Door Of Hell: ପୃଥିବୀରେ ଏହି ସ୍ଥାନରେ ରହିଛି 'ନର୍କ ଦ୍ୱାର', ଏଠାକୁ ଯିଏ ଥରେ ଯାଏ, ସେ କେବେ ଜୀବନ୍ତ ଫେରେ ନାହିଁ
Advertisement

Door Of Hell: ପୃଥିବୀରେ ଏହି ସ୍ଥାନରେ ରହିଛି 'ନର୍କ ଦ୍ୱାର', ଏଠାକୁ ଯିଏ ଥରେ ଯାଏ, ସେ କେବେ ଜୀବନ୍ତ ଫେରେ ନାହିଁ

Door of hell History: ଲାକମାନଙ୍କ ବିଶ୍ଵାସ ଅନୁଯାୟୀ ମୃତ୍ୟୁ ଦେବତାଙ୍କ ଖରାପ ନିଶ୍ୱାସ ଯୋଗୁଁ, ଯେଉଁମାନେ ଏହି ମନ୍ଦିର କିମ୍ବା ଏହାର ଆଖପାଖ ଅଞ୍ଚଳକୁ ଯାଆନ୍ତି ସେମାନେ ମରି ଯାଆନ୍ତି  । ବାରମ୍ବାର ମୃତ୍ୟୁ ଯୋଗୁଁ ଏହି ମନ୍ଦିରକୁ ଲୋକମାନେ 'ନର୍କର ଦ୍ୱାର' ନାମରେ ନାମିତ କରିଥିଲେ ।

ସାଙ୍କେତିକ ଛବି

Door of hell: ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯାହା ବିଷୟରେ ଜାଣି ଲୋକ ସ୍ତବ୍ଧ ହୋଇଯାନ୍ତି । ଏହି ପର୍ଯ୍ୟାୟରେ, ଆଜି ଆମେ ଆପଣଙ୍କୁ ଦୁନିଆର ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏହା ବିଷୟରେ କୁହାଯାଏ ଯେ ଏଠାକୁ ଯିବାତ ଦୂରର କଥା, ଯଦି କେହି ଏହା ଆଖ ପାଖ ଜାଗାକୁ ମଧ୍ୟ ଚାଲି ଯାଆନ୍ତି, ତେବେ ସେ ଆଉ କେବେ ଫେରନ୍ତି ନାହିଁ । ଲୋକମାନେ ଏହାକୁ 'ନର୍କର ଦ୍ୱାର' ବୋଲି କୁହନ୍ତି । ବାସ୍ତବରେ, ଏହି ବିଷୟଟି ଏକ ମନ୍ଦିରର ସହ ଜଡିତ । ହେରାପୋଲିସରେ ଅବସ୍ଥିତ ଏହି ସ୍ଥାନ ବହୁ ବର୍ଷ ପର୍ଯ୍ୟନ୍ତ ରହସ୍ୟମୟ ଘେରରେ ରହିଥିଲା, କାରଣ ଲୋକମାନେ ବିଶ୍ୱାସ କରୁଥିଲେ ଯେ ଗ୍ରୀକ୍ ଇଶ୍ୱରଙ୍କ ବିଷାକ୍ତ ନିଶ୍ୱାସ ଯୋଗୁଁ ଏଠାକୁ ଆସୁଥିବା ଲୋକଙ୍କର ମୃତ୍ୟୁ ହୋଇଯାଏ । ଏହି ସ୍ଥାନ ପ୍ଲୁଟୋର ମନ୍ଦିର ଅର୍ଥାତ୍ ମୃତ୍ୟୁ ଦେବତାଙ୍କ ମନ୍ଦିର ଭାବରେ ପରିଚିତ ହେଲା ।

ବହୁ ବର୍ଷ ଧରି ବିଶ୍ୱାସ କରାଯାଉଥିଲା ଯେ ମୃତ୍ୟୁ ଦେବତାଙ୍କ ଖରାପ ନିଶ୍ୱାସ ଯୋଗୁଁ, ଯେଉଁମାନେ ମନ୍ଦିର କିମ୍ବା ଏହାର ଆଖପାଖ ଅଞ୍ଚଳକୁ ଯାଆନ୍ତି ସେମାନେ ମରି ଯାଆନ୍ତି  । ବାରମ୍ବାର ମୃତ୍ୟୁ ଯୋଗୁଁ ଏହି ମନ୍ଦିରକୁ ଲୋକମାନେ 'ନର୍କର ଦ୍ୱାର' ନାମରେ ନାମିତ କରିଥିଲେ ।

