JEE Main 2024 ପାଇଁ ଆରମ୍ଭ ହେଲା ରେଜିଷ୍ଚ୍ରେସନ୍, ଜାଣନ୍ତୁ କେବେ ହେବ ପରୀକ୍ଷା
Advertisement
Article Detail0/zeeodisha/odisha1941220

JEE Main 2024 ପାଇଁ ଆରମ୍ଭ ହେଲା ରେଜିଷ୍ଚ୍ରେସନ୍, ଜାଣନ୍ତୁ କେବେ ହେବ ପରୀକ୍ଷା

NTA Begins JEE Main 2024 Session 1 Registration: ଦେଶର ଶୀର୍ଷ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ ପାଇଁ JEE Mains 2024 ରେ ରେଜିଷ୍ଚ୍ରେସନ୍ କିରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ NTA ର ଅଫିସିଆଲ୍ ୱେବସାଇଟ୍ jeemain.ntaonline.in କୁ ଭିଜିଟ୍ କରିବାକୁ ପଡିବ ।

 

NTA Begins JEE Main 2024 Session 1 Registration

NTA Begins JEE Main 2024 Session 1 Registration: ଦେଶର ସର୍ବୋଚ୍ଚ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ ପାଇଁ IIT JEE ମେନ୍ 2024 ପରୀକ୍ଷାର ରେଜିଷ୍ଚ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା JEE Mains ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ଆପଣ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ ।

JEE Mains 2024 ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ NTAର ଅଫିସିଆଲ୍ ୱେବସାଇଟ୍ jeemain.ntaonline.in ରେ ଭିଜିଟ୍ କରିବାକୁ ପଡିବ । ୱେବସାଇଟର ହୋମ୍ ପେଜର ନିମ୍ନରେ ଦିଆଯାଇଥିବା ଷ୍ଟେପ୍ ଗୁଡ଼ିକୁ ଅନୁସରଣ କରି ଆପଣ ରେଜିଷ୍ଟ୍ରେସନ୍ କରିପାରିବେ ।

JEE Main 2024 କିପରି କରିବେ ରେଜିଷ୍ଚ୍ରେସନ୍ 

ରେଜିଷ୍ଚ୍ରେସନ୍ ପାଇଁ, ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.ntaonline.in କୁ ଯାଆନ୍ତୁ ।
ୱେବସାଇଟର ହୋମପେଜରେ Joint Entrance Examination ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହା ପରେ ଆପଣଙ୍କୁ JEE Main Exam 2024 Online Registration ଲିଙ୍କକୁ ଯିବାକୁ ପଡିବ ।
ପରବର୍ତ୍ତୀ ପେଜରେ ପଚରାଯାଇଥିବା ବିବରଣୀକୁ ଏଣ୍ଟ୍ରି କରି ରେଜିଷ୍ଚ୍ରେସନ୍ କରନ୍ତୁ ।
ରେଜିଷ୍ଚ୍ରେସନ୍ ପରେ ଆପଣ ଆବେଦନ ଫିସ ଦେଇପାରିବେ ।

ଏହି ତାରିଖଗୁଡ଼ିକୁ ଧ୍ୟାନରେ ରଖନ୍ତୁ 
JEE Main 2024 ପାଇଁ ଅନଲାଇନ୍ ରେଜିଷ୍ଚ୍ରେସନ୍ ଆରମ୍ଭ - ୨ ନଭେମ୍ବର ୨୦୨୩
JEE Main 2024 - ଅନଲାଇନ୍ ରେଜିଷ୍ଚ୍ରେସନ୍ ଶେଷ ତାରିଖ ୩୦ ନଭେମ୍ବର ୨୦୨୩
JEE Mains 2024 ଶେସନ୍ ୱାନ୍ ପରୀକ୍ଷା- ୨୪ ଜାନୁଆରୀ ୨୦୨୪ ରୁ ୧ ଫେବୃଆରୀ ୨୦୨୪ ମଧ୍ୟରେ ହେବ ।
ଆଡମିଟ୍ କାର୍ଡ ରିଲିଜ୍ ତାରିଖ- ପରୀକ୍ଷାର ୩ ଦିନ ପୂର୍ବରୁ ଆଡମିଟ୍ ଡାଉନଲୋଡ କରିପାରିବେ ।
JEE Mains 2024 ଶେସନ୍ ୱାନ୍ ପରୀକ୍ଷା ଫଳାଫଳ ପ୍ରକାଶନ ତାରିଖ - ୧୨ ଫେବୃଆରୀ ୨୦୨୪

JEE Mains 2024 ପିରକ୍ଷା ପାଇଁ ଆବେଦନ ଶୁଳ୍କ
JEE Mains 2024 ରେ ରେଜିଷ୍ଚ୍ରେସନ୍ କରିବାକୁ ଜେନେରାଲ୍, OBC ଏବଂ EWS ବର୍ଗର ପୁରୁଷ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଦେବାକୁ ପଡିବ । ସାଧାରଣ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ଦେୟ ହେଉଛି ୮୦୦ ଟଙ୍କା । ଏହା ବ୍ୟତୀତ ଏସସି ଏସଟି ପ୍ରାର୍ଥୀଙ୍କୁ ପଞ୍ଜୀକରଣ ଫି ଭାବରେ ୫୦୦ ଟଙ୍କା ଜମା କରିବାକୁ ପଡିବ । ଅଧିକ ସୂଚନା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ ।