Odisha News: ଆଜିଠୁ ସିଟି ନାମଲେଖା ଆବେଦନ, ଜାଣନ୍ତୁ ଲାଷ୍ଟ୍ ଡେଟ୍ କେବେ?
Advertisement
Article Detail0/zeeodisha/odisha2353573

Odisha News: ଆଜିଠୁ ସିଟି ନାମଲେଖା ଆବେଦନ, ଜାଣନ୍ତୁ ଲାଷ୍ଟ୍ ଡେଟ୍ କେବେ?

Odisha News: ଆଜିଠୁ ଆରମ୍ଭ ହେବ ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ (ଡିଏଲଇଡି) ତଥା ସିଟି ପାଠ୍ୟକ୍ରମ ଆବେଦନ।  ଏନେଇ ଗୁରୁବାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପରିଷଦ(ଟିଇ ଆଣ୍ତ ଏସସିଇଆଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ବିଜ୍ଞପ୍ତି ଅନୁଯାୟୀ ଆଜି ଅପରାହ୍ନ ୨ଟାରୁ ଅନଲାଇନରେ ଆବେଦନ ଆରମ୍ଭ ହେବ।  

Odisha News: ଆଜିଠୁ ସିଟି ନାମଲେଖା ଆବେଦନ, ଜାଣନ୍ତୁ ଲାଷ୍ଟ୍ ଡେଟ୍ କେବେ?

Odisha News: ଆଜିଠୁ ଆରମ୍ଭ ହେବ ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ (ଡିଏଲଇଡି) ତଥା ସିଟି ପାଠ୍ୟକ୍ରମ ଆବେଦନ।  ଏନେଇ ଗୁରୁବାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପରିଷଦ(ଟିଇ ଆଣ୍ତ ଏସସିଇଆଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ବିଜ୍ଞପ୍ତି ଅନୁଯାୟୀ ଆଜି ଅପରାହ୍ନ ୨ଟାରୁ ଅନଲାଇନରେ ଆବେଦନ ଆରମ୍ଭ ହେବ।  ଅଗଷ୍ଟ ୧୫ ତାରିଖ ରାତି ଯାଏଁ ଆବେଦନ ସୁଯୋଗ ରହିବ। ଆବେଦନକାରୀମାନେ ଆଜିଠୁ ଅଗଷ୍ଟ ୧୫ ଯାଏଁ  ଆବେଦନ ଫି ଦାଖଲ କରିବେ।  

ALSO READ: Guru Gochar 2024: ୨୦୨୫ରେ ଏହି ୩ ରାଶି ଉପରେ ରହିବ ବୃହସ୍ପତିଙ୍କ କୃପା, ୨୯୩ ଦିନ ରହିବନି ଟଙ୍କାର ଅଭାବ!

ସାମସ୍ ଓ୍ବେବସାଇଟ୍ ରେ ନାମଲେଖା ହେବ। ରାଜ୍ୟରେ ଥିବା ୬୮ କଲେଜ୍ ରେ ନାମଲେଖା ହେବ। ଏସସିଇଆରଟି ଓ୍ବେବସାଇଟ୍ ରେ ଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ସିଟି ନାମଲେଖା ପାଇଁ  ମୋଟ୍ ୬୫୫୦ ସିଟ୍ ରହିଛି। ନାମଲେଖା ସମ୍ପର୍କିତ ସମସ୍ତ ସୂଚନା ସାମସ୍ ଓ୍ବେବସାଇଟ୍ www.samsodisha.gov.in ରେ ଉପଲବ୍ଧ ରହିଛି। ଓଡି଼ଆ,ଇଂରାଜୀ,ସାନ୍ତାଳୀ, ଉର୍ଦ୍ଦ୍ବୁ, ତେଲୁଗୁ ଓ ହିନ୍ଦୀରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ।  ସମସ୍ତ ପ୍ରଶ୍ନ ଏମସିକ୍ୟୁ ରହିବ।  ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଆବେଦନ ସମୟରେ କୌଣସି ସମସ୍ୟା ଦେଖାଯାଏ ଟୋଲ ଫି ନମ୍ବର ୧୫୫୩୩୫ ବା ୧୮୦୦୩୪୫୬୭୭୦ରେ ଯୋଗାଯୋଗ କରିପାରିବେ। ସୂଚନାଯୋଗ୍ୟ ଗତ ବର୍ଷ ଜୁଲାଇ ୨୦ରୁ ପାଠପଢା ଆରମ୍ଭ ହୋଇଥିଲା।  ହେଲେ, ଚଳିତବର୍ଷ ଆଜିଠାରୁ ଆବେଦନ ଆରମ୍ଭ ହେବ। ଯାହାକୁ ନେଇ ଶିକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।