ୍ୱାରା ସେମାନେ ଜାଣିଶୁଣି କୌଣସି ସଙ୍ଗୀତ ବଜାଇବା ପରେ କିମ୍ବା ପୂର୍ବରୁ ପ୍ରତିକ୍ରିୟା ନ ଦେବେ ।

ଏହି ଗବେଷଣାରେ, ଏହି ୨୦ ଜଣଙ୍କୁ ୩ ପ୍ରକାରର ଗୀତ ଶୁଣାଯାଇଥିଲା । ଗବେଷଣାକାରୀମାନେ ଏହା ଜାଣିବାକୁ ପାଇଲେ ଯେ ଯେତେବେଳେ ଏହି ୨୦ ଜଣଙ୍କୁ ଦୁଃଖ ଗୀତ ବା ସେଡ୍ ସଙ୍ଗ୍ ଶୁଣାଯାଉଥିଲା, ସେତବେଳେ ଇଲେକ୍ଟ୍ରୋଏନ୍ସଫେଲୋଗ୍ରାଫିରେ ସେମାନଙ୍କ ମସ୍ତିଷ୍କ ଭିତରେ ଅଧିକ ଆକ୍ଟିଭିଟି ରେକର୍ଡ ହୋଇଥିଲା । ଏହି ତିନି ପ୍ରକାର ଗୀତରେ ଏକ ଭାରତୀୟ ଶାସ୍ତ୍ରୀୟ 'ରାଗ ମିଶ୍ର ଯୋଗୀୟା' ମଧ୍ୟ ଥିଲା । ଏହି ସଙ୍ଗୀତ ଗୁଡିକୁ ପାଞ୍ଚଜଣ ସଂଗୀତ ବିଶେଷଜ୍ଞଙ୍କ ଏକ ପ୍ୟାନେଲ ଦ୍ୱାରା ଚୟନ କରାଯାଇଥିଲା । ଆମେ ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ ଏହି ଲୋକମାନଙ୍କୁ ସେମାନଙ୍କର ଦୁଃଖଦ ଅନୁଭୂତି ମନେ ପକାଇବାକୁ କୁହାଗଲା, ସେତେବେଳେ ସେମାନଙ୍କ ମସ୍ତିଷ୍କରେ ଗାମା କିରଣର ଆକ୍ଟିଭିଟି ବୃଦ୍ଧି ହୋଇଥିଲା । ଅନ୍ୟ ପଟେ, ଯେତେବେଳେ ଏହି ଲୋକଙ୍କୁ ଏକ ସେଡ୍ ସଙ୍ଗ୍ ଶୁଣାଗଲା, ସେତେବେଳେ ସେମାନଙ୍କ ମସ୍ତିଷ୍କ ଭିତରେ ଆଲଫା ରଶ୍ମିର ଆକ୍ଟିଭିଟି ବୃଦ୍ଧି ପାଇଥିଲା ।

ବିଜ୍ଞାନ କହିଥାଏ ଯେ ଯେତେବେଳେ ଜଣେ ଦୁଖୀ ବ୍ୟକ୍ତି ସେଡ୍ ସଙ୍ଗ୍ ଶୁଣିଥାଏ, ସେତେବେଳେ ସେ ନିଜକୁ ଗୀତ ନୁହେଁ ସଂଗୀତ ଶବ୍ଦ ସହ ନିଜକୁ ସଂଯୋଗ କରିଥାଏ । ମାନସିକ ବିଜ୍ଞାନ ଅନୁଯାୟୀ, ଯେତେବେଳେ ଜଣେ ଦୁଃଖୀ ବ୍ୟକ୍ତି 'ସେଡ୍ ସଙ୍ଗ୍' ଶୁଣନ୍ତି, ସେତେବେଳେ ସେ ଡିପ୍ରେସନ ଭିତରକୁ ଯାଆନ୍ତି ନାହିଁ ବରଂ ସେଥିରୁ ବାହାରି ଆସନ୍ତି ।ସେତେବେଳେ ସେ ସକରାତ୍ମକ ଅନୁଭବ କାରଣ ଦୁଃଖି ବ୍ୟକ୍ତି ସେଡ୍ ସଙ୍ଗ୍ ଶୁଣୁବା ସମୟରେ ତାଙ୍କ ମସ୍ତିଷ୍କରେ ଡୋପାମାଇନ୍ (Dopamine) ନାମକ ଏକ ହରମୋନ ରିଲିଜ ହୋଇଥାଏ  । ଯେଉଁଥିପାଇଁ ଜଣେ ବ୍ୟକ୍ତି ଏକ ଆନନ୍ଦ ବା ସୁଖ ଅନୁଭବ କରେ । ଏହି କାରଣରୁ ଦୁଃଖୀ ଲୋକମାନେ 'ସେଡ୍ ସଙ୍ଗ୍ ଶୁଣିବାକୁ ପସନ୍ଦ କରନ୍ତି ।