SBI Recruitment 2023: ଗ୍ରାଜୁଏଟଙ୍କ ପାଇଁ SBIରେ ବମ୍ପର Job ଅଫର, ଏବେ କରନ୍ତୁ ଆବେଦନ
Advertisement

SBI Recruitment 2023: ଗ୍ରାଜୁଏଟଙ୍କ ପାଇଁ SBIରେ ବମ୍ପର Job ଅଫର, ଏବେ କରନ୍ତୁ ଆବେଦନ

SBI Recruitment: SBI ପ୍ରଥମ ସେପ୍ଟେମ୍ବରରୁ ବିଭିନ୍ନ ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ୱିଣ୍ତୋ ଖୋଲିଛି । ବିଭିନ୍ନ ଶିକ୍ଷାର୍ଥୀ ପଦବୀରେ ୬୧୬୦ ପଦବୀ ପୂରଣ ହେବ । ଏହି ନିଯୁକ୍ତି ସାରା ଦେଶରେ ହେବ । 

ସୌ(ସୋସିଆଲ ମିଡିଆ)

SBI Recruitment 2023: ଷ୍ଟେଟ ବ୍ୟାଙ୍କରେ (SBI ) ଚାକିରି କରିବାକୁ ଚାହୁଁଥିହା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । SBI ପ୍ରଥମ ସେପ୍ଟେମ୍ବରରୁ ବିଭିନ୍ନ ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ୱିଣ୍ତୋ ଖୋଲିଛି । ବିଭିନ୍ନ ଶିକ୍ଷାର୍ଥୀ ପଦବୀରେ ୬୧୬୦ ପଦବୀ ପୂରଣ ହେବ । ଏହି ନିଯୁକ୍ତି ସାରା ଦେଶରେ ହେବ । ଆଗ୍ରହୀ ପ୍ରାର୍ଥୀମାନେ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ୱେବସାଇଟ https://sbi.co.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏହାର ବିଜ୍ଞାପନ ଦେଖିବା ଲାଗି SBI Apprentice Recruitment 2023 Notification ରେ କ୍ଲିକ୍ କରନ୍ତୁ ।

ଗୁରୁତ୍ବପୂର୍ଣ୍ଣ ତାରିଖ

 ଅନଲାଇନ ଆବେଦନ ଆରମ୍ଭ- ୧ ସେପ୍ଟେମ୍ବର ୨୦୨୩

ଆଦେଦନର ଶେଷ ତାରିଖ-୨୧ ସେପ୍ଟେମ୍ବର ୨୦୨୩

ପରୀକ୍ଷା ତାରିଖ- ଅକ୍ଟୋବରରୁ ନଭେମ୍ବର ୨୦୨୩

ଯୋଗ୍ୟତା

ଏଥିରେ ଆବେଦନ ଲାଗି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମଧ୍ଯ ସ୍ନାତକ । ଏହା ସହ ଯେକୌଣସି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ ବା ବୋର୍ଡ଼ରୁ ପାସ୍ ହୋଇଥିବା ଆବଶ୍ୟକ ।

ବୟସ

ଏଥିରେ ଆବେଦନ ଲାଗି ସର୍ବନିମ୍ନ ବସୟ ୨୦ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୨୮ ବର୍ଷ ରହିଛି । ଏହି ବୟସ ଗଣନା ୧ ଅଗଷ୍ଟ ୨୦୨୩ ଅନୁସାରେ ହେବ ।

ଚୟନ ପ୍ରକ୍ରିୟା

ଏହାର ଚୟନ ପ୍ରକ୍ରିୟା ପାଇଁ ଅନଲାଇନରେ ଲିଖିତ ପରୀକ୍ଷା ହେବ । ଏହି ପରୀକ୍ଷା ୧ ଘଣ୍ଟା ହେବ । ଏହାସହ ଆଞ୍ଚଳିକ ଭାଷା ଜ୍ଞାନ ଯାଞ୍ଚ୍ କରାଯିବ । ତେବେ ଏହି ପରୀକ୍ଷା ଇଂରାଜୀ ସମେତ ଓଡିଆ, ପଞ୍ଜାବୀ, ତାମିଲ୍, ମାଲାୟାଲମ୍, ମଣିପୁରୀ, ମରାଠୀ, ତେଲୁଗୁ, ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ, କୋଙ୍କଣୀ, ଓ ଉର୍ଦ୍ଦୁ ଭାଷାରେ ପରୀକ୍ଷା ହେବ।

ଷ୍ଟାଇପେଣ୍ଡ୍: ଏହି ପଦବୀ ପାଇଁ ଚୟନ ପ୍ରାର୍ଥୀଙ୍କୁ ମାସକୁ ୧,୫୦୦୦ ପାରିଶ୍ରମିକ ମିଳିବ ।

ଆବେଦନ ଶୁଳ୍କ

ଜେନେରାଲ/ OBC/EWS-  ୩୦୦ ଟଙ୍କା

SC/ST/ PWBD ବର୍ଗ ପ୍ରାର୍ଥୀ- ଦେୟ ମୁକ୍ତ

 ଆବେଦନ ପ୍ରକ୍ରିୟା

ଏହାର ଅଫିସିଆଲ ୱେବସାଇଟ https://sbi.co.in କୁ ଯାଇ କ୍ୟାରିୟର ବିଭାଗ ଉପରେ କ୍ଲିକ୍ କରନ୍ତୁ । ଏହାପରେ Recruitment ଲିଙ୍କରେ କ୍ଲିକ୍ କରନ୍ତୁ । ସେଠାରେ ଉପଯୁକ୍ତ ପରିଚୟ ସହ ଆବେଦନ ଫର୍ମ ପୂରଣ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ଼ କରନ୍ତୁ । ଏହାପରେ ଆବେଦନ ଫିସ ପୈଠ କରନ୍ତୁ। ଶେଷରେ ଆବେଦନ ଫର୍ମକୁ ଡ଼ାନଲୋଡ଼ କରନ୍ତୁ ।

ଏହା ବି ପଢନ୍ତୁ-SIM Card Rules: ଏହି ଦିନରୁ ସିମକାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ, ବେଖାତିର କଲେ ୧୦ ଲକ୍ଷ ଟଙ୍କା ଜୋରିମାନା