ଦଶମ ଗଣିତରେ ୩୬ ମାର୍କ ଓ ଇଂରାଜୀରେ ୩୫ ମାର୍କ; ଆଜି କଲେକ୍ଟର ଅଟନ୍ତି ତୁଷାର ସୁମେରା
Advertisement
Article Detail0/zeeodisha/odisha1216881

ଦଶମ ଗଣିତରେ ୩୬ ମାର୍କ ଓ ଇଂରାଜୀରେ ୩୫ ମାର୍କ; ଆଜି କଲେକ୍ଟର ଅଟନ୍ତି ତୁଷାର ସୁମେରା

IAS Success Stories: ୨୦୧୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ଭରୁଚ ଜିଲ୍ଲା କଲେକ୍ଟର ତୁଷାର ଡି ସୁମେରା ଦଶମ ଶ୍ରେଣୀରେ କେବଳ ପାସ୍ ମାର୍କ ପାଇଥିଲେ । ଏହି ପରୀକ୍ଷାରେ ତୁଷାର ଗଣିତରେ ୩୬, ଇଂରାଜୀରେ ୩୫ ଏବଂ ବିଜ୍ଞାନରେ ୩୮ ମାର୍କ ପାଇଥିଲେ ।

(ଫାଇଲ ଫଟୋ)

IAS Success Stories: ବିଭିନ୍ନ ରାଜ୍ୟରେ ବୋର୍ଡ ଫଳାଫଳ ପ୍ରକାଶ ପାଇଛି । ଏହି ରାଉଣ୍ଡ ଫଳାଫଳରେ, ଅନେକ ସ୍ଥାନରୁ ଏପରି ରିପୋର୍ଟ ମଧ୍ୟ ବାହାରକୁ ଆସୁଛି ଯେ କମ୍ ମାର୍କ ଯୋଗୁଁ ଛାତ୍ରମାନେ ଆତ୍ମହତ୍ୟା କରୁଛନ୍ତି । ଏହିପରି ଖବର ମଧ୍ୟରେ, ଆଜି ଆମେ ଆପଣଙ୍କୁ ଜଣେ IAS ଅଧିକାରୀଙ୍କ କାହାଣୀ କହୁଛୁ ଯାହା ଅତ୍ୟନ୍ତ ପ୍ରେରଣାଦାୟକ ହୋଇପାରେ ।

ଗୁଜୁରାଟର ଭରୁଚ ଜିଲ୍ଲାର କଲେକ୍ଟର ତୁଷାର ସୁମେରାଙ୍କ ଏହି କାହାଣୀ କୁହେ ଯେ ପରୀକ୍ଷାର ଖରାପ ଫଳାଫଳ ଅର୍ଥ ନୁହେଁ ଯେ ଜୀବନର ସମସ୍ତ ରାସ୍ତା ବନ୍ଦ ହୋଇଯାଏ । ୨୦୧୨ ବ୍ୟାଚ୍ IAS ଅଧିକାରୀ ତୁଷାର ଡି ସୁମେରା କେବଳ ଦଶମ ଶ୍ରେଣୀରେ ପାସ୍ ମାର୍କ ପାଇଥିଲେ । ଏହି ପରୀକ୍ଷାରେ ତୁଷାର ଗଣିତରେ ୩୬, ଇଂରାଜୀରେ ୩୫ ଏବଂ ବିଜ୍ଞାନରେ ୩୮ ମାର୍କ ପାଇଥିଲେ । ଛତିଶଗଡର କ୍ୟାଡର ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ଟ୍ୱିଟରରେ ତୁଷାରଙ୍କ କାହାଣୀ ସେୟାର କରିଛନ୍ତି । ଅବନୀଶଙ୍କ ଅନୁଯାୟୀ ତୁଷାରଙ୍କୁ ତାଙ୍କ ବିଦ୍ୟାଳୟରେ ତଥା ତାଙ୍କ ଗାଁରେ ଏହା କହିଥିଲେ ଯେ ସେ ଜୀବନରେ କିଛି କରିପାରିବେ ନାହିଁ ।

ଶିକ୍ଷକ ହେବା ପରେ ମଧ୍ୟ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ
ଅବନୀଶଶଙ୍କ ଟ୍ୱିଟକୁ କମେଣ୍ଟ କରି ତୁଷାର ମଧ୍ୟ ଧନ୍ୟବାଦ ଲେଖିଛନ୍ତି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭରୁଚରେ ଉତ୍କର୍ଷ ପହଲ ଅଭିଯାନ ଅଧୀନରେ କରାଯାଇଥିବା ତୁଷାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସୂଚନା ଅନୁଯାୟୀ, ଦଶମ ପରେ ତୁଷାର ଦ୍ୱାଦଶ ଆର୍ଟ୍ସରେ ପଢିଥିଲେ ଓ ଏହା ପରେ B.Ed କରି ଆସିଷ୍ଟାଣ୍ଟ ଶିକ୍ଷକ ହୋଇଥିଲେ । ଏକକାଳୀନ, ସେ ସିଭିଲ୍ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ ଏବଂ ୨୦୧୨ ରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ନିକଟରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ
ଅନେକ ଟ୍ୱିଟର ୟୁଜର୍ସ ଅବନେଶଙ୍କ ଟ୍ୱିଟରେ ତୁଷାରଙ୍କ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତତାକୁ ମଧ୍ୟ ପ୍ରଶଂସା କରୁଛନ୍ତି । କହିରଖୁଛୁ ଯେ ଯେତେବେଳେ ଅଷ୍ଟମ, ଦଶମ କିମ୍ବା ଦ୍ୱାଦଶରେ କମ୍ ସଂଖ୍ୟା ଯୋଗୁଁ ଛାତ୍ରଛାତ୍ରୀ ମାନେ ଉଦାସୀନତା ଭିତରକୁ ଯାଆନ୍ତି, ଏହିପରି ଘଟଣା ସାମ୍ନାକୁ ଆସେ । ନିକଟରେ ରାଜସ୍ଥାନର ତୃତୀୟ ବିଭାଗରେ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବା ଯୋଗୁଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଓଡ଼ିଶାରେ ଆଗକୁ ଦଶମ ଶ୍ରେଣୀ ପରକ୍ଷା ଫଳାଫଳ ପ୍ରକାଶ ପାଇବ । ଉତ୍ତୀର୍ଣ୍ଣ ନ ହେଉଥିବା କିମ୍ବା କମ୍ ମାର୍କ ରଖୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଏହା କାହାଣୀ ପ୍ରେରଣା ଦାୟକ ।

ଏହା ବି ପଢ଼ନ୍ତୁ: BSF Recruitment 2022: ଦଶମ, ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବାହାରିଲା ୧୨୮ ପଦବୀ ପାଇଁ ନିଯୁକ୍ତି