Sambalpur University: 'ବନ୍ଦ ହୋଇଯିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ', କାହିଁକି ଏମିତି କହିଲେ ପୂର୍ବତନ ସାଂସଦ?
Advertisement

Sambalpur University: 'ବନ୍ଦ ହୋଇଯିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ', କାହିଁକି ଏମିତି କହିଲେ ପୂର୍ବତନ ସାଂସଦ?

Sambalpur University Will Shutdown: ବନ୍ଦ ହୋଇଯିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ।' ଦିନକୁ ଦିନ କମିବାରେ ଲାଗିଛି ସରକାରୀ ଅନୁଦାନ। ଗତ ଦୁଇ ବର୍ଷରେ ୨୭ କୋଟି ଟଙ୍କା କାଟ ହୋଇଛି। ଯାହାପରେ ବିଶ୍ୱବିଦ୍ୟାଳୟର ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

Sambalpur University: 'ବନ୍ଦ ହୋଇଯିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ', କାହିଁକି ଏମିତି କହିଲେ ପୂର୍ବତନ ସାଂସଦ?

Sambalpur University Will Shotdown, ସମ୍ବଲପୁର: କିଛି ବର୍ଷ ଭିତରେ ବନ୍ଦ ହେଇଯିବ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ! ଆଶଙ୍କା ପ୍ରକାଶ କଲେ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା। ଶୁକ୍ରବାର ସମ୍ବଲପୁର ସାମ୍ବାଦିକ ଭବନରେ ସମ୍ବଲପୁର ନାଗରିକ କଲ୍ୟାଣ ସମିତି ତରଫରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଶଙ୍କା ପ୍ରକାଶ କରି ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ସାଂସଦ। ତେବେ ପୂର୍ବତନ ସାଂସଦ କାହିଁକି ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ତାହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବିଗତ ଦୁଇ ଆର୍ଥିକ ବର୍ଷ ରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ଖର୍ଚ୍ଚ କାଟ କରିଛନ୍ତି। ପ୍ରଥମ ଗୋଟିଏ ବର୍ଷରେ ୭ କୋଟି ଟଙ୍କା ଦେଇ ନ ଥିବା ବେଳେ ତା ପର ବର୍ଷ ୨୦ କୋଟି ଖର୍ଚ୍ଚ କାଟ କରିଛନ୍ତି। ଏଭଳି ସ୍ଥିତିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କିଭଳି ଚାଲିବ ବୋଲି ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା  ଆଶଙ୍କା ପ୍ରକାଶ କରିଛନ୍ତି। ସେହିଭଳି ଭାବରେ ଯେଉଁ କୁଳପତି ଚୟନ ହେଉଛି ସେଥିରେ ମଧ୍ୟ ସ୍ୱଚ୍ଛତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି, ଗତ ଥରର କୁଳପତି  ଚୟନରେ ବିଶ୍ୱବିଦ୍ୟାଳୟର ଅନେକ କ୍ଷତି ଘଟିଛି ବୋଲି ଭବାନୀ ଶଙ୍କର କହିଛନ୍ତି। 

Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ପଦରୁ ହଟାଇବାକୁ ଦାବି

ନିକଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀର ଅନେକ ଗୁରୁତ୍ୱପୂର୍ଣ ବହି ଗୁଡିକୁ ପୂର୍ବତନ କୁଳପତି ସଂଜୀବ ମିତ୍ତଳ ପୋଡି ଦେଇଥିଲେ। ତା ସହ ବିଶ୍ୱବିଦ୍ୟାଳୟ ପରିସରରେ ରହିଥିବା ଅନେକ ଗଛ କାଟି ପଦା କରିଦେଲେ। ସେହି କାରଣରୁ ଅଞ୍ଚଳଟି ଏବେ ମଧ୍ୟ ଖାଲି ହୋଇ ପଡ଼ିରହିଛି। ସେଥିପାଇଁ କୁଳପତି ଚୟନରେ ପାରଦର୍ଶିତାର ଆବଶ୍ୟକତା ରହିଛି। ଏଵେ ମଧ୍ୟ ଯେଉଁ କୁଳପତି ଚୟନ ପାଇଁ ପ୍ରକ୍ରିୟା ଚାଲୁଛି ସେଥିରେ ପାରଦର୍ଶିତା ସହ ଯାଞ୍ଚ ପ୍ରକ୍ରିୟା ଠିକ ଭାବରେ କରିବାକୁ ଦାବି କରାଯାଇଛି।

ସେହିପରି ଆଜି ପର୍ଯ୍ୟନ୍ତ ଅନେକ ଅସ୍ଥାୟୀ କର୍ମଚାରୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ସେମାନଙ୍କୁ ନିୟମିତ କରବା ପାଇଁ ମଧ୍ୟ ଦାବି କରାଯାଇଛି। ଅନେକ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ତାହାକୁ ମଧ୍ୟ ପୂରଣ କରାଯିବା ପାଇଁ ନାଗରିକ କଲ୍ୟାଣ ସମିତି ଦାବି କରିଛି।