OPSC Exam 2022: କେବେ ବାହାରିବ ASO ପରୀକ୍ଷାଫଳ? ଏମିତି ଉତ୍ତର ଦେଲେ OPSC ଅଧ୍ୟକ୍ଷ
Advertisement

OPSC Exam 2022: କେବେ ବାହାରିବ ASO ପରୀକ୍ଷାଫଳ? ଏମିତି ଉତ୍ତର ଦେଲେ OPSC ଅଧ୍ୟକ୍ଷ

OPSC Exam 2022: Assistant Section Officer (ASO)ର ଗ୍ରୁପ ବି' ପରୀକ୍ଷାଫଳ ଅପେକ୍ଷାରେ ପରୀକ୍ଷାର୍ଥୀ। ନଭେମ୍ବର ମାସରେ ଉଭୟ ଲିଖିତ ଓ ଚୂଡାନ୍ତ ପରୀକ୍ଷାଫଳ ବାହାରିବା ସମ୍ଭାବନା। ଟ୍ୱିଟରରେ ସୂଚନା ଦେଲେ OPSC ମୁଖ୍ୟ ସତ୍ୟଜିତ ମହାନ୍ତି।

OPSC Exam 2022: କେବେ ବାହାରିବ ASO ପରୀକ୍ଷାଫଳ? ଏମିତି ଉତ୍ତର ଦେଲେ OPSC ଅଧ୍ୟକ୍ଷ

OPSC Exam 2022, ଭୁବନେଶ୍ୱର: ରାଜ୍ୟରେ ସବୁଠାରୁ ଅଧିକା ସରକାରୀ ନିଯୁକ୍ତି OSSC ଅଧିନରେ ମିଳିଥାଏ। ନିକଟରେ Assistant Section Officer (ASO)ର ଗ୍ରୁପ ବି ପୋଷ୍ଟ ପାଇଁ ଲିଖିତ ପରୀକ୍ଷା ଶେଷ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହାର ପରୀକ୍ଷାଫଳ ବାହାରିନାହିଁ। ଯାହାକୁ ନେଇ ଆଶାୟୀମାନେ ଚିନ୍ତିତ ଅଛନ୍ତି। ଅନେକ ଆଶାୟୀ OPSCକୁ ପରୀକ୍ଷା ଫଳ ସମ୍ପର୍କରେ ପ୍ରଶ୍ନ ପଚାରୁଛନ୍ତି। ତେବେ OPSC ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି। କେବେ ପରୀକ୍ଷାଫଳ ବାହାରିବ ସେ ନେଇ OPSC ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଅଗଷ୍ଟରେ Assistant Section Officer (ASO)ର ଗ୍ରୁପ ବି ପୋଷ୍ଟ ପାଇଁ ଲିଖିତ ପରୀକ୍ଷା ଶେଷ ହୋଇଛି। ଅଗଷ୍ଟ ୨୭ ତାରିଖରେ OPSC ଦ୍ୱାରା ଏହି ଲିଖିତ ପରୀକ୍ଷା ଆୟୋଜିତ କରାଯାଇଥିଲା। ମୋଟ ୭୯୬ ଜଣ ଲିଖିତ ପରୀକ୍ଷା ଦେଇଥିବା ବେଳେ ସେଥିରେ ୨୫୬ ମହିଳା ଅଛନ୍ତି। ପରୀକ୍ଷା ଦେବାର ଦୁଇ ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଫଳ ପ୍ରକାଶିତ ହୋଇନାହିଁ। ଦିନକୁ ଦିନ ସମୟ ଗଡି ଗଡି ଯାଉଥିବା ବେଳେ ପରୀକ୍ଷାର୍ଥୀଙ୍କ ଚିନ୍ତା ମଧ୍ୟ ବୃଦ୍ଧି ପାଉଛି। ଆଉ ଏହାର କାରଣ ହେଉଛି ଯେ, OPSC ପକ୍ଷରୁ ପରୀକ୍ଷା ଫଳ ପ୍ରକାଶିତ ହେବାର ସ୍ପଷ୍ଟ ତାରିଖ ଘୋଷଣା ହୋଇନାହିଁ।

