+2 Merit List: ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ
Advertisement
Article Detail0/zeeodisha/odisha2344351

+2 Merit List: ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ

+2 Merit List: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ପୂର୍ବାହ୍ନ ୧୧ ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। । 

+2 Merit List: ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ

+2 Merit List: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ପୂର୍ବାହ୍ନ ୧୧ ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। । ଏହି ତାଲିକାରେ ନାମଥିବା ଛାତ୍ରଛାତ୍ରୀମାନେ ଚଳିତ ମାସ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ ।  ସହିପରି,ଦ୍ୱିତୀୟ ମେଧା ତାଲିକା ଅଗଷ୍ଟ ୫ ତାରିଖ ଦିନ ଅପରାହ୍ନ ୩ଟା ସମୟରେ  ପ୍ରକାଶ ପାଇବ।  ଆଉ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ସେହିପରି, ଅଗଷ୍ଟ ୨୦ ତାରିଖରେ ସ୍ପଟ୍‌‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇ ୨୨ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଚଳିତ ବର୍ଷ ୨୩୪୪ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ସମୁଦାୟ ୫୮୧୬୨ଟି ସିଟ୍‌‌ ଉପଲବ୍ଧ ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଏନେଇ ମୋଟ୍‌‌ ୪୭୧୫୮୭ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଫଳରେ ଚଳିତ ବର୍ଷ ପ୍ରାୟ ୩୭ ହଜାରରୁ ଅଧିକ ସିଟ୍‌‌ ଖାଲି ପଡ଼ିବ। ୨୦୨୩-୨୪ ଶିକ୍ଷାବର୍ଷରେ ୫ଲକ୍ଷ ୩୦ହଜାର ୧୫୩ଜଣ ଛାତ୍ରଛାତ୍ରୀ ଦଶମ ପାସ୍‌‌ କରିଛନ୍ତି। ଏପରିକି, ପାସ୍‌‌ ଛାତ୍ରଛାତ୍ରୀଙ୍କ ତୁଳନାରେ ପ୍ରାୟ ୫୯ହଜାର କମ୍‌‌ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।