SBI ର ଏହି ସ୍କିମରେ ଜମା କରନ୍ତୁ ୫ ହଜାର ଟଙ୍କା, ମିଳିବ ୫୫ ହଜାର, ପଢ଼ନ୍ତୁ ପୁରା ଷ୍ଟୋରୀ
Advertisement
Article Detail0/zeeodisha/odisha1864397

SBI ର ଏହି ସ୍କିମରେ ଜମା କରନ୍ତୁ ୫ ହଜାର ଟଙ୍କା, ମିଳିବ ୫୫ ହଜାର, ପଢ଼ନ୍ତୁ ପୁରା ଷ୍ଟୋରୀ

SBI Scheme: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ତରଫରୁ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ପ୍ରଦାନ କରାଯାଉଛି । ଆସନ୍ତୁ ଜାଣିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର(State bank Of India) ଏକ ଏପରି ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ୫ ହଜାର ଟଙ୍କା ଡିପୋଜିଟ୍ କଲେ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୫୫ ହଜାର ଟଙ୍କା ସୁଧ ପାଇପାରିବେ । 

SBI ର ଏହି ସ୍କିମରେ ଜମା କରନ୍ତୁ ୫ ହଜାର ଟଙ୍କା, ମିଳିବ ୫୫ ହଜାର, ପଢ଼ନ୍ତୁ ପୁରା ଷ୍ଟୋରୀ

SBI Scheme: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ତରଫରୁ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ପ୍ରଦାନ କରାଯାଉଛି । ଆସନ୍ତୁ ଜାଣିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର(State bank Of India) ଏକ ଏପରି ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ୫ ହଜାର ଟଙ୍କା ଡିପୋଜିଟ୍ କଲେ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୫୫ ହଜାର ଟଙ୍କା ସୁଧ ପାଇପାରିବେ । ତେବେ ଆପଣ ଜାଣିଥିବେ ଯେ ଷ୍ଟେଟ ବ୍ୟାଙ୍କ ହେଉଛି ଏକ ସରକାରୀ ବ୍ୟାଙ୍କ, ଏଥିରେ ଆପଣ ଟଙ୍କା ଡିପୋଜିଟ୍ କଲେ ଆପଣଙ୍କୁ କୌଣସି ରିସ୍କ ଉଠାଇବାକୁ ପଡ଼ିବ ନାହିଁ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ତରଫରୁ ଆରଡି(RD) ଓ ଏଫଡି(FD) ସୁବିଧା ପ୍ରଦାନ କରାଯାଉଛି । ଯେଉଁଥିରେ ଟଙ୍କା ଜମା କରି ଗ୍ରାହକମାନେ ଭଲ ହାରରେ ସୁଧ ପାଇପାରିବେ।ନିର୍ଦ୍ଧାରିତ ଏସବିଆଇ(SBI) ରିକରିଙ୍ଗ ଡିପୋଜିଟ ଉପରେ ଗ୍ରାହକଙ୍କୁ ୬.୮ ପ୍ରତିଶତ ଦରରେ ସୁଧର ଫାଇଦା ମିଳୁଛି । ଏଥିସହ ଏଥିରେ ସିନିୟର ସିଟିଜେନ୍ସଙ୍କୁ(Senior citizen) ୭.୫ ପ୍ରତିଶତ ଦରରେ ସୁଧ ମିଳୁଛି। ବ୍ୟାଙ୍କ ଗ୍ରାହକଙ୍କୁ ମ୍ୟାକ୍ସିମମ୍(Maximum) ୧୦ ବର୍ଷର ଅବଧି ପାଇଁ ଆରଡି( କରିବାକୁ ସୁଯୋଗ ଦେଉଛି । ଏସବିଆଇ ସରକାରୀ ବ୍ୟାଙ୍କ ଲିଷ୍ଟରେ ସବୁଠାରୁ ଉପରେ ରହିଛି। ଆପଣ ନିଜ ସୁବିଧା ହିସାବରେ ଭିନ୍ନ-ଭିନ୍ନ କାର୍ଯ୍ୟକାଳ ପାଇଁ ଆରଡି(RD) କରିପାରିବେ ।

ଯଦି ଆପଣଙ୍କୁ ୫୫ ହଜାର ଟଙ୍କାର ସୁଧ ଦରକାର ତେବେ ଆପଣ ପ୍ରତି ମାସରେ ୫ ହଜାର ଟଙ୍କାର ଆରଡି(RD) କରିବାକୁ ପଡିବ । ଏହା ବ୍ୟତୀତ ଏଥିରେ ଆପଣଙ୍କୁ ୫ ବର୍ଷ ଅବଧିର ଆରଡି କରିବାକୁ ପଡିବ । ଏଥିରେ ଆପଣଙ୍କୁ ବ୍ୟାଙ୍କ ତରଫରୁ ୬.୫ ପ୍ରତିଶତ ଦରରେ ସୁଧ ମିଳିବ । ପ୍ରତିବର୍ଷ କମ୍ପାଉଣ୍ଡ(Compound)ହୋଇ ସୁଧ ବଢିବ ଏବଂ ଆପଣଙ୍କୁ ୫ ବର୍ଷ ପରେ ୫୪,୯୫୭ ଟଙ୍କାର ସୁଧ ମିଳିବ ।

Also Read: PM Kisan Scheme: ପିଏମ୍ କିସାନ ଯୋଜନାର ବଦଳିଲା E-kyc ନିୟମ, ଜାଣନ୍ତୁ ଏବେ କେମିତି ଆକାଉଣ୍ଟକୁ ଆସିବ ଟଙ୍କା...