Also Read: OTET 2022: ଗଡ଼ି ଯାଉଛି ବେଳ, ଜାଣନ୍ତୁ Last Date ଓ ଆବେଦନ ପ୍ରକ୍ରିୟା

ଗତ ବୁଧବାର ଅଙ୍କିତ କୁମାର ନାମକ ଜଣେ ଟ୍ୱିଟର ୟୁଜର୍ସ, ASO ପରୀକ୍ଷା ଫଳ କେବେ ପ୍ରକାଶିତ ହେବ ବୋଲି OPSC ଅଧ୍ୟକ୍ଷ ସତ୍ୟଜିତ ମହାନ୍ତିଙ୍କୁ ପ୍ରଶ୍ନ କରିଥିଲେ। ଅଙ୍କିତ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, "Respected @satyajitips88 Sir, according to the #OPSC calendar, everyone knows that the final result of #ASO will come in November But when will the result of written test be published Sir I hope you'll reply to this tweet Your one answer will be of great help to all the Asspirent (sic)"

 

ଅଙ୍କିତ କହିଥିଲେ, ସମ୍ମାନୀୟ ସତ୍ୟଜିତ ମହାନ୍ତି ସାର, ସମସ୍ତେ ଜାଣନ୍ତି OPSC calendar ଅନୁସାରେ ନଭେମ୍ବରରେ ASOର ଚୂଡାନ୍ତ ପରୀକ୍ଷାଫଳ ବାହାରିବ। କିନ୍ତୁ ଲିଖିତ ପରୀକ୍ଷାଫଳ କେବେ ପ୍ରକାଶିତ ହେବ। ଆଶା କରୁଛି ଆପଣ ରିପ୍ଲାଏ କରିବେ ଓ ଆପଣଙ୍କ ଉତ୍ତର ଆଶାୟୀଙ୍କ ପାଇଁ ସହାୟକ ହେବ। ଅନ୍ୟ ଏକ ଟ୍ୱିଟରେ ଏଏସଓ ପରୀକ୍ଷାଫଳ କେବେ ବାହାରିବ ବୋଲି ସେ କହିଛନ୍ତି। ଆଉ OPSC ଅଧ୍ୟକ୍ଷ ଏହାର ଉତ୍ତର ମଧ୍ୟ ଦେଇଛନ୍ତି। 

Also Read: Employment: ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ଏହି କମ୍ପାନୀ

ସତ୍ୟଜିତ ମହାନ୍ତି ତାଙ୍କ ରିପ୍ଲାଇରେ କହିଛନ୍ତି, "OPSC strives to stick to the committed timeline. Since the results are to be published by end of Nov, in all likelihood the written results should be published by the first week of Nov." ଅର୍ଥିତ ସେ କହିଛନ୍ତି ଯେ, OPSC ନିର୍ଦ୍ଧାରିତ ସମୟରେ ପରୀକ୍ଷା ପ୍ରକ୍ରିୟା ଶେଷ କରିଥାଏ। ନଭେମ୍ବର ଶେଷ ସୁଦ୍ଧା ଚୂଡାନ୍ତ ପରୀକ୍ଷାଫଳ ପ୍ରକାଶିତ ହେବ।  ଆଉ ନଭେମ୍ବର ପ୍ରଥମ ସପ୍ତାହରେ ଲିଖିତ ପରୀକ୍ଷାଫଳ ପ୍ରକାଶ କରିବାକୁ କମିଶନ ଲକ୍ଷ୍ୟ ରଖିଛି। ତେବେ ଏଥିପାଇଁ ନିୟମିତ ଭାବେ କମିଶନର ୱେବସାଇଟକୁ ଯାଇ ନୋଟିସ ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି।