Advertisement
Photo Details/zeeodisha/odisha1400742
photoDetails0hindi

IAS Success Story: ସପ୍ତାହରେ ଦୁଇ ଦିନ ପରିଶ୍ରମ କରି ହେଲେ IAS ଟପ୍ପର

ଅଡିଟ୍ ବିଭାଗ କାମ କରିବା ସମୟରେ IAS ପ୍ରସ୍ତୁତି ପାଇଁ ବିଲକୁଲ ସମୟ ପାଇନଥିଲେ ଦେବଯନୀ । ୨୦୨୦ ମସିହା UPSC ପରୀକ୍ଷା ପାଇଁ ସେ ସପ୍ତାହରେ କେବଳ ଶନିବାର ଓ ରବିବାର ପଢ଼ା ପଢ଼ି କରୁଥିଲେ ।

 

1/8

ହରିୟାଣାର ଦେବଯାନୀ ସିଂଙ୍କ IAS ପାଇବା ସଫଳତାର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅଲଗା ।  ମାତ୍ର ଦୁଇ ଦିନ ଅଧ୍ୟୟନ କରିବା ପରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

2/8

ଦ ବେଟର ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଦେବଯାନୀ ସିଂ ଚଣ୍ଡିଗଡ଼ ସ୍କୁଲରୁ ତାଙ୍କର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାସ କରିଥିଲେ । ଏହା ପରେ ଦେବଯାନୀ ୨୦୧୪ରେ ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପିଲାନିର ଗୋଆ କ୍ୟାମ୍ପସରୁ ଇଲେକ୍ଟ୍ରୋନିକ୍ସ ଏବଂ ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ ।

3/8

ଇଞ୍ଜିନିୟରିଂରେ ଡିଗ୍ରୀ ହାଲସ କରିବା ପରେ ଦେବଯାନୀ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ହଁ ସ୍ୱଳ୍ପ ସମୟ ପରିଶ୍ରମ କରି ସିନା IAS ପାଇଲେ । କିନ୍ତୁ ତାଙ୍କୁ ଅନେକ ବିଫଳତାର ସାମ୍ନା ମଧ୍ୟ କରିବାକୁ ପଡ଼ିଛି  ।

4/8

ପୂର୍ବରୁ ୨୦୧୫, ୨୦୧୬ ଓ ୨୦୧୭ ରେ UPSC କ୍ଲିୟର ପାଇଁ ଘଣ୍ଟା ଘଣ୍ଟା ଧରି ପାଠ ପଢ଼ି ମଧ୍ୟ ଅସଫଳ ହୋଇଥିଲେ । ପ୍ରଥମ ଓ ଦ୍ୱିତୀୟ ପ୍ରୟାସରେ ସେ ରିଟିନ୍ କ୍ୱାଲିଫାଏ କରିନଥିଲେ ଏବଂ ତୃତୀୟ ପ୍ରୟାସରେ ଇଣ୍ଟରଭ୍ୟୁ ରାଉଣ୍ଡରେ ହିଁ ଫେଲ ମାରିଥିଲେ ।

5/8

ଦେବଯାନୀ ଅନେକ ବାର ଅସଫଳ ହେବା ପରେ ନିରାଶ ହୋଇ UPSC ପାଇଁ ପ୍ରସ୍ତୁତି ବିଲକୁଲ ବନ୍ଦ କରିଦେଇଥିଲେ ।

6/8

କିନ୍ତୁ ହଠାତ୍ ୨୦୧୯ରେ ପୁଣିଥରେ ମନବଳାଇଲେ ପରୀକ୍ଷା ଦେବା ପାଇଁ ଆଉ ବିନା ପ୍ରସ୍ତୁତିରେ ପରୀକ୍ଷା ଦେଇ ୨୨୨ ରାଙ୍କ ପାଥିଲେ । ଫଳରେ ତାଙ୍କୁ ସେଣ୍ଟ୍ରାଲ ଅଡିଟ୍ ବିଭାଗରେ ଚୟନ କରାଗଲା । ଆଉ ସେ ଟ୍ରେନିଂ ବି ଆରମ୍ଭ କରିଦେଲେ ।

7/8

ଅଡିଟ୍ ବିଭାଗ କାମ କରିବା ସମୟରେ IAS ପ୍ରସ୍ତୁତି ପାଇଁ ବିଲକୁଲ ସମୟ ପାଇନଥିଲେ ଦେବଯନୀ । ୨୦୨୦ ମସିହା UPSC ପରୀକ୍ଷା ପାଇଁ ସେ ସପ୍ତାହରେ କେବଳ ଶନିବାର ଓ ରବିବାର ପଢ଼ା ପଢ଼ି କରୁଥିଲେ ।

8/8

କଥାରେ ଅଛି ପରିଶ୍ରମର ଫଳ କେବେ ବୃଥା ଯାଇନଥାଏ । ତେଣୁ ୨୦୨୦ରେ ତାଙ୍କୁ ସଫଳତା ମିଳିଥିଲା ଓ ତାଙ୍କର ରାଙ୍କ ଥିଲା ୧୧ ।