UPSC Recruitment: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଖାଲି ପଡ଼ିଛି ୮୦୦ ପଦବୀ, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ ଏବେ ହିଁ କରନ୍ତୁ ଆବେଦନ...
Advertisement

UPSC Recruitment: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଖାଲି ପଡ଼ିଛି ୮୦୦ ପଦବୀ, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ ଏବେ ହିଁ କରନ୍ତୁ ଆବେଦନ...

UPSC Recruitment: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଏହି ସୁଯୋଗ ନେଇଆସିଛି। UPSC ତରଫରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। 

UPSC Recruitment: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଖାଲି ପଡ଼ିଛି ୮୦୦ ପଦବୀ, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ ଏବେ ହିଁ କରନ୍ତୁ ଆବେଦନ...

UPSC Recruitment: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଏହି ସୁଯୋଗ ନେଇଆସିଛି। UPSC ତରଫରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। ଅନ୍‌ଲାଇନ୍ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ପଡିବ।ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ ଏହି ଲିଙ୍କ UPSC Recruitment apply for 827 officer posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଏପ୍ରିଲ୍ ୧୦ରୁ ଏହାର ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ  ହୋଇଥିବା ବେଳେ ଏହି ପ୍ରକ୍ରିୟା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଚାଲିବ।

ଖାଲି ପଦବୀ:

ମେଡିକାଲ ଅଫିସର୍‌,ଆସିଷ୍ଟାଣ୍ଟ ଡିଭିଜନାଲ୍‌ ମେଡିକାଲ ଅଫିସର,ଜେନେରାଲ ଡ୍ୟୁଟି ମେଡିକାଲ୍‌ ଅଫିସର,ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଗ୍ରେଡ୍‌ ୨ ଆଦି ପଦବିରେ ମୋଟ ୮୨୭ଟି ପଦବୀ ପୂରଣ ହେବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ M.B.B.S ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା:

ସର୍ବାଧିକ ବୟସ ସୀମା ୩୨ ବର୍ଷ ରଖାଯାଇଥିବା ବେଳେ SC/ ST/ PwBD ବର୍ଗ ପାଇଁ ବୟସରେ କୋହଳ ଅଛି।

ଆବେଦନ ଶୁଳ୍କ:

ସାଧାରଣ ବର୍ଗ/OBC ପ୍ରାର୍ଥୀ – ୨୦୦ ଟଙ୍କା

SC/ST– ଦେୟମୁକ୍ତ