ତେବେ ଅନେକ ବର୍ଷ ପରେ ବୈଜ୍ଞାନିକମାନେ କ୍ରମାଗତ ଭାବେ ମୃତ୍ୟୁ ପଛର କାରଣ ଖୋଜି ବାହାର କଲେ । ବାସ୍ତବରେ ବୈଜ୍ଞାନିକମାନେ କହିଥିଲେ ଯେ ବିଷାକ୍ତ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଏହି ମନ୍ଦିର ତଳୁ ବାହାରକୁ ଆସୁଛି । ଏପରି ପରିସ୍ଥିତିରେ, ଯଦି କୌଣସି ମଣିଷ କିମ୍ବା ପଶୁ ଏହାର ସଂସ୍ପର୍ଶରେ ଆସେ, ତେବେ ସେ ମରିଯାଏ । କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଏତେ ବିପଜ୍ଜନକ ଯେ କେବଳ ୧୦ ପ୍ରତିଶତ ଗ୍ୟାସ୍ ଜଣେ ବ୍ୟକ୍ତିଙ୍କୁ ୩୦ ମିନିଟ୍ ମଧ୍ୟରେ ମାରି ଦେଇପାରେ । ଏହି ମନ୍ଦିରର ଗୁମ୍ଫାରେ କାର୍ବନ ଡାଇଅକ୍ସାଇଡ୍ ପରି ବିଷାକ୍ତ ଗ୍ୟାସର ପରିମାଣ ୯୧ ପ୍ରତିଶତ ରହିଛି ।

fallback

ବାସ୍ତବରେ, ହେରାପୋଲିସ୍ ସହର ଏକ ପ୍ରାଚୀନ ରୋମାନ୍ ସହର ଯାହାକି ମାଳଭୂମି ଅଞ୍ଚଳରେ ଅବସ୍ଥିତ । ଏହି ସହରରେ ଏକ ଛୋଟ ଜାଗାରେ ବହୁତ ବିବିଧତା ଦେଖିବାକୁ ମିଳିଥାଏ । ଏଠାରେ ନିର୍ମିତ ଗରମ ପାଣି ସ୍ରୋତ ହେଉଛି ଏହି ସ୍ଥାନର ବିଶେଷତା । ସେଗୁଡ଼ିକ କ୍ୟାଲସିୟମରେ ଭରପୂର ଓ ପାଣିରେ ଫୋଟକା ମାନ ଦେଖା ଯାଇଥାଏ । ସେଥିପାଇଁ ଏହି ସହର ଦ୍ୱିତୀୟ ଶତାବ୍ଦୀରେ ଥର୍ମାଲ୍ ସ୍ପା ଭାବରେ ପ୍ରସିଦ୍ଧ ଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୂର ତଥା ଦୂରଦୂରାନ୍ତରୁ ଲୋକମାନେ ନିଜ ନିଜର ରୋଗର ଚିକିତ୍ସା ପାଇଁ ଏହି ସହରକୁ ଆସୁଥିଲେ । ଗଣ୍ଠି ଓ ଚର୍ମ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ଏହି ସହର ବିଶେଷ ଭାବରେ ପ୍ରସିଦ୍ଧ ଥିଲା ।

ଏହା ବି ପଢ଼ନ୍ତୁ: What is 420: ଠକଙ୍କୁ କାହିଁକି କେବଳ ୪୨୦ କୁହାଯାଏ, ୫୨୦ କଣ ପାଇଁ ନୁହେଁ ? ଜାଣନ୍ତୁ ଏହା ପଛରେ ରହସ୍ୟ

ଏହା ବି ପଢ଼ନ୍ତୁ: Lawyers: କାହିଁକି କେବଳ କଳା କୋଟ୍ ଓ ଧଳା ସାର୍ଟ ପିନ୍ଧନ୍ତି ଓକିଲ? ଜାଣନ୍ତୁ ଏହାପଛର ରୋଚକ କାହାଣୀ