IOCL Recruitment 2023: IOCLରେ ବମ୍ପର ଭର୍ତ୍ତି, ଶୀଘ୍ର କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1591831

IOCL Recruitment 2023: IOCLରେ ବମ୍ପର ଭର୍ତ୍ତି, ଶୀଘ୍ର କରନ୍ତୁ ଆବେଦନ

IOCL Recruitment 2023: ଭାରତ ସରକାର ଇଣ୍ଡିଆନ ଓଏଲ କର୍ପୋରେସନ ଲିମିଟେଡ଼ରେ ବିଭିନ୍ନ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ତୈଳ କମ୍ପାନୀ ପକ୍ଷରୁ ୧୦୬ଟି କାର୍ଯ୍ୟନିର୍ବାହୀ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଆବେଦନ କରିବାର ଅବଧି ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାର୍ଥୀ ମାନେ ଫର୍ମ ପୂରଣ ନ କଲେ ତାଙ୍କ ଆବେଦନ ପତ୍ର ଖାରଜ ନେଇ ସୂଚନା ରହିଛି।

ସୌ(ସୋସିଆଲ ମିଡିଆ)

IOCL Recruitment 2023: ଭାରତ ସରକାର ଇଣ୍ଡିଆନ ଓଏଲ କର୍ପୋରେସନ ଲିମିଟେଡ଼ରେ ବିଭିନ୍ନ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥିପାଇଁ ଆଇଓସିଏଲ (IOCL) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତୈଳ କମ୍ପାନୀ ପକ୍ଷରୁ ୧୦୬ଟି କାର୍ଯ୍ୟନିର୍ବାହୀ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆଇଓସିଏଲର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଅବଧି ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାର୍ଥୀ ମାନେ ଫର୍ମ ପୂରଣ ନ କଲେ ତାଙ୍କ ଆବେଦନ ପତ୍ର ଖାରଜ ନେଇ ସୂଚନା ରହିଛି।

ସୂଚନା ମୁତାବକ, ଇଣ୍ଡିଆନ ଅଏଲ ପକ୍ଷରୁ ୧୦୬ଟି ଇଞ୍ଜିନିୟରିଂ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ମଧ୍ୟରୁ ଇଲେକ୍ଟ୍ରିକାଲ, ସିଭିଲ ଓ ଇନ୍‌ଷ୍ଟ୍ରୁମେଣ୍ଟାଲ ଇଞ୍ଜିନିୟରିଂ ପାଇଁ ୯୬ଟି ପଦବୀ ରହିଥିବାବେଳେ ମେକାନିକାଲ ଇଞ୍ଜିନିୟରିଂ ପାଇଁ ୧୦ ଟି ପଦବୀ ଖାଲି ରହିଛି। ଇଚ୍ଛୁକ ପ୍ରାର୍ଥୀ ମାନେ ଅନଲାଇନ ଫର୍ମ ପୂରଣ କରିବା ପରେ ନିର୍ଦ୍ଧିଷ୍ଟ ଠିକଣାରେ ଆବଶ୍ୟକ ଡ଼କ୍ୟୁମେଣ୍ଟର ହାର୍ଡ଼ କପି ପଠାଇବାକୁ ପଡି଼ବ। ଏଥିପାଇଁ ଦିଆଯାଇଥିବା ଠିକଣା ହେଉଛି, ଡାକ ବାକ୍ସ ନମ୍ବର - ୩୦୯୬, ମୁଖ୍ୟ ଡା଼କଘର, ଲୋଧି ରୋଡ଼, ନୂଆଦିଲ୍ଲୀ- ୧୧୦୦୦୩। ପ୍ରକାଶିତ ବିଜ୍ଞପ୍ତିରେ ଶିକ୍ଷାଗତ ଯୋଗ୍ୟତା ନେଇ ମଧ୍ୟ ସୂଚନା ଜାରି କରିଛି ଆଇଓସିଏଲ। ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ବି.ଇ./ ବି.ଟେକ୍‌/ ଡିପ୍ଲୋମାରେ ସର୍ବନିମ୍ମ ୬୦% ରଖିଥିବା ଆବଶ୍ୟକ। ଅଧିକ ସୂଚନା ପାଇବା ପାଇଁ ଆବେଦନକାରୀ ମାନେ ଆଇଓସିଏଲର ୱେବ ସାଇଟ ଭିଜିଟ କରିପାରିବେ। ଏହି ପଦବୀ ଗୁଡି଼କ ୨ ଭାଗରେ ବିଭକ୍ତ କରାଯାଇଛି। ଲେଭଲ ୧ ପାଇଁ ସର୍ବାଧିକ ବୟସ ସୀମା ୩୫ ବର୍ଷ ରଖାଯାଇଥିବା ବେଳେ ଲେଭଲ ୨ ପାଇଁ ସର୍ବାଧିକ ବୟସ ସୀମା ୪୫ ବର୍ଷ ରଖାଯାଇଛି। ଏହାଛଡା଼ ଭାରତ ସରକାରଙ୍କର ଗାଇଡ଼ ଲାଇନ ଅନୁସାରେ ବୟସ ରିହାତିର ସୁବିଧା ମଧ୍ୟ ଦିଆଯାଇଛି।

ଆବେଦନ ପ୍ରକିୟା-

ପ୍ରାର୍ଥୀମାନେ ଆଇଓସିଏଲର ଅଫିସିଆଲ ୱେବସାଇଟ୍ www.iocl.com ରେ ଫର୍ମ ପାଇ ପାରିବେ। କ୍ୟାରିୟର ଟ୍ୟାବ୍ ଉପରେ କ୍ଲିକ୍ କରି ଆବେଦନ ଫର୍ମ ପୂରଣ କରନ୍ତୁ । ସେଥିରେ ଥିବା ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ । ପରେ ଆବେଦନ ପାଇଁ ଦିଆଯାଇଥିବା ଶୁଳ୍କ ପ୍ରଦାନ କରି ଫର୍ମ ଦାଖଲ କରନ୍ତୁ । ନିଜ ପାଖରେ ଏହାର ଏକ ପ୍ରିଣ୍ଟ କପି ରଖନ୍ତୁ ।