JEE Main: ଆଜି ପ୍ରକାଶ ପାଇପାରେ ରେଜଲ୍ଟ, ଜାଣନ୍ତୁ ମାର୍କିଂ ସ୍କିମ୍ ବିଷୟରେ
Advertisement
Article Detail0/zeeodisha/odisha1292223

JEE Main: ଆଜି ପ୍ରକାଶ ପାଇପାରେ ରେଜଲ୍ଟ, ଜାଣନ୍ତୁ ମାର୍କିଂ ସ୍କିମ୍ ବିଷୟରେ

JEE Main Result 2022: ମିଳିତ ପ୍ରବେଶିକା ପରୀକ୍ଷା (JEE MAIN) ଫଳାଫଳ ୨୦୨୨ ସେସନ-୨ ର ଆଜି ଅର୍ଥାତ ଅଗଷ୍ଟ 7 ରେ ବାହାରିବାର ଆଶା କରାଯାଇପାରେ । କହିରଖୁଛୁ ଯେ ରେଜଲ୍ଟ ଆସିବା ପୂର୍ବରୁ ଏନ୍ସାର କି ପ୍ରକାଶ ପାଇଛି ।

ସୌ: ସୋସିଆଲ ମିଡିଆ

JEE Main Result 2022: ମିଳିତ ପ୍ରବେଶିକା ପରୀକ୍ଷା (JEE MAIN) ଫଳାଫଳ ୨୦୨୨ ସେସନ-୨ ର ଆଜି ଅର୍ଥାତ ଅଗଷ୍ଟ ୭ ରେ ବାହାରିବାର ଆଶା କରାଯାଇପାରେ । କହିରଖୁଛୁ ଯେ ରେଜଲ୍ଟ ଆସିବା ପୂର୍ବରୁ ଏନ୍ସାର କି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍- jeemain.nta.nic.in, ntaresults.nic.in ରୁ ଏନ୍ସାର କି ଯାଞ୍ଚ ଓ ଡାଉନଲୋଡ୍ କରିପାରିବେ । JEE ମେନ୍ 2022 ସ୍କୋରକାର୍ଡ JEE ମେନ୍ ୨୦୨୨ ପାଇଁ ଅଫିସିଆଲ୍ ୱେବସାଇଟରେ jeemain.nta.nic.in ଡାଉନଲୋଡ୍ କରିବା ପାଇଁ  ଉପଲବ୍ଧ ହେବ । ପ୍ରାର୍ଥୀମାନେ ଆବେଦନ ନମ୍ବର, ଜନ୍ମ ତାରିଖ ବ୍ୟବହାର କରି ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ ।

JEE Main 2022 ଜୁଲାଇ ଅଧିବେଶନ ଜୁଲାଇ ୨୫ ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ କରାଯାଇଥିଲା । JEE ମେନ୍ ରେଜଲ୍ଟ ୨୦୨୨ ଜୁଲାଇ ସେସନ ସହିତ, ମେରିଟ୍ ଲିଷ୍ଟ ଓ ଏନ୍ସାର କି ମଧ୍ୟ ପ୍ରକାଶ ପାଇବ । ଯେଉଁ  ପ୍ରାର୍ଥୀମାନେ JEE Main 2022 କୁ ସଫଳତାର ସହ କ୍ଳିଅର କରିଛନ୍ତି, ସେମାନେ IIT JEE ଆଡଭାନ୍ସ ପାଇଁ ଆବେଦନ କରିପାରିବେ । ଏହି ଆବେଦନ ପ୍ରକ୍ରିୟା ୭ ଅଗଷ୍ଟରୁ ଆରମ୍ଭ ହେବ ।

NTA ମାର୍କିଂ ସ୍କିମ୍ ଅନୁଯାୟୀ, ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ ଚାରୋଟି ମାର୍କ (+୪) ପ୍ରଦାନ କରାଯିବ ଓ ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ଗୋଟିଏ ମାର୍କ (-୧) କଟାଯିବ । ଯଦି ପ୍ରଶ୍ନଟି ବିନା ପ୍ରୟାସରେ ଛାଡି ଦିଆଯାଏ ତେବେ ସାଂଖ୍ୟିକ ମୂଲ୍ୟ ଥିବା ପ୍ରଶ୍ନଗୁଡ଼ିକ ପାଇଁ ମାର୍କର କୌଣସି ରିହାତି ନାହିଁ ।

JEE Main 2022 ଅଧିବେଶନ ଦୁଇଟି ପରୀକ୍ଷା ୩୦ ଜୁଲାଇ ୨୦୨୨ ରେ ସମାପ୍ତ ହୋଇଥିଲା । ଚଳିତ ବର୍ଷ ୬.୨୯ ଲକ୍ଷ (୬,୨୯,୭୭୮) ପ୍ରାର୍ଥୀ ସେସନ-୨ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ।

ଏହି ୩ ୱେବସାଇଟରେ ଦେଖିପାରିବେ ରେଜଲ୍ଟ

- jeemain.nta.nic.in

- ntaresults.nic.in

- nta.ac.in

ଏହିପରି ଚେକ କରିପାରିବେ ରେଜଲ୍ଟ
JEE Main 2022 ସେସନ-୨ ଶୀଘ୍ର ଏହି jeemain.nta.nic.in, ntaresults.nic.in  ୱେବସାଇଟରେ ଘୋଷିତ ହେବ । ପ୍ରାର୍ଥୀମାନେ ଆବେଦନ ନମ୍ବର, ଜନ୍ମ ତାରିଖ ବ୍ୟବହାର କରି ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ ।