SBI ଅଫିସର ଭାବେ ଚାକିରୀ କରିବା ପାଇଁ ଏବେ ହିଁ କରନ୍ତୁ ଅନଲାଇନ୍ ଆବେଦନ; ଜାଣନ୍ତୁ ପ୍ରୋସେସ
Advertisement
Article Detail0/zeeodisha/odisha1214859

SBI ଅଫିସର ଭାବେ ଚାକିରୀ କରିବା ପାଇଁ ଏବେ ହିଁ କରନ୍ତୁ ଅନଲାଇନ୍ ଆବେଦନ; ଜାଣନ୍ତୁ ପ୍ରୋସେସ

SBI SCO Recruitment 2022: ସ୍ପେଶାଲିଷ୍ଟ କ୍ୟାଡର ଅଧିକାରୀର ୧୪ ଟି ପଦବୀ ପୂରଣ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ନିୟମିତ ବ୍ୟବଧାନରେ କରାଯାଉଛି । ଜାଣନ୍ତୁ ପୂରା ଡିଟେଲ୍ସ...

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: SBI SCO Recruitment 2022: ସ୍ପେଶାଲିଷ୍ଟ କ୍ୟାଡର ଅଧିକାରୀର ୧୪ ଟି ପଦବୀ ପୂରଣ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ନିୟମିତ ବ୍ୟବଧାନରେ କରାଯାଉଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ୧୬ ଜୁନ୍ ୨୦୨୨ ସୁଦ୍ଧା ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ SBI ର ଅଫିସିଆଲ୍ ୱେବସାଇଟ୍ sbi.co.in ଭିଜିଟ କରି ଅନଲାଇନ୍ ଆବେଦନ କରିପାରିବେ ।

ରିସ୍କ ସ୍ପେସାଲିଷ୍ଟ ସେକ୍ଟର: ୧୪ ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା 

ଫାଇନାନ୍ସ କିମ୍ବା ଡାଟା ଆନାଲିଟିକ୍ସ କିମ୍ବା ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ବ୍ୟବସାୟ ଆନାଲିଟିକ୍ସରେ CA କିମ୍ବା CFA କିମ୍ବା MBA କିମ୍ବା PGDM କିମ୍ବା ଷ୍ଟାଟିକ୍ସରେ M.Sc ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏହା ଛଡ଼ା ସର୍ବନିମ୍ନ ୨ ରୁ ୪ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।

ଦରମା

MMGS-II- 48170-1740 / 1-49910-1990 / 10- 69810 ଟଙ୍କା 
MMGS-III- 63840-1990 / 5-73790-2220 / 2- 78230 ଟଙ୍କା 

ବୟସ ସୀମା

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୪୦ ବର୍ଷ ହେବା ଉଚିତ୍ । 

ଚୟନ ପ୍ରକ୍ରିୟା 

ସର୍ଟଲିଷ୍ଟିଂ କମ ଇଣ୍ଟରାକେସନ୍ ଆଧାରରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ । ମନୋନୀତ ପ୍ରାର୍ଥୀମାନେ ମୁମ୍ବାଇରେ ପୋଷ୍ଟ ହେବେ ।

ଆବେଦନ ଶୁଳ୍କ

ଜେନେରାଲ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୭୫୦ ଟଙ୍କା ଜମା କରିବାକୁ ପଡିବ । ଅନ୍ୟପକ୍ଷରେ, ଏସସି, ଏସଟି ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ପଡିବ ନାହିଁ । ଅନଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ ଶୁଳ୍କ ଦେବାକୁ ପଡିବ ।

ଆବେଦନ ପ୍ରକ୍ରିୟା 

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ sbi.co.in ଭିଜିଟ୍ କରନ୍ତୁ । ଏହାପରେ ହୋମପେଜରେ କ୍ୟାରିଅର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆବେଦନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ଓ ଆବେଦନ ପ୍ରକ୍ରିୟା ସଂପୂର୍ଣ୍ଣ କରନ୍ତୁ ।

ଗୁରୁତ୍ୱପୂର୍ଣ୍ଣ ତାରିଖ 

ଆବେଦନ ପ୍ରକ୍ରିୟା ଆରମ୍ଭ: ୨୭ ମଇ ୨୦୨୨
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ: ୧୬ ଜୁନ୍ ୨୦୨୨ 

ଏହା ବି ପଢ଼ନ୍ତୁ: BSF Recruitment 2022: ଦଶମ, ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବାହାରିଲା ୧୨୮ ପଦବୀ ପାଇଁ ନିଯୁକ୍ତି