CHSE +2 Arts Result 2022 date: ଏହି ଦିନ ଘୋଷଣା ହେବ ଯୁକ୍ତ ୨ କଳା ଫଳାଫଳ, ଜାଣନ୍ତୁ କିପରି ଦେଖିବେ
Advertisement
Article Detail0/zeeodisha/odisha1279121

CHSE +2 Arts Result 2022 date: ଏହି ଦିନ ଘୋଷଣା ହେବ ଯୁକ୍ତ ୨ କଳା ଫଳାଫଳ, ଜାଣନ୍ତୁ କିପରି ଦେଖିବେ

Odisha CHSE 12th result 2022: ରାଜ୍ୟ ବିଦ୍ୟାଳୟ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରକ୍ଷା ଫଳ ଘୋଷଣା କରାଯିବାକୁ ନେଇ ମଧ୍ୟ ଘୋଷଣା କରିଛନ୍ତି । ଏହି ରେଜଲ୍ଟକୁ ଛତ୍ରଛାତ୍ରୀ ମାନେ ଅଫିସିଆଲ୍ ୱେବସାଇଟ୍ orissaresults.nic.in ଓ chseodisha.nic.in ମାଧ୍ୟମରେ ଦେଖି ପାରିବେ ।

ସାଙ୍କେତିକ ଫଟୋ

Odisha CHSE 12th result 2022: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ ନିକଟରେ ପ୍ରକାଶ କରିଥିଲା । ଏହାପରେ କଳା ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ମାନେ ନିଜ ନିଜର ପରୀକ୍ଷା ଫଳ କେବେ ପ୍ରକାଶ ପାଇବା ତାକୁ ନେଇ ଚିନ୍ତାରେ ଥିଲେ । ବର୍ତ୍ତମାନ ରାଜ୍ୟ ବିଦ୍ୟାଳୟ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେ ବିଷୟରେ ସୂଚନା ଦେଇଛନ୍ତି ।

ରାଜ୍ୟ ବିଦ୍ୟାଳୟ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଅନୁଯାୟୀ  ୮ ଅଗଷ୍ଟ ୨୦୨୨ ତାରିଖରେ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରକ୍ଷା ଫଳ ଘୋଷଣା କରାଯିବ । ଏହି ରେଜଲ୍ଟକୁ ଛତ୍ରଛାତ୍ରୀ ମାନେ ଅଫିସିଆଲ୍ ୱେବସାଇଟ୍ orissaresults.nic.in ଓ chseodisha.nic.in ମାଧ୍ୟମରେ ଦେଖି ପାରିବେ ।

ଚଳିତ ବର୍ଷ ଏପ୍ରିଲ୍ ୨୮ ରୁ ମେ' ୩୧ ମଧ୍ୟରେ ଅନୁଷ୍ଠିତ ଓଡ଼ିଶା ପ୍ଲସ୍ ଟୁ ବୋର୍ଡ ପରୀକ୍ଷା ପାଇଁ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେସନାଲ୍ ଷ୍ଟ୍ରିମରେ ମୋଟ ୩,୨୧,୫୦୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କର ଫଳାଫଳ ୨୭ ଜୁଲାଇ ୨୦୨୨ ରେ ପ୍ରକାଶ ପାଇଥିଲା । ରାଜ୍ୟ ବିଦ୍ୟାଳୟ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏକ ସାମ୍ବାଦିକ ସମ୍ମିଳନୀ କରି ଫଳାଫଳ ଘୋଷଣା କରିଥିଲେ । ସମାନ ସାମ୍ବାଦିକ ସମ୍ମିଳନୀରେ, କେବେ CHSE ଓଡିଶା ଯୁକ୍ତ ୨ କଳା ଓ ଭୋକେସନାଲ୍ ଷ୍ଟ୍ରିମର ରେଜଲ୍ଟ  ବାହାରିବା ତାହା ମଧ୍ୟ ଘୋଷଣା କରାଯାଇଥିଲା ।

ଚଳିତ ବର୍ଷ ଏପ୍ରିଲ୍ ୨୮ ରୁ ମେ' ୩୧ ମଧ୍ୟରେ ଅନୁଷ୍ଠିତ ଓଡ଼ିଶା ପ୍ଲସ୍ ଟୁ ବୋର୍ଡ ପରୀକ୍ଷା ପାଇଁ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେସନାଲ୍ ଷ୍ଟ୍ରିମରେ ମୋଟ ୩,୨୧,୫୦୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିମଧ୍ୟରୁ ପ୍ରାୟ ୨.୧୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ୨ କଳାରେ ପରୀକ୍ଷା ଦେଇଥିଲେ ।

Odisha CHSE 12th result 2022: ଏହିପରି ଦେଖିପାରିବେ ରେଜଲ୍ଟ

ପ୍ରଥମେ ଅଫିସିଆଲ୍ ୱେବସାଇଟ୍ orissaresults.nic.in ଭିଜିଟ କରନ୍ତୁ ।
ଏହାପରେ ହୋମ ପେଜରେ ଦିଆଯାଇଥିବା ଓଡିଶା CHSE ରେଜଲ୍ଟ ୨୦୨୨ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ଅନୁରୋଧ କରାଯାଇଥିବା ସୂଚନା ପୂରଣ କରି ସବମିଟ୍ କରନ୍ତୁ ।
ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବା ପରେ, ଆପଣଙ୍କର ରେଜଲ୍ଟ ସ୍କ୍ରିନରେ ଦେଖିପାରିବେ ।

ଏହା ବି ପଢ଼ନ୍ତୁ: ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ଓ ତୃତୀୟରେ ପିଏମ, ତେବେ ଜାଣନ୍ତୁ ଆପଣଙ୍କ ନମ୍ବର

ଏହା ବି ପଢ଼ନ୍ତୁ: ପାର୍ଥ ଚାଟାର୍ଜୀଙ୍କ ପାଇଁ ଏବେ ବି ଖୋଲା ଅଛି ଟିଏମସିର ଦ୍ୱାର, ଅଭିଷେକ କହିଲେ ଫେରିବାର ସର୍ତ୍ତ