SSC Recruitment 2023-24: SSCରେ ନିଯୁକ୍ତି ସୁଯୋଗ, ଏତିକି ରହିଛି ଦରମା
Advertisement

SSC Recruitment 2023-24: SSCରେ ନିଯୁକ୍ତି ସୁଯୋଗ, ଏତିକି ରହିଛି ଦରମା

SSC Recruitment 2023-24: କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି ପାଇଁ ବାହାରିଲା ନିଯୁକ୍ତି ସୁଯୋଗ। ଏନେଇ SSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ସିନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଅପର୍ ଡିଭିଜନ୍ କ୍ଲର୍କ ଓ ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଲୋୟର ଡିଭିଜନ୍ କ୍ଲର୍କ ଗ୍ରେଡ୍ ନିଯୁକ୍ତି ପରୀକ୍ଷା ୨୦୨୩ ଏବଂ ୨୦୨୪ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି।

ସୌଜନ୍ୟ-ସୋସିଆଲ ମିଡିଆ

ଏହି ପଦବୀ ପାଇଁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଫଳରେ ୨୨୦ଟି ପଦବୀ ପୂରଣ ହେବ।

ଆଗ୍ରହୀ ପ୍ରାର୍ଥୀ ମାନେ SSCର ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଏହାର ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ  Senior Secretariat Assistant/Upper Division Clerk Notification ଓ Junior Secretariat Assistant/Lower Division Clerk Notification ଉପରେ କ୍ଲିକ୍ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖଅନ୍‌ଲାଇନ୍ ଆବେଦନ ୦୨ ଫେବୃଆରୀ ୨୦୨୪ରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୧ ଫେବୃଆରୀ ଯାଏଁ ଚାଲିବ ।

ଅନ୍‌ଲାଇନ୍ ପରୀକ୍ଷା ତାରିଖ – ୧୦ ମେ/ ୧୩ ମେ ୨୦୨୪ ଅନୁଷ୍ଠିତ  ହେବ(ପରିବର୍ତ୍ତନ ହୋଇପାରେ)

ଶିକ୍ଷାଗତ ଯୋଗ୍ୟତା: ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍ କରିଥିବେ ।

ବୟସ ସୀମା: ସର୍ବନିମ୍ନ ବୟସ ସୀମା ୪୫ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୫୦ ବର୍ଷ ରଖାଯାଇଛି ।

ମାସିକ ଦରମାସିନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଅପର୍ ଡିଭିଜନ୍ କ୍ଲର୍କଙ୍କ ଦରମା ୨୫,୫୦୦ ରୁ ୮୧,୧୦୦ଟଙ୍କା ରହିଥିବା ବେଳେ

ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଲୋୟର ଡିଭିଜନ୍ କ୍ଲର୍କଙ୍କ ଦରମା  ୧୯,୯୦୦ ରୁ ୬୩,୨୦୦ଟଙ୍କା ରହିଛି ।

ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:

ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର

ଦସ୍ତଖତ

PWD ସାର୍ଟିଫିକେଟ୍

ଚୟନ ପ୍ରକ୍ରିୟା:

କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା

ପେପର-୧(Subjective)

ପେପର-୨(Objective)

ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କଟାଯିବ