Job 2024: ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଖାଲି ପଡ଼ିଛି ୧୦୨୫ ପଦବୀ, ଏବେ ହିଁ କରନ୍ତୁ Apply
Advertisement

Job 2024: ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଖାଲି ପଡ଼ିଛି ୧୦୨୫ ପଦବୀ, ଏବେ ହିଁ କରନ୍ତୁ Apply

Job 2024: ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ଅନେକଗୁଡିଏ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ତେବ ଏହାର ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୧୦୨୫ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ https://www.pnbindia.in/ କୁ ଯାଇ ଆବେଦନ କରିପାରିବେ। ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ ଏହି ଲିଙ୍କ୍ PNB Specialist Officer Recruitment Apply for 1025 SO posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଫେବୃଆରୀ ୭ ତାରିଖରୁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଖାଲି ପଦବୀ:

ଅଫିସର କ୍ରେଡିଟ୍ ପାଇଁ ୧୦୦୦ ପଦବୀ ଖାଲି ପଡ଼ିଥିବା ବେଳେ ମ୍ୟାନେଜର୍-ଫରେକ୍ସ ୧୫ଟି ପଦବୀ ଖାଲି ପଡ଼ିଛି। ମ୍ୟାନେଜର୍-ସାଇବର୍‌ ସିକ୍ୟୁରିଟି ପାଇଁ ୦୫ଟି ପଦବୀ ଖାଲି ପଡ଼ିଥିବା ବେଳେ ସିନିୟର୍ ମ୍ୟାନେଜର୍-ସାଇବର୍‌ ସିକ୍ୟୁରିଟି  ୦୫ଟି ପଦବୀ ଖାଲି ପଡ଼ିଛି। ଏହିପରି ମୋଟ୍ ୧୦୨୫ଟି ପୋଷ୍ଟ୍ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନ/ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା:

ଅଫିସର-କ୍ରେଡିଟ୍ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ୨୮ ବର୍ଷ ଧାର୍ଯ୍ୟ କରାଯାଇଛି। ସେହିପରି ମ୍ୟାନେଜର୍-ଫରେକ୍ସ  ପାଇଁ ସର୍ବନିମ୍ନ ବୟସ ୨୫ବର୍ଷ ହୋଇଥିବା ବେଳେ ସର୍ବାଧିକ ୩୫ ବର୍ଷ ରଖାଯାଇଛି। ମ୍ୟାନେଜର-ସାଇବର ସିକ୍ୟୁରିଟି ପାଇଁ ସର୍ବନିମ୍ନ ବୟସ ୨୫ ବର୍ଷ ରହିଥିବା ବେଳେ ସର୍ବାଧିକ ୩୫ ବର୍ଷ ରଖାଯାଇଛି। ସେହିପରି ସିନିୟର ମ୍ୟାନେଜର-ସାଇବର ସିକ୍ୟୁରିଟି ପାଇଁ ସର୍ବନିମ୍ନ ବୟସ ୨୫ ବର୍ଷ ଓ ସର୍ବାଧିକ ୩୫ ବର୍ଷ ଧାର୍ଯ୍ୟ କରାଯାଇଛି।

ମାସିକ ଦରମା:

ସର୍ବନିମ୍ନ ଦରମା ୩୬ ହଜାର ରହିଥିବା ବେଳେ ସର୍ବାଧିକ ଦରମା ୭୮ ହଜାର ରଖାଯାଇଛି।