NTPC Recruitment: ଏନଟିପିସିରେ ବାହାରିଲା ବମ୍ପର ନିଯୁକ୍ତି, ମେ' ୫ ପୂର୍ବରୁ କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1666282

NTPC Recruitment: ଏନଟିପିସିରେ ବାହାରିଲା ବମ୍ପର ନିଯୁକ୍ତି, ମେ' ୫ ପୂର୍ବରୁ କରନ୍ତୁ ଆବେଦନ

NTPC Recruitment 2023: ମାଇନିଂ ଓଭରମ୍ୟାନ୍, ମାଗାଜିନ ଓଭରମ୍ୟାନ, ମେକାନିକାଲ୍ ସୁପରଭାଇଜର ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ୍ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ careers.ntpc.co.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । 

ସୌ(ସୋସିଆଲ ମିଡିଆ)

NTPC Recruitment 2023: ମାଇନିଂ ଓଭରମ୍ୟାନ୍, ମାଗାଜିନ ଓଭରମ୍ୟାନ, ମେକାନିକାଲ୍ ସୁପରଭାଇଜର ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (National Thermal Power Corporation) ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ careers.ntpc.co.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆବେଦନ କରିବାର ଶେଷ ତାରିଖ ମଇ ୫ ତାରିଖ ରହିଛି।

ଏନ୍ଟିପିସି (NTPC) ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ

ମୋଟ ପଦବୀ: ୧୫୨ଟି ପୋଷ୍ଟ

ମାଇନିଂ ଓଭରମ୍ୟାନ୍: ୮୪ ଟି ପୋଷ୍ଟ

ମ୍ୟାଗାଜିନ୍‌ ଓଭରମ୍ୟାନ୍: ୭ଟି ପୋଷ୍ଟ

ମେକାନିକାଲ୍ ସୁପରଭାଇଜର: ୨୨ଟି ପୋଷ୍ଟ

ଇଲେକ୍ଟ୍ରିକାଲ (Electrical) ସୁପରଭାଇଜର: ୨୦ ଟି ପୋଷ୍ଟ

ଧନ୍ଦାମୂଳକ ତାଲିମ ନିର୍ଦ୍ଦେଶକ (Vocational training instructor): ୩ଟି ପୋଷ୍ଟ

ମାଇନ୍ସ ସର୍ଭେ: ୯ ଟି ପୋଷ୍ଟ

ଖଣି ସିରଦାର (All Backlog Vacancies): ୭ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା (Educational Qualification)

ଇଚ୍ଛୁକ ପ୍ରାର୍ଥୀ ମାନେ କୌଣସି ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନରୁ ଦ୍ୱାଦଶ କିମ୍ବା ଡିପ୍ଲୋମା (Class 12th / Diploma) କରିଥିବା ଆବଶ୍ୟକ।

ବୟସ ସୀମା (Age limit)

ପ୍ରାର୍ଥୀଙ୍କ ବୟସ ୫ ମଇ ୨୦୨୩ ସୁଦ୍ଧା ୨୫ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା (Selection Process)

ଲିଖିତ ପରୀକ୍ଷା (Written test)

ଦକ୍ଷତା ପରୀକ୍ଷା (Skill test)

ଆବେଦନ ଶୁଳ୍କ (Application Fee)

ସାଧାରଣ / EWS ଓ OBC ବର୍ଗ: ୩୦୦ ଟଙ୍କା

SC / ST / PWD / XSM ବର୍ଗ ଓ ମହିଳା ପ୍ରାର୍ଥୀ: ନିଃଶୁଳ୍କ

ଦରମା (Pay Scale)

ଖଣି ସିରଦାର: ୪୦,୦୦୦ ଟଙ୍କା

ଅନ୍ୟ ପୋଷ୍ଟ ଗୁଡିକ ପାଇଁ: ୫୦,୦୦୦ ଟଙ୍କା

କିପରି ଆବେଦନ କରିବେ

1. Careers.ntpc.co.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରନ୍ତୁ ।

2. ନିଯୁକ୍ତି ଲିଙ୍କରେ କ୍ଲିକ୍ କରନ୍ତୁ ।

3. ଏକ ବୈଧ ଇ-ମେଲ୍ ID ଓ ଯୋଗାଯୋଗ ନମ୍ବର ବ୍ୟବହାର କରି ପଞ୍ଜିକରଣ କରନ୍ତୁ ।

4. ଉପଯୁକ୍ତ ପରିଚୟ ପତ୍ର ସହିତ ଆବେଦନ ପୂରଣ କରନ୍ତୁ ।

5. ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।

6. ସବ୍‌ମିଟ (submit) ଉପରେ କ୍ଲିକ୍ କରନ୍ତୁ ଓ ଭବିଷ୍ୟତ ଉଦ୍ଦେଶ୍ୟ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ ଆଉଟ ବାହାର କରନ୍ତୁ ।

7. ଅଧିକ ବିବରଣୀ ପାଇଁ, ସରକାରୀ ବିଜ୍ଞପ୍ତିକୁ ଯାଞ୍ଚ କରନ୍ତୁ ।