Postal Job: ଡାକବିଭାଗରେ ଆବେଦନ ପୂର୍ବରୁ କରିନିଅନ୍ତୁ ଯାଞ୍ଚ, ଠକାମୀର ଶିକାର ହେବା ପୂର୍ବରୁ ବଞ୍ଚନ୍ତୁ
Advertisement
Article Detail0/zeeodisha/odisha2340157

Postal Job: ଡାକବିଭାଗରେ ଆବେଦନ ପୂର୍ବରୁ କରିନିଅନ୍ତୁ ଯାଞ୍ଚ, ଠକାମୀର ଶିକାର ହେବା ପୂର୍ବରୁ ବଞ୍ଚନ୍ତୁ

ଓଡି଼ଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପୂର୍ବ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବେଙ୍ଗଲ ସମେତ ସମଗ୍ର ଦେଶରେ ଡାକ ବିଭାଗ ପକ୍ଷରୁ ୪୪୨୨୮ ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି।

Postal Job: ଡାକବିଭାଗରେ ଆବେଦନ ପୂର୍ବରୁ କରିନିଅନ୍ତୁ ଯାଞ୍ଚ, ଠକାମୀର ଶିକାର ହେବା ପୂର୍ବରୁ ବଞ୍ଚନ୍ତୁ

Postal Job: ନୂଆଦିଲ୍ଲୀ: ଚାକିରି ଖୋଜିବା ସହ ଜଡିତ କିଛି ୱେବସାଇଟରେ ଇଣ୍ଡିଆ ପୋଷ୍ଟ (ଡାକ ବିଭାଗ)ରେ ନିଯୁକ୍ତି ଫର୍ମ ପୂରଣ କରାଯାଉଛି। ଦାବି ହେଉଛି ଯେ ଷ୍ଟାଫ୍ କାର୍ ଡ୍ରାଇଭର, ଗ୍ରାମୀଣ ଡାକ ସେବା ଏବଂ ପ୍ରଶାସନିକ ଅଧିକାରୀ ପଦ ପାଇଁ ଇଣ୍ଡିଆ ପୋଷ୍ଟ ନିଯୁକ୍ତି କରୁଛି। ତେବେ ପଦବୀ ପାଇଁ ଆବେଦନ କରିବା ପୂର୍ବରୁ ଏହାର ସତ୍ୟତା ଜାଣିନେବା ନିତ୍ୟାନ୍ତ ଜରୁରୀ। ଦେଶରେ ଚାକିରି ନାଁରେ ଅନେକ ସମୟରେ ଠକେଇ ଅଭିଯୋଗ ହେଉଥିବାର ଖବର ସାମ୍ନାକୁ ଆସୁଛି। ଏହି ପଦବୀ ପାଇଁ ଭାରତୀୟ ଡାକ ବିଭାଗ କେବଳ ତାର ସରକାରୀ ୱେବସାଇଟରେ ସୂଚନା ପ୍ରଦାନ କରିଥାଏ। ଠକେଇରୁ ବର୍ତ୍ତିବା ପାଇଁ ଏହାର ସଠିକ ୱେବସାଇଟ ଜରିଆରେ ଆବେଦନ କରିବାକୁ ଡାକ ବିଭାଗ ସୂଚନା ପ୍ରଦାନ କରିଛି। 

 

ଏଠାରେ କହି ରଖୁ କି କିଛି ଦିନ ତଳେ ୪୦ ହଜାରରୁ ଊର୍ଦ୍ଧ୍ୱ ପଦବୀ ପାଇଁ ଡାକ ବିଭାଗ ପକ୍ଷରୁ ବିଜ୍ଞପ୍ତି ବାହାରିଥିଲା। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ୧୫ ଜୁଲାଇରୁ ୫ ଅଗଷ୍ଟ ୨୦୨୪ ମଧ୍ୟରେ ଇଣ୍ଡିଆନ୍ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.in ୱେବସାଇଟ ଜରିଆରେ ଆବେଦନ କରିପାରିବେ। ଜିଡିଏସ୍ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଜାଣି ରଖିବା  ଉଚିତି ଯେ ଏହି ନିଯୁକ୍ତି ମାଧ୍ୟମରେ ବ୍ରାଞ୍ଚ ପୋଷ୍ଟମାଷ୍ଟର (ବିପିଏମ୍)ଓ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ଏବିପିଏମ୍)/ ଡାକ ସେବକ ଆକାରରେ ସମସ୍ତ ପଦବୀ ପୂରଣ ହେବ।

ଓଡି଼ଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପୂର୍ବ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବେଙ୍ଗଲ ସମେତ ସମଗ୍ର ଦେଶରେ ୪୪୨୨୮ ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି।