Plus Two Exam 2023: ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ, ଜାଣନ୍ତୁ ପରୀକ୍ଷା ସମୟ...
Advertisement

Plus Two Exam 2023: ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ, ଜାଣନ୍ତୁ ପରୀକ୍ଷା ସମୟ...

Plus Two Exam Date: ପ୍ରଥମ ଦିନ ମାତୃଭାଷା ବିଷୟରେ ପରୀକ୍ଷା ହେବ । ସିସିଟିଭି ନିୟନ୍ତ୍ରଣରେ ରହିବ ପରୀକ୍ଷା କେନ୍ଦ୍ର । ପରୀକ୍ଷାକେନ୍ଦ୍ରରେ ପ୍ରାଥମିକ କୋଭିଡ ଗାଇଡଲାଇନ ପାଳନ କରାଯିବ । ଫେବ୍ରୁଆରୀ ୧ରୁ ୧୦ତାରିଖ ଯାଏ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Plus Two Exam 2023: ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ, ଜାଣନ୍ତୁ ପରୀକ୍ଷା ସମୟ...

Plus Two Exam 2023: ରାଜ୍ୟରେ ମାର୍ଚ୍ଚ ପହିଲାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ CHSE ପ୍ରକାଶ କରିଛି ବିଜ୍ଞପ୍ତି । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ବିଜ୍ଞପ୍ତି ଆଜି ଅପରାହ୍ଣରେ ପ୍ରକାଶ ପାଇଛି । ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ୨ ତାରିଖରୁ କଳା ଓ ବାଣିଜ୍ୟ ଏବଂ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । ପରୀକ୍ଷାର ଅଧଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ ।

ସେହିପରି ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ୧୫ମିନିଟ ଆଗରୁ ମିଳିବ ଉତ୍ତରଖାତା ଓ ୯ଟା ୫୫ରେ ମିଳିବ ପ୍ରଶ୍ନପତ୍ର । ପ୍ରଥମ ଦିନ ମାତୃଭାଷା ବିଷୟରେ ପରୀକ୍ଷା ହେବ । ସିସିଟିଭି ନିୟନ୍ତ୍ରଣରେ ରହିବ ପରୀକ୍ଷା କେନ୍ଦ୍ର । ପରୀକ୍ଷାକେନ୍ଦ୍ରରେ ପ୍ରାଥମିକ କୋଭିଡ ଗାଇଡଲାଇନ ପାଳନ କରାଯିବ । ଫେବ୍ରୁଆରୀ ୧ରୁ ୧୦ତାରିଖ ଯାଏ ପ୍ରାକ୍ଟିକାଲ୍ ପରୀକ୍ଷା(Practical Exam) ହେବ । ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) (CBSE) ୨୦୨୩ରେ ହେବାକୁ ଥିବା ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ସିବିଏସ୍ଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଉଭୟ ଶ୍ରେଣୀର ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ୧୦ମ ପରୀକ୍ଷା ଜାରି ରହିବ, ଦ୍ୱାଦଶ ବୋର୍ଡ ପରୀକ୍ଷା ଏପ୍ରିଲ୍ ୫ରେ ଶେଷ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Also Read: Year End 2022: ଚଳିତବର୍ଷ ଏହି ୫ ଖେଳାଳି ନିଜ ପେଶାକୁ କହିଲେ ଅଲବିଦା, ତାଲିକାରେ ତିନି ଭାରତୀୟ

ସିବିଏସଇ ନିକଟରେ ପ୍ରାକ୍ଟିକାଲ୍ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଥିଲା। ଜାନୁୟାରୀ ୨, ୨୦୨୩ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ସିବିଏସଇ ଏହାର ଅଫିସିଆଲ୍ ୱେବସାଇଟରେ ସବିଶେଷ ତଥ୍ଯ ପ୍ରଦାନ କରିଛି।