CBSE Board Exams 2023: ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ କେବେ ଶେଷ ହେବ ଏକଜାମ୍?
Advertisement
Article Detail0/zeeodisha/odisha1572320

CBSE Board Exams 2023: ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ କେବେ ଶେଷ ହେବ ଏକଜାମ୍?

CBSE Board Exams 2023: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଦଶମ (CBSE Class 10) ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା (12 Board Exam 2023) ଚଳିତ ବର୍ଷ ଆଜି (ଫେବୃଆରୀ ୧୫) ଠାରୁ ଆରମ୍ଭ ହେବ। ବୋର୍ଡ ପରୀକ୍ଷା ୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ୩୮ ଲକ୍ଷ ୮୩ ହଜାର ୭୧୦ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷା ଦେବେ।

ସୌଜନ୍ୟ- ସୋସିଆଲ ମିଡିଆ

CBSE Board Exams 2023: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଦଶମ (CBSE Class 10) ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା (12 Board Exam 2023) ଚଳିତ ବର୍ଷ ଆଜି (ଫେବୃଆରୀ ୧୫) ଠାରୁ ଆରମ୍ଭ ହେବ। ବୋର୍ଡ ପରୀକ୍ଷା ୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ୩୮ ଲକ୍ଷ ୮୩ ହଜାର ୭୧୦ ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷା ଦେବେ। ବୋର୍ଡ ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ ଟା ୩୦ ପର୍ଯ୍ୟନ୍ତ କରାଯିବ। ୨୧ ଲକ୍ଷ ୮୬ ହଜାର ୯୪୦ ଛାତ୍ରୀଛାତ୍ର ଦଶମ ପରୀକ୍ଷା ଦେବେ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରୀଛାତ୍ର ଦେବେ। 

ବିଜ୍ଞପ୍ତି ଅନୁଯାୟୀ ୭୬ ଟି ବିଷୟ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଏବଂ ମୋଟ ୧୧୫ ଟି ବିଷୟ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ। ଦଶମ ଶ୍ରେଣୀ ପରୀକ୍ଷା ପାଇଁ ମୋଟ ୭୨୪୦ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ବୋର୍ଡ କହିଛି। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୬୭୫୯ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଛାତ୍ରଙ୍କ ସଂଖ୍ୟା ୧୨ ଲକ୍ଷ ୪୭ ହଜାର ୩୬୪ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୯ ଲକ୍ଷ ୩୮ ହଜାର ୫୬୬ ରହିଛି। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ସଂଖ୍ୟା ୯ ଲକ୍ଷ ୫୧ ହଜାର ୩୩୨ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୭ ଲକ୍ଷ ୪୫ ହଜାର ୪୩୩ ରହିଛି।

ପରୀକ୍ଷାରେ ତୃତୀୟ ଲିଙ୍ଗଙ୍କ ସଂଖ୍ୟା ଦଶମ ଶ୍ରେଣୀ ପାଇଁ ୧୦ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୫ ରହିଛି। ଦେଶ ତଥା ବିଦେଶରେ ବୋର୍ଡ ପରୀକ୍ଷା ପାଇଁ ସିବିଏସଇ (CBSE) ଦ୍ୱାରା ୭ ହଜାର ୨୫୦ ରୁ ଅଧିକ ପରୀକ୍ଷା କେନ୍ଦ୍ର (exam hall) ପ୍ରତିଷ୍ଠା କରାଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ୧୬ ଦିନରେ ଶେଷ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶେଷ (12 Board Exam) ହେବାକୁ ୩୬ ଦିନ ଲାଗିବ ।

Also Read: Kiss Day 2023: କାହିଁକି ପାଳନ କରାଯାଏ କିସ୍‌ ଡେ’, ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ ସୂଚାଏ ?

Also Read: Valentine's Day WhatsApp Sticker: ଭାଲେଣ୍ଟାଇନ୍‌ ଡେ’ରେ WhatsApp ଲଞ୍ଚ କରିଛି ଏଭଳି କିଛି ଷ୍ଟିକର, ଜାଣି ରଖନ୍ତୁ କିଭଳି କରିବେ ଡାଉନଲୋଡ଼

Also Read: 31st Odisha State Film Awards: ଘନଶ୍ୟାମ ମହାପାତ୍ରଙ୍କୁ ‘ଜୟଦେବ ସମ୍ମାନ’, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶିବାନୀ ପୁରସ୍କୃତ

Also Read: Valentine Day 2023: ବିବାହ ପରେ ପ୍ରଥମ ଥର ଏହି ସବୁ ସେଲିବ୍ରିଟି ପାଳିଲେ ଭାଲେଣ୍ଟାଇନ୍ସ ଡେ'

Also Read: Weird News: କାର୍ କି ବସ ନୁହେଁ, ବନ୍ଧୁବାନ୍ଧବଙ୍କ ପାଇଁ ଫ୍ଲାଇଟ୍ ବୁକ୍ କଲା ବର

Also Read: Weird News: ଅଜବ ପରମ୍ପରା, ଏଠି ହାତରେ ନୁହେଁ ଗୋଡ଼ରେ ପୁରୁଷଙ୍କୁ ଖାଦ୍ୟ ପରଷନ୍ତି ମହିଳା